କରୋନା ଟିକାର ପ୍ରଭାବ : ଟୀକା ନେଇ ପାରାଲିସିସର ଶିକାର ହେଲେ ଏହି ବ୍ୟକ୍ତି, ଆଖି ବନ୍ଦ କରିବାରେ ମଧ୍ୟ ହେଉଛି ଅସୁବିଧା

ବ୍ରିଟେନରେ କରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟର ମାମଲା ଲଗାତାର ଭାବେ ସାମ୍ନାକୁ ଆସୁଛି | ୩୨ ବର୍ଷିୟ ଜୋସେଫ ରବିନ୍ସନ ଟିକାର ଶିକାର ହେବା ପରେ ବର୍ତ୍ତମାନ ଅନ୍ୟ ଜଣେ ବ୍ୟକ୍ତି ଦୁଇଟିଯାକ ଡୋଜ ନେବା ପରେ ପାରାଲିସିସର ଶିକାର ହୋଇଛନ୍ତି | ୬୧ ବର୍ଷୀୟ ଏହି ବ୍ୟକ୍ତି ଫାଇଜରର କରୋନା ଟିକା ଲଗାଇଥିଲେ | ପ୍ରଥମ ଡୋଜ ପରଠାରୁ ହିଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା, କିନ୍ତୁ ଦ୍ୱିତୀୟ ଡୋଜ ଲଗାଇବା ପରେ ହଠାତ ଅବସ୍ଥା ବିଗିଡିଗଲା |

Bell’s Palsy ର ହେଲେ ଶିକାର :-

‘ଦି ସନ’ର ରିପୋର୍ଟ ଅନୁଯାୟୀ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ଲେଖୁଥିବା ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ ଫାଇଜରର ଟୀକା ଲଗାଇବା ପରେ ହିଁ ବ୍ୟକ୍ତିଙ୍କ ଅବସ୍ଥା ବିଗିଡ଼ିଗଲା | ତାଙ୍କ ମୁହଁର ବାମ ପାର୍ଶ୍ୱ ପାରାଲିସିସ ହୋଇଗଲା ଏବଂ ତାଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ଭାବେ ବନ୍ଦ ହେଉନାହିଁ | ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି | ସେହି ବ୍ୟକ୍ତିଙ୍କ ଠାରେ ବେଲସ ପାଲସି ରୋଗ ଦେଖାଦେଇଥିଲା | ଅସ୍ଥାୟୀ ଦୁର୍ବଳତା କିମ୍ବା ମୁଖର ମାଂସପେଶୀର ପକ୍ଷାଘାତ, ଯାହା ଭାଇରସ କାରଣରୁ ହୋଇପାରେ |

୫ଘଣ୍ଟା ପରେ ବିଗିଡ଼ିଲା ସ୍ଥିତି :-

ଡାକ୍ତର କହିଛନ୍ତି ଯେ ବେଲସ ପାଲସିର ଚିକିତ୍ସା ସମ୍ଭବ ଅଟେ | ଅଧିକାଂଶ ଲୋକ ନଅ ମାସରେ ସମ୍ପୂର୍ଣ ଭାବେ ଠିକ ହୋଇଯାନ୍ତି | କିନ୍ତୁ ବେଳେବେଳେ ତାଠାରୁ ଅଧିକ ସମୟ ମଧ୍ୟ ଲାଗିପାରେ କିମ୍ବା ପରମାନେଣ୍ଟ ମଧ୍ୟ ହୋଇପାରେ | ରିପୋର୍ଟରେ କୁହାଯାଇଛି ଯେ ଫାଇଜରର ଟୀକା ଫାଷ୍ଟ ଡୋଜ ନେବାର ପାଞ୍ଚ ଘଣ୍ଟା ପରେ ବ୍ୟକ୍ତିର ମୁହଁର ଡାହାଣ ପାର୍ଶ୍ୱ ଅଚଳ ହୋଇଗଲା | ତେବେ କିଛି ଦିନର ଟ୍ରିଟମେଣ୍ଟ ପରେ ତାହା ଠିକ ହୋଇଗଲା | ଅନେକ ଟେଷ୍ଟରେ ମଧ୍ୟ କୌଣସି ଚିନ୍ତାର ବିଷୟ ଆସିନାହିଁ |

AstraZeneca Vaccine ମଧ୍ୟ ପ୍ରଶ୍ନରେ ରହିଛି :-

ଏହା ପରେ ଯେତେବେଳେ ବ୍ୟକ୍ତି ଟୀକାର ଦ୍ୱିତୀୟ ଡୋଜ ନେଲେ, ସେତେବେଳେ ମୁହଁର ବାମ ପାର୍ଶ୍ୱ ପକ୍ଷାଘାତ ହୋଇଗଲା | ଏଥର ପରିସ୍ଥିତି ପୂର୍ବ ଅପେକ୍ଷା ଅଧିକ ଗୁରୁତର ହୋଇଗଲା | କିଛି ଦିନର ଚିକିତ୍ସା ପରେ ସେ ଭଲରେ ଅଛନ୍ତି | ଏହାପୂର୍ବରୁ ବ୍ରିଟେନର ବାସିନ୍ଦା ଜୋସେଫ ରବିନ୍ସନ ଦାବି କରିଥିଲେ ଯେ AstraZeneca ର ଟିକା ତାଙ୍କ ଜୀବନକୁ ନଷ୍ଟ କରିଦେଇଛି | ଟିକା ପରେ ତାଙ୍କ ମସ୍ତିଷ୍କରେ ଅଲ୍ଟ୍ରା-ବିରଳ ରକ୍ତ ଜମାଟ ବାନ୍ଧିବା ସୃଷ୍ଟି ହେବାକୁ ଲାଗିଲା, ତା’ପରେ ତାଙ୍କର ସ୍ମୃତି ଶକ୍ତି ଦୁର୍ବଳ ହୋଇଗଲା ଏବଂ ତା’ପରେ ତାଙ୍କୁ କହିବାରେ ମଧ୍ୟ ଅସୁବିଧା ଆରମ୍ଭ ହେବାକୁ ଲାଗିଲା | ଯେଉଁ କାରଣରୁ ତାଙ୍କୁ ବଳପୂର୍ବକ ଚାକିରୀରୁ ବାହାର କରିଦିଆଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *