ଦେଖନ୍ତୁ ଭିଡ଼ିଓ : ବିନା ମାସ୍କରେ ଟ୍ରେନରେ ଚଢିଲେ ଯୁବକ, ଦୁଇ ଯୁବତୀ ଧକ୍କା ମାରିକି ଏମିତି ବାହାର କରିଦେଲେ

କରନା ଭଳି ମାରାତ୍ମକ ସଂକ୍ରମଣ ରୁ ଦୁନିଆକୁ ରକ୍ଷା କରିବା ପାଇଁ ଡକ୍ଟର ଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ସାର୍ବଜନୀନ ସ୍ଥାନରେ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି। ସଂକ୍ରମଣ ର ହାର କମିବା ମାତ୍ରେ ଲୋକମାନେ ମାସ୍କ ପିନ୍ଧିବା ଭୁଲି ଯାଆନ୍ତି। କିନ୍ତୁ ଏହି ଯୁବକ ଜଣକ ବିନା ମାସ୍କରେ ଯାତ୍ରା କରୁଥିବା ସମୟରେ ଯାହା ଘଟିଥିଲା ତାହା ଅନ୍ୟ ଯେଉଁମାନେ ମାସ୍କ ପିନ୍ଧୁ ନାହାଁନ୍ତି ତାଙ୍କ ସହ କିଛି ସେମିତି ଘଟି ପାରିବ।

ବାସ୍ତବରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ସେହି ଭିଡ଼ିଓରେ ଦେଖିବାକୁ ମିଳିବ ଯେ ଜଣେ ବ୍ୟକ୍ତି ବିନା ମାସ୍କରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଦୁଇ ଜଣ ଯୁବତୀ ଧକ୍କା ମାରି ଟ୍ରେନରୁ ବାହାର କରିଦେଲେ।

ଟ୍ରେନରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଦୁଇ ଯୁବତୀଙ୍କୁ ସାହାଯ୍ୟ କରିଥିଲେ ଯାହା ଆପଣ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ପାଇବେ। ଭିଡ଼ିଓକୁ ଦେଖିକି କୁହାଯାଉଛି ଯେ ଏହା ସ୍ପେନର କୌଣସି ସହରର ଦୃଶ୍ୟ ଅଟେ। ଯେଉଁଥିରେ ଯୁବକ ଜଣକ ଯାତ୍ରା କରିବା ପାଇଁ ଟ୍ରେନର ଚଢି ଥିଲେ।

ଦୁଇ ଯୁବତୀ ଯେତେବେଳେ ବ୍ୟକ୍ତି ଜଣକୁ ବିନା ମାସ୍କରେ ଯାତ୍ରା କରୁଥିବାର ଦେଖିଲେ ତୁରନ୍ତ ତାଙ୍କୁ ଟ୍ରେନରୁ ଓହ୍ଲାଇ ଯିବା ପାଇଁ କହିଥିଲେ। ଯେତେବେଳେ ଯୁବକ ଜଣକ ମାନି ନଥିଲେ ସେତେବେଳେ ଦୁଇ ଯୁବତୀ ତାଙ୍କୁ ଜୋର ଜବରଦସ୍ତ ଧକ୍କା ମାରିକି ଟ୍ରେନର ଡୋର ପର୍ଯ୍ୟନ୍ତ ପଠେଇ ଦେଇଥିଲେ ଓ ଧକ୍କା ମାରିକି ଟ୍ରେନରୁ ବାହାର କରିଦେଇଥିଲେ। ଶେଷରେ ଲୋକ ମାନଙ୍କ ବିରୋଦ୍ଧ ଯୋଗୁଁ ଯୁବକ ଜଣଙ୍କୁ ଟ୍ରେନ ଛାଡିବାକୁ ପଡିଲା।

ଏହି ସମୟରେ ଯୁବକ ଜଣକ ଦୁଇ ଯୁବତୀଙ୍କ ଏହି ଭଳି ବ୍ୟବହାରର ବିରୋଦ୍ଧ କରିବାକୁ ଉଦ୍ୟମ କରିଥିଲେ ଓ କିଛି କୋଳାହଳର ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ମାସ୍କ ପିନ୍ଧି ନଥିବାରୁ ଯୁବକ ଜଣଙ୍କୁ ଟ୍ରେନ ରୁ ବାହାର କରିଦେଇଥିଲେ। ଏହା ପରେ ଯୁବକ ଜଣକ ଷ୍ଟେସନ ଆଡ଼କୁ ଯାଉଥିବାର ନଜରକୁ ଆସିବେ।

ଆପଣଙ୍କୁ ସୂଚିତ କରାଇଦେଉଛୁ ଯେ ଏହି ଭିଡ଼ିଓକୁ ୨.୫ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ଓ ହଜାରରୁ ଅଧିକ ଲୋକ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହି ଭିଡ଼ିଓ ଉପରେ ନିଜର ରାୟ ଦେଇଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି କି ଯାତ୍ରୀମାନେ ଯୁବକଙ୍କ ସହ ଯାହାକଲେ ତାହା ସମ୍ପୂର୍ଣ୍ଣ ଭାବେ ଠିକ ଥିଲା। ସେହିଭଳି ଆଉ କିଛି ୟୁଜର କହିଛନ୍ତି କି ସେହି ବ୍ୟକ୍ତିଙ୍କ ସହ କଠୋରତା ସହ ଦୁର୍ବ୍ୟବହାର କରାଯାଇଛି।

ବାସ୍ତବରେ ଏହା କେଉଁ ସହରର ଭିଡ଼ିଓ ଅଟେ ତାହା ଜଣା ପଡି ନାହିଁ। କିନ୍ତୁ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଶିକ୍ଷା ବୋଲି କୁହାଯାଇ ପାରିବ। ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *