ଭାରତ ବନାମ ଶ୍ରୀଲଙ୍କା : ଯଦି ଭାରତ ଜିତିବ ତୃତୀୟ ମ୍ଯାଚ ତେବେ ରଚିବ ଏହି ବଡ଼ କୀର୍ତ୍ତିମାନ, ଯାହାକୁ କୋହଲୀ, ଧୋନୀ ଓ ଗାଙ୍ଗୁଲୀ ମଧ୍ୟ କରିପାରିନାହାନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶିଖର ଧାବନଙ୍କ ନେତୃତ୍ଵରେ ଶ୍ରୀଲଙ୍କାକୁ ଦ୍ଵିତୀୟ ମ୍ଯାଚରେ ପରାଜୟ କରିଛି ଓ ସିରିଜକୁ ମଧ୍ୟ ନିଜ ନାମରେ କରିଛି। ଦୁଇ ଦଳ ମଧ୍ୟରେ ତୃତୀୟ ଓ ସିରିଜର ଶେଷ ମୁକାବିଲା ଶୁକ୍ରବାର ଦିନ ଖେଳଯିବ।

ଏହି ମୁକାବିଲା ବହୁତ ରୋମାଞ୍ଚକ ହେବ ବୋଲି ଆଶା ଅଚଚି, କାରଣ ଭାରତୀୟ ଦଳ ସିରିଜ ଜିତିବାକୁ ହାସିଲ କରିବ। ଶ୍ରୀଲଙ୍କା ଦଳ ମଧ୍ୟ ସେହିପରି ପରିଶ୍ରମ କରିବ, ଯାହାଦ୍ୱାରା ସିରିଜରେ ଶୂନ୍ୟରେ ପରାଜୟ ନ ମିଳୁ।

ଇତି ମଧ୍ୟରେ ଏହି ମୁକାବିଲା ଦଳର ଅଧିନାୟକତ୍ଵ କରୁଥିବା ଶିଖର ଧାବନଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ ରହିବ। ଯଦି ଭାରତ ତୃତୀୟ ମ୍ଯାଚ ମଧ୍ୟ ଜିତିନିଏ ତେବେ ଶିଖର ଧାବନ ଏମିତି ପ୍ରଥମ ଅଧିନାୟକ ହେବେ ଯିଏକି ପ୍ରଥମ ଦିନକିଆ ସିରିଜକୁ ଶୂନରେ ଜିତିନେବେ।

ଏମଏସ ଧୋନୀ, ବିରାଟ କୋହଲୀ ଓ ସୌରଭ ଗାଙ୍ଗୁଲୀ ଅଧିନାୟକ ରୂପରେ ଏମିତି କରିପାରି ନାହାନ୍ତି। ଧୋନୀ ଦିନକିଆରେ ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ। ସେ ନିଜର ପ୍ରଥମ ସିରିଜରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨-୪ରେ ପରାଜୟ ମିଳିଥିଲା। ଆରମ୍ଭ ତିନୋଟି ମ୍ଯାଚରେ ସେ ଗୋଟିଏ ମଧ୍ୟ ମ୍ଯାଚ ଜିତି ପାରିନଥିଲେ।

କୋହଲୀଙ୍କ ଆରମ୍ଭ ହୋଇଥିଲା ଏମିତି:-

ବିରାଟ କୋହଲୀ ଅଧିନାୟକ ଭାବରେ ପ୍ରଥମ ଦିନକିଆ ଜୁନ ୨୦୧୩ ମସିହାରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିଥିଲେ। ଶ୍ରୀଲଙ୍କା ଭାରତୀୟ ଦଳକୁ ୧୬୧ ରନର ବଡ ଅନ୍ତରରେ ହରାଇଥିଲା। ଏହାପରେ କୋହଲୀ ଆଗାମୀ ୮ଟି ମ୍ଯାଚ ଜିତିବାରେ ସଫଳ ହୋଇଥିଲେ। ସୌରଭ ଗାଙ୍ଗୁଲୀଙ୍କ କଥା ଯଦି କହିବା ତେବେ ଅଧିନାୟକ ଭାବରେ ସେ ପ୍ରଥମ ମ୍ଯାଚ ଜିତିନାହାନ୍ତି। ସେପ୍ଟେମ୍ବର ୧୯୯୯ରେ ୱେଷ୍ଟଇଣ୍ଡିଜରେ ଦିନକିଆ ମ୍ଯାଚରେ ଭାରତୀୟ ଦଳକୁ ୪୨ ରନରେ ପରାସ୍ତ କରିଥିଲେ। ଗାଙ୍ଗୁଲୀ ଅଧିନାୟକ ଭାବରେ ୩ଟି ମ୍ଯାଚରେ କେବଳ ଗୋଟିଏ ମ୍ୟାଚ୍ଚ ଜିତିଥିଲେ।

ଏହି ମାମଲାରେ ଧାବନ ଶିଖରରେ:-

ବର୍ତ୍ତମାନର ସିରିଜରେ ଶିଖର ଧାବନ ଅଧିନାୟକ ରୂପରେ ଶିଖରରେ ନାହାନ୍ତି, କିନ୍ତୁ ସେ ବର୍ତ୍ତମାନ ପର୍ଯ୍ଯନ୍ତ ସବୁଠାରୁ ଅଧିକ ରନ କରିଛନ୍ତି। ଧାବନ ୨ଟି ମ୍ୟାଚରେ ଅର୍ଦ୍ଧଶତକ ସହିତ ୧୧୫ ରନ କରିଛନ୍ତି। ଧାବନ ୧୨ଟି ଚୌକା, ୧ଟି ଛକା ପିତିଛନ୍ତି। ଭାରତ ତରଫରୁ ସୂର୍ଯ୍ୟକୁମାର ଯାଦବ ୮୪ ରନ, ଦୀପକ ଚହର ୬୯ ରନ ଓ ମନୀଷ ପାଣ୍ଡେ ୬୩ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *