ଦେଖନ୍ତୁ ଭିଡ଼ିଓ : ବୋନେଟରେ ବ୍ୟକ୍ତିକୁ ଲଦି ରାଜପଥରେ ବହୁତ ସ୍ପିଡ଼ରେ ଚଳାଇଲେ କାର, ରାଗିଯାଇ ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା,ଆଉ ଆପଣଙ୍କର ପ୍ରତିକ୍ରିୟା କଣ ?

ସୋସିଆଲ ମିଡିଆରେ ଆଜିକାଲି ଏକ ହୃଦୟ ଥରେଇଲା ଭଳି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି | ଏହି ଭିଡିଓକୁ ଦେଖିବାପରେ ଲୋକମାନେ ବହୁତ ରାଗୁଛନ୍ତି | ପ୍ରଥମେ ତ ଅନେକ ଲୋକ ଏହାକୁ ଷ୍ଟଣ୍ଟ ବୋଲି କହିଲେ, କିନ୍ତୁ ପରେ ସତ ସାମ୍ନାକୁ ଆସିବାପରେ କ୍ରୋଧ ବଢ଼ିଲା |

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଧଳା କାର ବହୁତ ସ୍ପିଡ଼ରେ ଯାଉଛି ଏବଂ ସେହି କାରର ବୋନେଟ ଉପରେ ଜଣେ ଯୁବକ ଦେଖାଯାଉଛନ୍ତି | କାରର ବୋନେଟ ଉପରେ ଯୁବକ ଥିବା ପରେ ମଧ୍ୟ କାର ଡ୍ରାଇଭର କାରକୁ ଅଟକାଉ ନାହିଁ | ମିଡିଆରେ ଆସିଥିବା ଖବର ଅନୁଯାୟୀ, ଏହି ଭିଡିଓ କାନପୁର ଫ୍ଲାଇଓଭରର ବୋଲି କୁହାଯାଉଛି |

ଦେଖନ୍ତୁ ଭିଡିଓ :-

କାର ଡ୍ରାଇଭରଙ୍କ ଏପରି କାର୍ଯ୍ୟକଳାପକୁ କେହି ଜଣେ ମୋବାଇଲରେ କଏଦ କରିଥିଲେ | ଏହି କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଭାଇରଲ ହେବାପରେ ପୋଲିସ ତୁରନ୍ତ ଆକ୍ସନ ନେଲା | ଏହି ଭିଡିଓ ଭାଇରଲ ହେବାପରେ ପୋ-ଲି-ସ ଲୋକମାନଙ୍କଠାରେ ନିବେଦନ କରିଛନ୍ତି ଯେ ଯଦି ଏହି କାର ବିଷୟରେ କୌଣସି ପ୍ରକାରର ସୂଚନା ମିଳେ, ତେବେ ପୋ-ଲି-ସ-କୁ ଜଣାନ୍ତୁ |

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାପରେ ଅନେକ ୟୁଜର୍ସ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ମଧ୍ୟ ଲେଖିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଏପରି ଲୋକମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିଦେବା ଉଚିତ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏଠି କଣ ହେଉଛି, ଲୋକମାନେ ଏତେ ଭୟହୀନ ହୋଇଗଲେଣି | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓରେ କମେଣ୍ଟସ କରିଛନ୍ତି ଏବଂ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *