7th Pay Commission: ସରକାରୀ କର୍ମଚାରୀଙ୍କ ପେନସନ ନିୟମକୁ ନେଇ ହେଲା ବଡ଼ ପରିବର୍ତ୍ତନ। ଜାଣନ୍ତୁ ଏବେ କେତେ ମିଳିବ ପେନସନ

ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସିର ଖବର ଆସିଛି। ସରକାର ଏବେଏବେ ସରକାରୀ ପେନସନ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିଛନ୍ତି ଯାହାଦ୍ୱାରା ଏବେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସାହାର୍ଯ୍ୟ ମିଳିବ। ଏହାଦ୍ୱାରା ତାଙ୍କୁ ପେନସନର 50 ପ୍ରତିଶତ ରାଶି ମିଳିବ।

ପରିବାରକୁ ମିଳିବ ଲାଭ:-

ନୂଆ ନିୟମ ଅନୁସାରେ, ସରକାରୀ କର୍ମଚାରୀଙ୍କ ପାରିବାରିକ ଲୋକଙ୍କ ପାଇଁ ପେନସନର 7 ବର୍ଷର ସର୍ଭିସର ନିୟମ ସର୍ତ୍ତାବଳୀକୁ ଶେଷରେ କରି ଦିଆଗଲା। ଏବେ ଯଦି 7 ବର୍ଷ କାମ କରିବା ପୂର୍ବରୁ କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତ କର୍ମଚାରୀଙ୍କ ପରିବାରକୁ ପେନସନର 50 ପ୍ରତିଶତ ରାଶି ମିଳିବ। ଏହାର ଅର୍ଥ ଏବେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ 50 ପ୍ରତିଶତ ପେନସନ ବହୁତ ସହଜରେ ମିଳିଯିବ। ଏହାପୂର୍ବରୁ ପରିବାର ଲୋକଙ୍କୁ ଏହି ପେନସନ ସୁବିଧା ବିଭିନ୍ନ ସର୍ତ୍ତ ଆଧାରରେ ମିଳୁନଥିଲା।

ସରକାର ବଢ଼ାଇଲେ ମହଙ୍ଗାଇ ଭତ୍ତା:-

ଲମ୍ବା ସମୟର ଅପେକ୍ଷା ପରେ କେନ୍ଦ୍ର ସରକାର ମହଙ୍ଗାଇ ଭତ୍ତାକୁ ବଢାଇଥିଲେ। କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀୟଙ୍କୁ ମହଙ୍ଗା ଭତ୍ତା ଓ ମହଙ୍ଗାଇ ଛାଡ଼କୁ 17 ପ୍ରତିଶତର ମୈଜୁଦା ଦରରୁ ବଢ଼ାଇ 28 ପ୍ରତିଶତ କରିଦିଆଯାଇଛି। ଏହି ନୂଆ ଦର ଜୁଲାଇ 1 ରୁ 2021 ପର୍ଯ୍ୟନ୍ତ ଲାଗୁହେବ।

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ କର୍ମୀଙ୍କୁ ମିଳିବ ଲାଭ:-

ବିତ୍ତ ମନ୍ତ୍ରାଳୟ ଏପ୍ରିଲ 2020 ମସିହାରେ କରୋନା ସଙ୍କଟ କାରଣରୁ ଜୁଲାଇ 2021 ପର୍ଯ୍ୟନ୍ତ 50 ଲକ୍ଷ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଓ 61 ଲକ୍ଷ ପେନସନର୍ସଙ୍କୁ ମହଙ୍ଗାଇ ଭତ୍ତାର ବୃଦ୍ଧି ଉପରେ ଅଟକ ରଖିବା ପାଇଁ ଯୋଜନା କରିଥିଲେ। ତାଙ୍କୁ DA ର ଲାଭ ଜୁନ 30,2021 ପର୍ଯ୍ୟନ୍ତ ମିଳିନାହିଁ। ଏବେ ପାଖାପାଖି 48 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ 65 ଲକ୍ଷ ପେନସନର୍ସଙ୍କୁ ସରକାରଙ୍କ ଏହି ପଦକ୍ଷେପରୁ ଫାଇଦା ମିଳିବ। ଏଥିରେ ସରକାରଙ୍କ ପାଖାପାଖି 34,401 କୋଟି ଟଙ୍କାର ଖର୍ଚ୍ଚ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.