ଲାଇଭଷ୍ଟକ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ବାହାଘର ପାର୍ଟି ଦେଇଥିଲେ ବିଦ୍ୟା : ସାଥିରେ ଆସିଥିଲେ ପର୍ସନାଲ୍ କାର୍ ସହିତ ଡ୍ରାଇଭର, ବହନ କରିଥିଲେ ସମସ୍ଥ ଖର୍ଚ୍ଚ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଯେତେ ଖୋଲିଲେ ସେତେ ବାହାରୁଛି ଗୁମର। ବଲାଙ୍ଗୀରରୁ ଆସିଥିଲା ନୂଆ ତଥ୍ୟ। ଏପ୍ରିଲ ମାସ ୧ ତାରିଖରେ ଲାଇଭଷ୍ଟକ ଇନ୍ସପେକ୍ଟର ଟ୍ରେନିଂ ସେଣ୍ଟରରେ ବିଦ୍ୟା ସହପାଠୀଙ୍କୁ ଦେଇଥିଲେ ବାହାଘର ପାର୍ଟି।

କରୋନା କଟକଣା ସମୟରେ ସମସ୍ତଙ୍କୁ ଦେଇଥିଲେ ବାହାଘର ପାର୍ଟି। କ୍ୟାଣ୍ଟିନରୁ ଅର୍ଡର କରିଥିଲେ ଖାଇବା। ଆଉ ସମସ୍ତ ଖର୍ଚ୍ଚ ବହନ କରିଥିଲେ ବିଦ୍ୟାଭାରତୀ। ଆଉ ନିଜ ପସନ୍ଦର ଖାଇବା ନେଇ ନିଜ ରୁମରେ ଖାଇଥିଲେ ବିଦ୍ୟାଙ୍କ ସହପାଠୀ।

ପାର୍ଟି ଆରମ୍ଭ ହେବା ପୂର୍ବରୁ ଟ୍ରେନିଂ ସେଣ୍ଟର କୁ ଏକା ଆସି ପହଞ୍ଚିଥିଲେ ବିଦ୍ୟାଭାରତୀ। ଡ୍ରାଇଭର ସହିତ ସେ ଏକା କାରରେ ଆସିଥିଲେ। କିନ୍ତୁ, ସାଧାରଣତଃ ଭାବରେ ଦେଖିବାକୁ ଗଲେ ବିବାହିତ କରିଥିବା ଯୁବତୀମାନେ ନିଜ ସ୍ବାମୀଙ୍କ ସହିତ ଓ ଅବିବାହିତା ଝିଅମାନେ ନିଜ ବାପା-ମାଙ୍କ ସାଥିରେ ଆସିଥାନ୍ତି। ଟ୍ରେନିଂ ସେଣ୍ଟରର କର୍ତ୍ତୃପକ୍ଷ ପଚାରିବାରୁ ପର୍ସନାଲ କାର,ପର୍ସନାଲ ଡ୍ରାଇଭର ସାଙ୍ଗରେ ଆସିଥିବା କଥା କହିଥିଲେ ବିଦ୍ୟାଭାରତୀ। କିନ୍ତୁ, ଏଠି ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଭାରତୀ ଯାଇଥିବା କାରଟି କାହାର ଥିଲା?

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଦ୍ୟାଭାରତୀ ଙ୍କ ଟ୍ରେନିଂ ସେଣ୍ଟରକୁ ଯାଇ ତଦନ୍ତ କରୁଛି ପୋଲିସ। ବଲାଙ୍ଗିରରେ ବିଦ୍ୟାଙ୍କ ସମସ୍ତ କାର୍ଯ୍ୟକଳାପ ସଂଗ୍ରହ କରିଛି ପୋଲିସ। ଟ୍ରନିଂ ସେଣ୍ଟର ର ଡେପୁଟି ଡାଇରେକ୍ଟର ଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଗଜପତି ଏସପି ଓ ଅତିରିକ୍ତ ଏସପି।

କତୃପକ୍ଷଙ୍କ ବୟାନ ସଂଗ୍ରହ କରିବା ସହିତ ବିଦ୍ୟାଙ୍କ ୮୦ ଜଣ ସହପାଠୀଙ୍କ ମୋବାଇଲ ନମ୍ବର ଓ ଫଟୋ ନେଇଛି ପୋଲିସ। ଆଉ ସହପାଠୀ ମାନେ କିଏ କେଉଁ ରୁମରେ ରହିଥିଲେ, ତାହାର ତଥ୍ୟ ମଧ୍ୟ ଗ୍ରହଣ କରିଛି ପୋଲିସ। ଆଉ ଏପ୍ରିଲ ମାସ ୧୩ ତାରିଖ ଦିନ ଟ୍ରେନିଂ ସେଣ୍ଟର ରେ ପହଞ୍ଚିଥିଲେ ବିଦ୍ୟାଙ୍କ ପିତା ମାତା।ଆଉ ସେଠାରେ କତୃପକ୍ଷଙ୍କ ଅନୁମତି ନେଇ ଝିଅକୁ ଘରକୁ ଆଣୁଥିଲେ ବିଦ୍ୟାଙ୍କ ବାପା ମା।

Leave a Reply

Your email address will not be published. Required fields are marked *