ଦେଖନ୍ତୁ ଏହି ଖତରନାକ ଭିଡ଼ିଓ : ଆକାଶରେ ଉଡ଼ୁଥିବା କାର ସିଧା ହାଇୱେ ଉପରେ ଆସି ପଡ଼ିଲା,ଆଉ ତା ପରେ

ଯଦି ଆପଣ ସ୍ପିଡ଼ର ପାଗଳ ଅଟନ୍ତି ତାହେଲେ ଆପଣ ଫାଷ୍ଟ ଆଣ୍ଡ ଫୁରିୟସ ଫିଲ୍ମ ନିଶ୍ଚୟ ଦେଖିଥିବେ।ଆପଣ ଏହି ଫିଲ୍ମରେ ବହୁତ ମହଙ୍ଗା କାର ଗୁଡ଼ିକୁ ଆକାଶରେ ଉଡ଼ୁଥିବାର ଦେଖିଥିବେ। ଏହିଦିନରେ ସତରେ ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ସିନ ଦେଖିବାପରେ ପ୍ରତ୍ୟେକଙ୍କ ହୋସ ଉଡ଼ିଯିବ। ଏଥିରେ ଗାଡ଼ି ଆକାଶରେ ଉଡ଼ି ଉଡି ହାଇୱେ ଉପରେ ଆସି ପଡିଯାଉଛି। ଯେଉଁଥିରେ କାରର ଉପର ହୁଡ଼ ଉଡ଼ିଯାଉଛି।

ଏକ ରିପୋର୍ଟ ମୁତାବିକ, ଏହି ଘଟଣା କାର୍ଲିଫର୍ନିଆର ଯୁବା ସହରର ଅଟେ। ଯେଉଁଠାରେ ଏକ ଅନ୍ୟ କାରରେ ଯାଉଥିବା ପରିବାର ଏହି ଦୃଶ୍ୟକୁ କଏଦ କରିଥିଲେ। ସୋସିଆଲ ମିଡ଼ିଆରେ ଏହାକୁ ପ୍ରେସ ଲାଇଫ 20 ନାମକ ଆକାଉଣ୍ଟ ଜରିଆରେ ଶେୟର କରିଥିଲେ। ସେ କ୍ୟାପ୍ସନରେ କହିଲେ କି, କାର୍ଲିଫର୍ନିଆର ହାଇୱେ 99 ଉପରେ ଶକିଂ କ୍ରାସ ହୋଇଥିଲା ଓ ଧୂଆଁ ଗର୍ଜନ ସହିତ ହାଇୱେ ଉପରେ ପଡ଼ିଲା।

ଏହି ଭିଡ଼ିଓରେ ଦେଖାଯାଉଛି ଗୋଟିଏ କାର ରାସ୍ତା ଉପରେ ଛିଡ଼ା ହୋଇଛି ଓ ଏହାପରେ ଚାଲିବାକୁ ଲାଗୁଛି। ଏହିସମୟରେ ଧୂଆଁ ସହିତ ଏକ କାର ଉପରେ ଉଡ଼ି ଆସି ରାସ୍ତାରେ ପଡ଼ୁଛି। ଏହି ଭୟଭୀତ ଦୃଶ୍ୟ ଦେଖି କିଛି ଲୋକ ଚିଲାଇବାକୁ ଲାଗୁଛନ୍ତି। ସେତେବେଳେ କାରରେ ବସିଥିବା କିଛିଲୋକ ଏମରଜେନ୍ସି ନମ୍ବର୍ 911 ରେ ତୁରନ୍ତ କଲ କରିବାପାଇଁ କହୁଛନ୍ତି।

ଏହି ଘଟଣା ବିଷୟରେ କାର୍ଲିଫର୍ନିଆ ହାଇୱେ ପେଟ୍ରୋଲ ର ଏକ ପ୍ରବକ୍ତା କହିଲେ କି, ଏହି ଘଟଣା ମ-ଦ୍ୟ-ପା-ନ କାରଣରୁ ହୋଇନଥିଲା। ଡ୍ରାଇଭର ଜଣକ ଭୁଲ ରାସ୍ତାରେ ଦ୍ରୁତ ଗତିରେ କାର ଦୌଡାଉଥିଲେ। ଏହାପରେ କାର ନିଜର ସନ୍ତୁଳନ ହରାଇ ହାଇୱେରେ ପଡିଯାଇଥିଲା। ଏବେ ଏହି ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *