ଫୋନ ହୋଇଗଲା ହ୍ୟାକ ? ବିଲକୁଲ ବି ଟେନସନ ନିଅନ୍ତୁ ନାହିଁ, ଆଉ ଗୋଟିଏ ଚୁଟକିରେ କନଫର୍ମ ହୁଅନ୍ତୁ

ଆପଣଙ୍କ ଫୋନ ମଧ୍ୟ ହୋଇପାରେ ହ୍ୟାକ –

ସ୍ମାର୍ଟଫୋନ ହ୍ୟାକ ହେବାର ଚର୍ଚ୍ଚା ବହୁତ ହେଉଛି | ଦି ୱାଶିଂଟନ ପୋଷ୍ଟ ଏବଂ ୧୬ ଟି ମିଡିଆ ହାଉସର ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ପେଗାସସର ବ୍ୟବହାର ଗୁପ୍ତଚର କାମରେ କରାଯାଉଛି | କୁହାଯାଇଛି ଯେ ସାମ୍ବାଦିକ, ମାନବାଧିକାର କର୍ମୀ ଏବଂ ବ୍ୟବସାୟ ଅଧିକାରୀମାନଙ୍କର ଗୁପ୍ତଚର କାମ କରାଯାଉଛି | କିନ୍ତୁ ଆପଣଙ୍କ ଫୋନ ମଧ୍ୟ ହ୍ୟାକ ହୋଇପାରେ | ଅନେକ ମାଲୱେୟର ଏବଂ ସଫ୍ଟୱେୟର ସାହାଯ୍ୟରେ ଆପଣଙ୍କ ଫୋନକୁ ମଧ୍ୟ ହ୍ୟାକ କରାଯାଇପାରେ | ଏହା ପଛର ମୁଖ୍ୟ କାରଣ ହେଉଛି ଫାଇନାନସିଆଲ ଫ୍ରଡ | ଆସନ୍ତୁ ଜାଣିବା କିପରି ଜାଣିପାରିବା ଯେ ଆପଣଙ୍କ ଫୋନ ହ୍ୟାକ ହୋଇଛି କି ନାହିଁ |

ଯେତେବେଳେ ବଢିବାକୁ ଲାଗେ ଡାଟା ୟୁଜ :-

ଏନ୍ଫୋର୍ସଡ଼ ଡିଭାଇସ ସର୍ଭର ଅପେକ୍ଷା ଅଧିକ କମ୍ୟୁନିକେଟ କରିଥାଏ | ନିଜକୁ ଅପଡେଟ ରଖିବା ପାଇଁ ସେ ସର୍ଭରରୁ ଅଧିକ ମାଲୱେୟର ଡାଉନଲୋଡ କରି ଚାଲିଥାଏ | ଏହା କଣ୍ଟାକ୍ଟ, ଫଟୋ ଏବଂ ଅନ୍ୟ ୟୁଜରଙ୍କ ଡାଟାକୁ ସର୍ଭରରେ ପଠାଏ | ଯାହା ଦ୍ୱାରା ଆପଣଙ୍କର ଅଧିକ ଡାଟା ବ୍ୟବହାର ହୋଇଥାଏ |

ବ୍ୟାଟେରୀର ଅଧିକ ବ୍ୟବହାର ହେବା :-

ପ୍ରାୟତଃ ଦେଖାଯାଏ ଯେ ବ୍ୟାଟେରୀ ଖରାପ ହେବାପରେ ଆପଣଙ୍କ ଫୋନ ଅଧିକ ସମୟ ପର୍ଯ୍ୟନ୍ତ କାମ କରିନଥାଏ | କିନ୍ତୁ ଏହା ଅଚାନକ ହେବାକୁ ଲାଗେ ତେବେ ଏହା ଚିନ୍ତାର ବିଷୟ ଅଟେ | ଏହା ପଛର କାରଣ ମାଲୱେୟର ସଫ୍ଟଓୟାର ହୋଇପାରେ | ପଛରେ ମାଲୱେୟର ସଫ୍ଟଓୟାର ଚାଲିଥାଏ, ଯାହାଦ୍ୱାରା ବ୍ୟାଟେରୀ ଅଧିକ ୟୁଜ ହୋଇଥାଏ |

ଫୋନରେ ଅଚାନକ ଅଜଣା ଆପ୍ସ ଆସିବା :-

ଫୋନରେ ଦେଖନ୍ତୁ ଯେ କୌଣସି ଅଜଣା ଆପ ନାହିଁ ତ | ଇଂସ୍ଟଲ ନ କରିବାପରେ ମଧ୍ୟ ନୁଆଁ ଆପ ଇଂସ୍ଟଲ ହୋଇଯାଇଛି, ତେବେ ଟିକେ ସତର୍କ ରହିବାର ଅଛି | ଏହାଦ୍ୱାରା ବାରମ୍ବାର ପପଅପ ଆଡ଼ସ ଆସିଥାଏ | ଏହି ଆପ୍ସକୁ ଆପଣ ଖୋଲି ଦେଖିଲେ ଏହା ଚାଲୁ ଚାଲୁ ଅଚାନକ ଅଟକିଯିବ |

ତୁରନ୍ତ କରନ୍ତୁ ଫ୍ୟାକ୍ଟ୍ରି ରିସେଟ :-

ଯଦି ଆପଣଙ୍କ ଫୋନରେ ଏତେ ସବୁ ସମସ୍ୟା ହେଉଛି, ତେବେ ତୁରନ୍ତ ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିଦିଅନ୍ତୁ | ଏହାସହିତ ଆପଣ ଯେଉଁ ବ୍ୟାଙ୍କ, ଇମେଲ କିମ୍ବା ଅନ୍ୟ ଆକାଉଣ୍ଟସ ପାସୱାର୍ଡ଼ ରଖିଛନ୍ତି, ତେବେ ବଦଳାଇ ଦିଅନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.