ଇଂଲଣ୍ଡ ବନାମ ଭାରତ: ଭାରତ ବିପକ୍ଷରେ ଟେଷ୍ଟ ସିରିଜକୁ ନେଇ ଇଂଲଣ୍ଡ ଦଳ ଘୋଷଣା,ଏହି ଖେଳାଳିଙ୍କୁ ମିଳିଲା ଦଳରେ ସ୍ଥାନ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

ଭାରତ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷିତ ହୋଇସାରିଛି। ଆଗାମୀ ମାସ ପାଞ୍ଚମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ନିଜର 17 ଦଳୀୟ ଦଳ ଘୋଷଣା କରିସାରିଛି। ଦ୍ରୁତ ବୋଲର ଓଲି ରବିନସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି। ଏହି ଦଳରେ ଓପନର ହସିବ ହମିଦଙ୍କୁ ମଧ୍ୟ ସାମିଲ କରାଯାଇଛି। ରବିନସନ କିଛିଦିନ ପୂର୍ବରୁ ନସଲଭେଦି ବିବାଦରେ ପଡ଼ିଥିଲେ। ହମିଦ ଯିଏକି ଶେଷଥର ପାଇଁ 2016 ରେ ଟେଷ୍ଟ ମ୍ୟାଚ ଖେଳିଥିଲେ ତାଙ୍କୁ ସ୍ଥାନ ଦିଆଯାଇଛି।

27 ବର୍ଷୀୟ ରବିନସନ ଏହିଥର ଜୁନ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ 2012 ଓ 2013 ମସିହାର ବିବାଦିତ ଟ୍ୱିଟ କାରଣରୁ ତାଙ୍କ ଉପରେ 8ଟି ମ୍ୟାଚର ପ୍ରତିବନ୍ଧକ ଓ 5 ମ୍ୟାଚରେ ନିଲମ୍ବିତ କରାଗଲା।

ଅଲରାଉଣ୍ଡର ବେନ ଷ୍ଟୋକସ ଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଷ୍ଟୋକସ ଏହି ମାସର ପ୍ରାରମ୍ଭରେ ପାକିସ୍ତାନ ବିପକ୍ଷରେ ରୟାଲ ଲଣ୍ଡନ ଟ୍ରଫିରେ 3-0 ରେ ବିଜୟୀ ହୋଇଥିଲେ ଓ ସେ ଦଳର ମଧ୍ୟ ଅଧିନାୟକ ଥିଲେ। ଜୋସ ବଟଲର, ଜନୀ ବେୟାରଷ୍ଟୋ ଓ ସାମ କରନଙ୍କର ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି।

ଲର୍ଡ୍ସ ରେ ବ୍ଲାକକ୍ୟାପ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁରେ 7ଟି ଉଇକେଟ ନେବାପରେ ଓଲି ରବିନସନଙ୍କୁ ସାମିଲ କରାଯାଇଛି। ଜୋଫ୍ରା ଆର୍ଚ୍ଚର ଓ କ୍ରିସ ଓକ୍ସ ଦୁଇଜଣ ଆହତ କାରଣରୁ ଉପଲବ୍ଧ ନାହାଁନ୍ତି। ଓକ୍ସଙ୍କୁ ଗତ ସପ୍ତାହରେ ଗୋଇଠିରେ ଆହତ ଲାଗିଥିଲା ଓ ଆଶା ରହିଛି ସେ ପରବର୍ତ୍ତୀ ସମୟରେ ଦଳରେ ଉପଲବ୍ଧ ହେବେ। ହମିଦ ଶେଷଥର ପାଇଁ 2016 ମସିହାରେ ଭାରତ ଗସ୍ତ ବେଳେ ଟେଷ୍ଟ ଖେଳିଥିଲେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅଗଷ୍ଟ 4 ତାରିଖରେ ଟ୍ରେଣ୍ଟବ୍ରିଜରେ ଖେଳାଯିବ।

ଇଂଲଣ୍ଡ ଦଳ କିଛି ଏହିପ୍ରକାରର:-

ଜୋ ରୁଟ(ଅଧିନାୟକ), ଜେମ୍ସ ଆଣ୍ଡରସନ, ଜନୀ ବେୟାରଷ୍ଟୋ, ଡ଼ମ ବେସ, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ନ୍ସ, ଜୋସ ବଟଲର, ଜ୍ୟାକ କ୍ରଲି, ସାମ କରନ୍, ହସିବ ହମିଦ, ଡ଼ାନ ଲରେନ୍ସ, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନସନ, ଡ଼ମ ସିବଲି, ବେନ ଷ୍ଟୋକସ, ମାର୍କ ଉଡ଼।

ସେଡ୍ୟୁଲ:-

ପ୍ରଥମ ଟେଷ୍ଟ: ଅଗଷ୍ଟ 4 ରୁ 8 ତାରିଖ, ଟ୍ରେଣ୍ଟ ବ୍ରିଜ, ନଟିଙ୍ଗହାମ।

ଦ୍ଵିତୀୟ ଟେଷ୍ଟ: ଅଗଷ୍ଟ 12 ରୁ 16 ତାରିଖ, ଲର୍ଡ୍ସ, ଲଣ୍ଡନ।

ତୃତୀୟ ଟେଷ୍ଟ: ଅଗଷ୍ଟ 25 ରୁ 29 ତାରିଖ, ଏମରାଲଡ଼ ହେଡିଙ୍ଗଲ, ଲିଡ୍ସ।

ଚତୁର୍ଥ ଟେଷ୍ଟ: ସେପ୍ଟେମ୍ବର 2 ରୁ 6 ତାରିଖ, କିଆ ଓଭାଲ, ଲଣ୍ଡନ।

ପଞ୍ଚମ ଟେଷ୍ଟ: ସେପ୍ଟେମ୍ବର 10 ରୁ 14 ତାରିଖ, ଏମିରେଟ ଓଲଡ଼ ଟ୍ରାଫର୍ଡ, ମାଞ୍ଚେଷ୍ଟର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *