କାର ପରେ ପରେ ଏବେ ଆସିଗଲା ଉଡନ୍ତା ବାଇକ୍,ଜାଣନ୍ତୁ କେତେ ରହିଛି ଏହାର ଦାମ !

କିଛି ଦିନ ପୂର୍ବେ ଉଡନ୍ତା କାରର ସଫଳ ପରୀକ୍ଷଣ ହୋଇଛି|ଏହାର ନାମ ଏୟାର କାର ଅଟେ ଓ ହାୱରେ ଉଡିବା ପୂର୍ବରୁ ଏହା ଏକ କୋକୋପିଟରେ ତଵ୍ଦୀଲ ହୋଇଥିଲା ଓ ଏହା ଗୋଟିଏ ଏୟାରପୋର୍ଟରୁ ଅଳ୍ୟ ଏକ ଏୟାରପୋର୍ଟକୁ ୩୫ ମିନିଟ ପର୍ଯ୍ୟନ୍ତ ହାୱରେ ଉଡିଥିଲା|କିନ୍ତୁ କେବଳ କାର ନାହିଁ ଉଡ଼ନ୍ତା ବାଇକ ଏବେ ଚର୍ଚ୍ଚାରେ ରହିଛି|

ଏହି ଉଡନ୍ତା ବାଇକର ନାଁ ପି ବନ ରହିଛି ଏହାକୁ ସ୍ପିଡର ନାମରେ ମଧ୍ୟ ପ୍ରଚାରିତ କରାଯାଉଛି|ଏହା ସହାୟତାରେ ଭର୍ଟିକାଲ ଟେକ୍ ଓ ଏୟାର ଲ୍ୟାଣ୍ଡିଙ୍ଗ କରାଯାଇପାରିବ|କମ୍ପାନୀର ଏହା ମଧ୍ୟ ଦାବି ଯେ ଏହାକୁ ୧୫୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ନେଇହେବ କିନ୍ତୁ ଏୟାର କାର ୮୨୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ|

ଜେଟପେକ୍ ଏଭିଏସନ ମୁତାବକ ସ୍ପିଡରର ଦୁଇଟି ଭାରିଏଣ୍ଟ ଲ୍ଞ କରାଯିବ|ଗୋଟିଏ ବ୍ୟବହାର ସାଧାରଣ ଜୀବନରେ ହେବ ଓ ଅନ୍ୟଟି ମିଲିଟାରୀ ଵା ଉଦ୍ଧାର କାର୍ଯ୍ୟ ସହ ଜଡ଼ିତ ହେବ|ୱେବସାଇଟରେ ଲେଖାଯାଇଅଛି ଯେ ଏହି ବାଇକ ପୁରାପୁରି ଷ୍ଟାବିଲାଇଜ୍ ହେବ ଫଳରେ କମ ପାଇଲଟ୍ ଟ୍ରେନିଂ ଆବଶ୍ୟକ|

ଏହା ସମ୍ପର୍କରେ କମ୍ପାନୀ ଦ୍ୱାରା ଦାବି କରାଯାଉଛି ଯେ ଏହାର ଟପ ସ୍ପିଡ୍ ୨୪୧ କିମି ପ୍ରତି ଘଣ୍ଟା ହେବ|ମିଲିଟାରୀ ଏୟାର ବାଇକ୍ ୩୦ ମିନିଟ ପର୍ଯ୍ୟନ୍ତ ପବନରେ ଉଡେ ଓ ଏହାର ଅନ୍ୟ ଭାରିଏଣ୍ଟ ୧୦-୨୦ ମିନିଟ ପର୍ଯ୍ୟନ୍ତ ପଵନରେ ରହିପାରେ|

ଏବେ ଏହି ବାଇକକୁ ଜେଟ୍ ଇନ୍ଧନ,ଡିଜେଲ ଓ କିରୋସିନିରେ ଚଲା ଯାଇପାରିବ, କିନ୍ତୁ କମ୍ପାନୀ କହିବାନୁଯାୟୀ ଏଥିରେ ଟେକ୍ନୋଲୋଜି ରହିଛି ଯାହା ପରିବେଶ ପ୍ରଦୂଷଣ କମ ହେବ|

ଏନବିସି ରିପୋର୍ଟ ଅନୁସାରେ ଜେଟପେକ୍ ଏଭିଏସନକୁ ଟିମ ଡ୍ରେପରର ମଧ୍ୟ ସମର୍ଥନ ହାସଲ କରିଛନ୍ତି|ଟିମ ଏହା ପୂର୍ବରୁ ଏଲନ ମସ୍କର କମ୍ପାନୀ ଟେସ୍ଲା ଓ ସ୍ପେସ୍ ଏକ୍ସରେ ଇନଭେଷ୍ଟ କରିସାରିଛନ୍ତି|କମ୍ପାନୀ ଏବେଠାରୁ ପି୨ର ନାମ ନୂଆଁ ମଡେଲ ରେ କାମ କରୁଛି|

ଏହି ବାଇକ୍ ଟର୍ବାଇନରେ ଚାଲିବ ଓ ଏଥିରେ ଦୁଇଜଣ ଲୋକ ବସିପାରିବେ|କମ୍ପାନୀ ଏହି ପ୍ରୋଟୋଟାଇପର ସଫଳ ଟେଷ୍ଟିଙ୍ଗ କାର୍ଲିଫର୍ଣିଆରେ କରିଛି|ଜେଟପେକ୍ ଏଭିଏସନ ସିଇଓ ଡେଭିଡ ମେମେନ ଅନୁସାରେ ଏହି ବାଇକର ମୂଲ୍ୟ ୩ ଲକ୍ଷ ୮୦ ହଜାର ଡଲାର ମାନେ ପାଖାପାଖି ୨ କୋଟି ୮୩ ଲକ୍ଷ ହେବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *