ମହିଳାଙ୍କ ପାଇଁ କୌଣସି ନର୍କଠାରୁ କମ ନୁହେଁ ଆଫଗାନିସ୍ତାନ,ତାଲିବାନ କରିଛି ଏମିତି କଠୋର ନିୟମ,ଜାଣନ୍ତୁ ଏହି ନିୟମ ବିଷୟରେ …

ଆଫଗାନିସ୍ତାନର ୮୦ ପ୍ରତିଶତରୁ ଅଧିକ ଅଂଶ ତାଲିବାନ କବଜାକୁ ଆସିସାରିଛି | ଯାହା ସହିତ ତାଲିବାନ ଏହି ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବା ଆରମ୍ଭ କରିଦେଇଛି ଏବଂ ମହିଳାଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି | ଆଫଗାନିସ୍ତାନରେ ରହୁଥିବା ମହିଳାମାନଙ୍କ ପାଇଁ ତାଲିବାନ ଏକ ଅଲଗା ନିୟମ ତିଆରି କରିଛି | ଯାହାକୁ ପ୍ରତ୍ୟେକ ମହିଳାଙ୍କୁ ପାଳନ କରିବାକୁ ପଡିବ | ଯେଉଁ ମହିଳାମାନେ ଏହି ନିୟମକୁ ପାଳନ କରିବେ ନାହିଁ, ତାଙ୍କୁ ସମସ୍ତଙ୍କ ସାମ୍ନାରେ ଦ-ଣ୍ଡ ଦିଆଯାଇଥାଏ |

ଆଜି ଆମେ ଆପଣଙ୍କୁ ତାଲିବାନ ଦ୍ୱାରା ମହିଳାଙ୍କ ପାଇଁ ତିଆରି କରିଥିବା କିଛି ନିୟମ କହିବାକୁ ଯାଉଛୁ | ଯାହାକୁ ପଢିବା ପରେ ଆପଣ ମଧ୍ୟ ଏହି ଚିନ୍ତାରେ ପଡିଯିବେ ଯେ ଏହି ସ୍ଥାନରେ ମହିଳାମାନେ ପ୍ରକୃତରେ କିପରି ରହୁଛନ୍ତି |

ତାଲିବାନ ଦ୍ୱାରା ମହିଳାଙ୍କ ପାଇଁ ତିଆରି କରିଛି ନିୟମ :-

ପିନ୍ଧି ପରିବେନାହିଁ ହାଇ ହିଲ :-

ତାଲିବାନ ମହିଳାମାନଙ୍କ ହାଇ ହିଲ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଛି | ତାଲିବାନ କହିଛି ଯେ ଏଥିରୁ ବାହାରୁଥିବା ଶବ୍ଦ ପୁରୁଷମାନଙ୍କୁ ଶୁଣାଯାଏ | ଯାହା ଦ୍ୱାରା ସେମାନେ ରାସ୍ତା ଭୁଲିଯାନ୍ତି | ଏଥିପାଇଁ ମହିଳାମାନେ ହାଇ ହିଲ ପିନ୍ଧିପାରିବେ ନାହିଁ |

କେବଳ ଧୀର ସ୍ୱରରେ କଥା ହେବେ :-

ଏଠାରେ ରହୁଥିବା ମହିଳାମାନଙ୍କୁ କେବଳ ଧୀର ସ୍ୱରରେ କଥା ହେବାକୁ ଅନୁମତି ଦିଆଯାଇଛି | ତାଲିବାନ କହିଛି ଯେ ପ୍ରତ୍ୟେକ ମହିଳା କେବଳ ଧୀର ସ୍ୱରରେ କଥା ହେବା ଉଚିତ | ମହିଳାଙ୍କ ସ୍ୱର କୌଣସି ଅଜଣା ବ୍ୟକ୍ତିଙ୍କୁ ଶୁଣାଯିବା ଉଚିତ ନୁହେଁ |

ଝରକା କିମ୍ବା ବାଲକୋନୀରୁ ଦେଖିବାକୁ ନେଇ ପ୍ରତିବନ୍ଧକ :-

ଝିଅମାନଙ୍କୁ ଏବଂ ମହିଳାମାନଙ୍କୁ ବୁର୍ଖା ନ ପିନ୍ଧି ଘରୁ ବାହାରକୁ ଯିବାକୁ ଅନୁମତି ନାହିଁ | ଏହାବ୍ୟତୀତ ମହିଳାମାନଙ୍କୁ ବାଲକୋନୀ କିମ୍ବା ଛାତ ଉପରକୁ ଯିବାକୁ ମନା କରାଯାଇଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଲିବାନ ଅଞ୍ଚଳରେ ତିଆରି ହୋଇଥିବା ଘରର ଝରକା ବନ୍ଦ ରହିଥାଏ ଏବଂ ତା ଉପରେ ପେଣ୍ଟର ମୋଟା ଭାବେ ଦିଆଯାଇଥାଏ | ଯେପରିକି କୌଣସି ବାହାର ବ୍ୟକ୍ତିର ନଜର ଘରର ସ୍ତ୍ରୀମାନଙ୍କ ଉପରେ ନ ପଡେ |

ବାହାରକୁ ଏକୁଟିଆ ଯିବାକୁ ମନା :-

ଏହି ସ୍ଥାନରେ ରହୁଥିବା ମହିଳାଙ୍କ ପାଇଁ ଏହି ଦେଶ କୌଣସି ନର୍କ ଠାରୁ କମ ନୁହେଁ | ତାଲିବାନର କବଜାରେ ଥିବା ଅଞ୍ଚଳଗୁଡିକରେ ମହିଳାମାନେ ନିଜ ଘରୁ ଏକୁଟିଆ ବାହାରକୁ ବାହାରି ପାରିବେନାହିଁ | ଯେଉଁ ମହିଳା ଏହି ନିୟମ ପାଳନ କରନ୍ତି ନାହିଁ, ସେମାନଙ୍କୁ ଚାବୁକରେ ପିଟାଯାଇଥାଏ |

ଲଗାଇ ପାରିବେନାହିଁ ମହିଳାମାନଙ୍କ ଫଟୋ :-

ଦୋକାନ କିମ୍ବା ପାର୍ଲରରେ ମହିଳାମାନଙ୍କ ନାମ ମଧ୍ୟ ଲେଖାଯିବ ନାହିଁ | ଏହାସହିତ ଏହି ସ୍ଥାନଗୁଡିକରେ ମହିଳାଙ୍କ ଫଟୋ ମଧ୍ୟ ଲଗାଯାଇ ପାରିବନାହିଁ | ଯେଉଁ ଲୋକମାନେ ଏହି ନିୟମକୁ ପାଳନ ନ କରନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଇଥାଏ |

ଦେଖାଯିବା ଉଚିତ ନୁହେଁ ଶରୀରର କୌଣସି ଅଙ୍ଗ :-

ଯଦି କୌଣସି ମହିଳାଙ୍କ ଶରୀରର କୌଣସି ଅଙ୍ଗ ଅନ୍ୟ ପୁରୁଷକୁ ଦେଖାଯାଏ | ତେବେ ସେହି ମହିଳାକୁ ଦଣ୍ଡ ଦିଆଯାଇଥାଏ | ଏପରିକି ଯୁବତୀମାନଙ୍କୁ କୌଣସି ଅଜଣା ପିଲା ସହିତ କଥା ହେବାପାଇଁ ଅନୁମତି ନାହିଁ | ଯଦି କୌଣସି ମହିଳା ଅଜଣା ପୁଅ ସହିତ ଦେଖାଯାଏ, ତେବେ ତାକୁ ରାସ୍ତା ମଝିରେ ପିଟାଯାଏ |

ତିଆରି କରୁଛି ଆଉ ଏକ ନିୟମ :-

ଖବର ଅନୁଯାୟୀ, ତାଲିବାନ କଥିତ ଭାବରେ ୧୫ରୁ ୪୫ ବର୍ଷୀୟ ଏକୁଟିଆ ମହିଳାମାନଙ୍କର ଏବଂ ବିଧବାମାନଙ୍କର ତାଲିକା ତିଆରି କରିବା ଆରମ୍ଭ କରିଦେଇଛି | ଯେପରିକି ସେମାନଙ୍କ ସହିତ ତାଲିବାନର ପୁଅମାନଙ୍କର ବିବାହ କରାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *