ଫେମସ କମ୍ପାନୀ ଆମାଜନ ଦେଲା ପନିପରିବା ବିକ୍ରି କରୁଥିବା ଚାଷୀର ପୁଅକୁ ସବୁଠାରୁ ବଡ଼ ଚାକିରି, ଜାଣନ୍ତୁ କିପରି

ଜଣେ ପନିପରିବା ବିକ୍ରି କରୁଥିବା ବାପାର ସ୍ୱପ୍ନକୁ ପୂରଣ କରି ପୁଅ ଦୁନିଆର ଫେମସ କମ୍ପାନୀ ଆମାଜନରେ ଟପ ଗ୍ରେଡ଼ର ଚାକିରୀ ପାଇଛି | ଆଇଆଇଟି ରୁଡକିରେ ପଢ଼ୁଥିବା ଋଷିକେଶ ରସ୍କରଙ୍କୁ ଦୁନିଆର ସବୁଠାରୁ ବଡ ଗ୍ରୁପ ଆମାଜନରେ ଭଲ ବ୍ୟାକେଣ୍ଡ ଇଞ୍ଜିନିୟର ଭାବରେ ରଖାଯାଇଛି | ଆସନ୍ତୁ ଜାଣିବା ରସ୍କର କିପରି ଆମାଜନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ |

ପନିପରିବା ବିକ୍ରି କରୁଥିବା ବ୍ୟକ୍ତିଙ୍କ ପୁଅ ଆମାଜନର ବ୍ୟାକେଣ୍ଡ ଇଞ୍ଜିନିୟର :-

ରସ୍କରଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା | ପିଲାଦିନରୁ ହିଁ ତାଙ୍କୁ ନିଜ ପରିବାରର ଆର୍ଥିକ ଅବସ୍ଥା ବିଷୟରେ ଜଣା ଥିଲା | ଟଙ୍କା ରୋଜଗାର କରିବା ପାଇଁ ସେ ଫ୍ରିଲାନ୍ସ ଟେକ ରାଇଟିଙ୍ଗ ଏବଂ ଅନଲାଇନ ଟ୍ୟୁଟରିଂ ଭଳି କାର୍ଯ୍ୟ କରିଥିଲେ | ଏହା ପରେ ରସ୍କର ନିଜର ସ୍କୁଲ ପାଠପଢା ସମୟରେ ବହୁତ ପରିଶ୍ରମ କରିଥିଲେ ଏବଂ ଦେଶର ସର୍ବୋତ୍ତମ ଇଞ୍ଜିନିୟରିଂ ପ୍ରତିଷ୍ଠାନ ମଧ୍ୟରୁ ଏକ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରୁଡକିରେ ପହଞ୍ଚିଥିଲେ | ଏଠାରେ ମଧ୍ୟ ରସ୍କର ପାଠପଢା ସହିତ ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କାମ କରୁଥିଲେ |

ଲଗାତାର ୧୨ରୁ ୧୪ ଘଣ୍ଟା କାମ :-

କିନ୍ତୁ ରସ୍କରଙ୍କ ଲକ୍ଷସ୍ଥଳ ଆଉ କେଉଁଠି ଥିଲା | ଲଗାତାର ୧୨ ରୁ ୧୪ ଘଣ୍ଟା କାମ କରିବା ପରେ ରସ୍କର ଏକ ବେଷ୍ଟ ବ୍ୟାକେଣ୍ଡ ଇଞ୍ଜିନିୟରିଂ ହୋଇଗଲେ | ରସ୍କର ସ୍କେଲର ଏକାଡେମୀ ଜଏନ କଲେ, ଯାହା କି ନିଜର ପ୍ରଥମ ବ୍ୟାଚରେ ଛାତ୍ର ଏବଂ କାର୍ଯ୍ୟରତ ବ୍ୟବସାୟ ପାଇଁ ଏକ ଆଡ଼-ଟେକ ଷ୍ଟାର୍ଟ-ଅପ ଅଟେ | ଏଠାରେ ରସ୍କର ଇଣ୍ଡଷ୍ଟ୍ରିର ଏକ୍ସପର୍ଟଙ୍କଠାରୁ ଟ୍ରେନିଂ ନେଲେ | ଏହା ସହିତ ରସ୍କର ଆହୁରି ଅଧିକ ଏକ୍ସପର୍ଟ ହୋଇଗଲେ |

ସଫଳତାର ଶ୍ରେୟ ପରିବାରର ଲୋକମାନଙ୍କୁ :-

ଦୁନିଆର ସବୁଠୁ ବଡ କମ୍ପାନୀରେ ସର୍ବୋତ୍ତମ ଚାକିରି ପାଇଥିବା ରସ୍କର ନିଜ ସଫଳତାର ଶ୍ରେୟ ନିଜ ପରିବାର ଲୋକଙ୍କୁ ଏବଂ ବନ୍ଧୁମାନଙ୍କୁ ଦେଇ କହିଛନ୍ତି ଯେ ସେ ତାଙ୍କର ପ୍ରିୟ ପରିବାର ଏବଂ ସାଙ୍ଗମାନେ ଉତ୍ସାହିତ କରିଥିବାରୁ ସେ କୃତଜ୍ଞ ଅଟନ୍ତି | ରସ୍କର କହିଛନ୍ତି ଯେ ସେ ନିଜର ଇଞ୍ଜିନିୟରିଂର କନସେପ୍ଟର ବେସିକ ଏବଂ ଫଣ୍ଡାମେଣ୍ଟାଲ ଉପରେ କାମ କରିଥିଲେ ଏବଂ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *