ଚାଇନାରେ ୧୦୦୦ ବର୍ଷ ପରେ ହେଲା ଏମିତି ଭୟଙ୍କର ବର୍ଷା,ସାରା ସହର ବୁଡି ରହିଛି ପାଣିରେ,ବହୁତ ଲୋକଙ୍କ ଗଲାଣି ଜୀବନ

ଚାଇନାର ମଧ୍ୟ ହେନାନ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା ଦୁର୍ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଯାଇଛି | ସହରର ରାସ୍ତାଗୁଡ଼ିକ ଉପରେ ପାଣି ଭର୍ତ୍ତି ହୋଇ ରହିଛି ଏବଂ ଭିଡିଓରେ ଗାଡିଗୁଡିକ ଭାସୁଥିବାର ଦେଖିବାକୁ ମିଳିଛି | ସେହିପରି ମେଟ୍ରୋ ଟନଲରେ ପାଣି ରହିଥିବା କାରଣରୁ ପୋଖରୀ ପରି ଦୃଶ୍ୟ ଦେଖିବାକୁ ମିଳିଛି |

ବର୍ଷା ଭାଙ୍ଗିଲା ରେକର୍ଡ :-

ସରକାରୀ ନ୍ୟୁଜ ଏଜେନ୍ସି ଶିନହୁଆ ଅନୁଯାୟୀ, ହେନାନର ପାଣିପାଗ ବିଭାଗ କହିଛି ଯେ ପ୍ରାଦେଶିକ ରାଜଧାନୀ ଝେଂଗଝୋଓରେ ମଙ୍ଗଳବାର ଦିନ ସନ୍ଧ୍ୟା ୪ ରୁ ୫ଟା ମଧ୍ୟରେ ରେକର୍ଡ ୨୦୧.୯ ମିଲିମିଟର ବର୍ଷା ହୋଇଛି | ଝେଂଗଝୋଓ ନଗର କେନ୍ଦ୍ରରେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ହାରାହାରି ୪୫୭.୫ ମିଲିମିଟର ବର୍ଷା ହୋଇଛି | ପାଣିପାଗ ବିଭାଗ ରେକର୍ଡ ରଖାଯିବା ପରଠାରୁ ସହରରେ ପ୍ରାୟ ଏକ ହଜାର ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ପ୍ରବଳ ବର୍ଷା ହୋଇଛି |

ସମ୍ବାଦରେ କୁହାଯାଇଛି ଯେ ବନ୍ୟା ଜନିତ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | ବର୍ଷା ହେତୁ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଥିବାରୁ ସହରରେ ଟ୍ରାଫିକ ଅଟକି ରହିଛି | ୮୦ ରୁ ଅଧିକ ବସ ସେବାକୁ ସସ୍ପେଣ୍ଡ କରିବାକୁ ପଡିଛି | ଏହା ବ୍ୟତୀତ ୧୦୦ ରୁ ଅଧିକ ରୁଟ ଡାଇଭର୍ଟ କରାଯାଇଛି |

ବସ, ଟ୍ରେନ ଏବଂ ବିମାନ ସେବା ପ୍ରଭାବିତ :-

ସବୁଆଡେ ପାଣି ରହିଥିବାରୁ ମେଟ୍ରୋ ସର୍ଭିସ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି | ବର୍ଷା ପାଣି ସହରର ‘ଲାଇନ ଫାଇଭ’ର ମେଟ୍ରୋ ଟନେଲରେ ପଶିଗଲା, ଯାହା ଦ୍ୱାରା ଗୋଟିଏ ଟ୍ରେନରେ ଅନେକ ଯାତ୍ରୀ ଫସିଗଲେ | ଯାତ୍ରୀମାନଙ୍କୁ ପାଣିରେ ବୁଡ଼ି ଯାତ୍ରା କରିବାକୁ ପଡୁଛି |

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ମେଟ୍ରୋରେ ଜଳ ହ୍ରାସ ପାଉଛି ଏବଂ ଯାତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି | ଝେଂଗଝୋଓ ରେଳ ଷ୍ଟେସନରେ ୧୬୦ ରୁ ଅଧିକ ଟ୍ରେନ ଅଟକି ରହିଥିଲା | କେବଳ ଏତିକି ନୁହେଁ, ଖରାପ ପାଗ ଯୋଗୁଁ ଝେଂଗଝୋଓର ବିମାନ ବନ୍ଦରରେ ସହରକୁ ଏବଂ ସହରରୁ ଯିବାଆସିବା କରୁଥିବା ୨୬୦ ବିମାନ ରଦ୍ଦ କରାଯାଇଛି |

ସେହିପରି ସ୍ଥାନୀୟ ରେଳ ଅଧିକାରୀମାନେ ମଧ୍ୟ କିଛି ଟ୍ରେନକୁ ଅଟକାଇ ଦେଇଛନ୍ତି କିମ୍ବା ତାଙ୍କ ସମୟରେ ପରିବର୍ତ୍ତନ କରିଛନ୍ତି | ବାତ୍ୟା ଦ୍ୱାରା ପ୍ରଭାବିତ ସହରର କେତେକ ସ୍ଥାନରେ ବିଦ୍ୟୁତ ଏବଂ ପାନୀୟ ଜଳ ସେବା ମଧ୍ୟ ବନ୍ଦ ରହିଛି | ହେନାନ ପ୍ରାଦେଶିକ ଏବଂ ଝେଂଗଝୋଓ ମ୍ୟୁନିସିପାଲିଟି ବ୍ୟୁରୋ ଅଫ ମେଟେରୋଲୋଜି ପାଣିପାଗ ବିପର୍ଯ୍ୟୟ ପାଇଁ ଜରୁରୀକାଳୀନ ପରିସ୍ଥିତିର ସ୍ତରକୁ ବୃଦ୍ଧି କରିଛି | ହେନନରେ ବୁଧବାର ରାତି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *