ସ୍ମୃତି ଇରାନୀଙ୍କଠାରୁ ଆରମ୍ଭ କରି ଶଶି ଥରୁରଙ୍କ ପର୍ଯ୍ୟନ୍ତ,ଏହି ୫ ଜଣ ନେତ୍ରୀ କରିଛନ୍ତି ଛାଡପତ୍ର ଦେଇଥିବା ପାର୍ଟନରଙ୍କ ସହିତ ବିବାହ, ପଢନ୍ତୁ ଏମାନଙ୍କ ଲଭ ଷ୍ଟୋରି

ଆଜି ଆମେ ଆପଣଙ୍କୁ ଏପରି କିଛି ନେତାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଜୀବନସାଥୀ ପୂର୍ବରୁ ଆଉ କାହାକୁ ଛାଡପତ୍ର ଦେଇ ସାରିଥିଲେ | ଏହି ନେତାମାନଙ୍କ ହୃଦୟ ବିବାହିତା ଲୋକମାନଙ୍କ ଉପରକୁ ଆସିଥିଲା | ଯାହା ପରେ ଏମାନେ କାହାକୁ ଖାତିର ନ କରି ତାଙ୍କ ହାତ ଧରିଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ତେବେ ଆସନ୍ତୁ ବିଳମ୍ବ ନ କରି ଜାଣିବା ଏହି ନେତାମାନଙ୍କ ବିଷୟରେ ଏବଂ ସେମାନଙ୍କ ଲାଇଫ ପାର୍ଟନରଙ୍କ ବିଷୟରେ |

୧. ମୁଲାୟମ ସିଂ ଯାଦବ :-

ମୁଲାୟମ ସିଂ ଯାଦବ ଦୁଇଥର ବିବାହ କରିଛନ୍ତି | ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ନାମ ସାଧନା ଗୁପ୍ତା ଅଟେ | ସାଧନା ଗୁପ୍ତା ୟୁପିର ଇଟାୱାର ବିଡୁନା ତହସିଲର ବାସିନ୍ଦା ଅଟନ୍ତି | ଜୁଲାଇ ୪ ତାରିଖ ୧୯୮୬ ମସିହାରେ ସାଧନାଙ୍କ ବିବାହ ଫାରୁଖବାଦର ଚନ୍ଦ୍ରପ୍ରକାଶ ଗୁପ୍ତାଙ୍କ ସହିତ ହୋଇଥିଲା | ଜୁଲାଇ ୭ ତାରିଖ ୧୯୮୭ ମସିହାରେ ପ୍ରତୀକ ଯାଦବଙ୍କ ଜନ୍ମ ହୋଇଥିଲା | ପ୍ରତୀକଙ୍କ ଜନ୍ମର ଦୁଇ ବର୍ଷ ପରେ ସାଧନା ଏବଂ ଚନ୍ଦ୍ରପ୍ରକାଶ ଅଲଗା ହୋଇ ଯାଇଥିଲେ | ଏହା ପରେ ସାଧନା ଗୁପ୍ତାଙ୍କ ଜୀବନରେ ମୁଲାୟମ ସିଂ ଆସିଥିଲେ |

୨. ଦିଗବିଜୟ ସିଂହ :-

କଂଗ୍ରେସ ନେତା ଦିଗବିଜୟ ସିଂହ ଟିଭି ଆଙ୍କର ଅମୃତା ରାୟଙ୍କ ସହିତ ଦ୍ୱିତୀୟ ଥର ବିବାହ କରିଛନ୍ତି | ଅମୃତା ରାୟ ପୂର୍ବରୁ ବିବାହିତ ଥିଲେ ଏବଂ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ସେ ୨୦୧୫ ମସିହାରେ ଦିଗବିଜୟ ସିଂଙ୍କୁ ବିବାହ କରିଥିଲେ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଗବିଜୟ ସିଂହ ଅମୃତାଙ୍କଠାରୁ ୨୫ ବର୍ଷରେ ବଡ ଅଟନ୍ତି | ସେମାନଙ୍କର ପ୍ରେମ ସମ୍ପର୍କ ଏକ ସମୟରେ ବହୁତ ଭାଇରଲ ହୋଇଥିଲା |

୩. ସ୍ମୃତି ଇରାନୀ :-

ସ୍ମୃତି ଇରାନୀଙ୍କ ସ୍ୱାମୀଙ୍କ ନାମ ଜୁବିନ ଇରାନୀ ଅଟେ | ଜୁବିନ ଇରାନୀ ପୂର୍ବରୁ ବିବାହିତ ଥିଲେ ଏବଂ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପରେ ୨୦୦୧ ମସିହାରେ ସ୍ମୃତି ଇରାନୀଙ୍କୁ ବିବାହ କରିଥିଲେ | ୨୦୦୧ ରେ ସେମାନଙ୍କର ପ୍ରଥମ ପିଲା ଜନ୍ମ ହୋଇଥିଲା | ଯାହାର ନାମ ସେମାନେ ଜୋହର ରଖିଥିଲେ | ସେହିପରି ୨୦୦୩ ମସିହାରେ ସେମାନଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା | ଯାହାର ନାମ ଜୋଇସ ଅଟେ |

୪. କିରଣ ଖେର :-

କିରନ ଖେର ଅଭିନେତା ଅନୁପମ ଖେରଙ୍କ ସହିତ ୧୯୮୫ ମସିହାରେ ବିବାହ କରିଥିଲେ | କିରଣ ଖେର ନିଜ ସ୍ୱାମୀ ଗୌତମ ବେରୀଙ୍କୁ ଛାଡପତ୍ର ଦେଇ ଅନୁପମ ଖେରଙ୍କୁ ବିବାହ କରିଥିଲେ | କିରଣଙ୍କ ପୂର୍ବରୁ ଅଭିନେତା ଅନୁପମ ଖେରଙ୍କ ଜୀବନରେ ମଧୁମାଳତୀ କପୁର ଥିଲେ | ତେବେ ବିବାହର ଏକ ବର୍ଷ ପରେ ହିଁ ଅନୁପମ ଖେର ମଧୁମାଳତୀ କପୁରଙ୍କୁ ଛାଡପତ୍ର ଦେଇଦେଇଥିଲେ | ଛାଡପତ୍ରର କିଛି ବର୍ଷ ପରେ ସେ କିରଣ ଖେରଙ୍କୁ ବିବାହ କରିଥିଲେ |

୫. ଶଶି ଥରୁର :-

ଶଶି ଥରୁର ୨୦୧୦ ମସିହାରେ ସୁନନ୍ଦା ପୁଷ୍କରିଙ୍କୁ ବିବାହ କରିଥିଲେ | ଶଶି ଥରୁରଙ୍କ ସହିତ ବିବାହର ଚାରି ବର୍ଷ ପରେ ହିଁ ସୁନନ୍ଦା ପୁଷ୍କରିଙ୍କର ମୃତ୍ୟୁ ହୋଇଗଲା | ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଥିଲା, ତାହା ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି | ଶଶି ଥରୁରଙ୍କ ପୂର୍ବରୁ ସୁନନ୍ଦା ପୁଷ୍କରି ମୋଟ ଦୁଇଥର ବିବାହ କରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *