ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷିବ; ଆଜି ୭ ଜିଲ୍ଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହିତ ମୌସୁମୀ ସ୍ଵାଭାବିକ ଅବସ୍ଥାକୁ ଫେରିଆସିଛି। ଏବେ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଆରମ୍ଭ ହୋଇଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଲଘୁଚାପ ବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଦ୍ବାରା, ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବର୍ଷାର ପରିମାଣ ବଢିପାରେ।

ଗତକାଲି ଅପରାହ୍ନ ରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମଧରଣର ବର୍ଷା ହେବ। ଆଜି ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ପୁରୀ ଜିଲ୍ଲା,କଟକ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା,ସମ୍ବଲପୁର ଜିଲ୍ଲା ଓ ଦେବଗଡ଼ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ବାଲେଶ୍ବର ଜିଲ୍ଲା,ଭଦ୍ରକ ଜିଲ୍ଲା,ଯାଜପୁର ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,ଅନୁଗୁଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା,କୋରାପୁଟ ଜିଲ୍ଲା,ମାଲକାନଗିରି ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୨ ତାରିଖ ଦିନ ରାଜ୍ୟର ଅନୁଗୁଳ ଜିଲ୍ଲା,ବୌଦ୍ଧ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ବଲାଙ୍ଗୀର ଜିଲ୍ଲା,ବରଗଡ଼ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବ। ଆଉ କନ୍ଧମାଳ ଜିଲ୍ଲା,ନୂଆପଡ଼ା ଜିଲ୍ଲା,ଢେଙ୍କାନ‌ାଳ ଜିଲ୍ଲା,କଟକ ଜିଲ୍ଲା,ନୟାଗଡ଼ ଜିଲ୍ଲା,ଯାଜପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ସେହିପରି ୨୩ ତାରିଖ ଦିନ ରାଜ୍ୟରେ ବର୍ଷାର ମାତ୍ରା କମିବ କିନ୍ତୁ, ବରଗଡ଼ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,ନୂଆପଡ଼ା ଜିଲ୍ଲା,ଝାରସୁଗୁଡ଼ା ଜିଲ୍ଲା,ସୁନ୍ଦରଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା,କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ସୁନ୍ଦରଗଡ଼ ଜିଲ୍ଲା,ବାଲେଶ୍ବର ଜିଲ୍ଲା,କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଉ ଅନ୍ୟପାର୍ଶ୍ୱରେ ଏହି ଲଘୁଚାପ ଶେଷ ହେବା ସମୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି। ଯାହାଦ୍ବାରା, ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୧୫୦ ମିମିରୁ ଅଧିକ ବର୍ଷା ହୋଇପାରେ ବୋଲି ସମ୍ଭାବନା କରାଯାଉଛି। ଏଥିସହିତ ଜୁଲାଇ ମାସରେ ବର୍ଷାର ଅଭାବକୁ କିଛି ପରିମାଣର ଭରଣା କରିପାରିବ ବୋଲି ଆଶା ରଖାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *