ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ନବମ କିସ୍ତିକୁ ନେଇ ଆସିଲା ବଡ ଅପଡେଟ୍,ଜାଣନ୍ତୁ ଆପଣଙ୍କୁ ମିଳିବ ନା ନାହିଁ ୨୦୦୦ ଟଙ୍କା

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କୁ ୯ମ କିସ୍ତିର ଅପେକ୍ଷା ରହିଛି|ପିଏମ୍ କିସାନ ଜରିଆରେ କେନ୍ଦ୍ର ସରକାର କୃଷକଙ୍କ ସାହାଯ୍ୟ ପାଇଁ ୨୦୦୦ ଟଙ୍କାର ତିନୋଟି କିସ୍ତିରେ ମାନେ ବାର୍ଷିକ ୬୦୦୦ ଟଙ୍କା କୃଷକଙ୍କ ଖାତାକୁ ସିଧାସଳଖ ପଠେଇଥାଏ|ସୂଚନାଯୋଗ୍ୟ ଏପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ଏହି ଯୋଜନାର ଅଷ୍ଟମ କିସ୍ତି ପଠାଯାଇ ସାରିଛନ୍ତି|

ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ଦେଶରେ କୃଷକଙ୍କ ଆୟକୁ ବଢାଇବା ସିଧାସଳଖ ଭାବେ ତାଙ୍କ ଆର୍ଥିକ ସାହାଯ୍ୟ|ଯଦି ଆପଣ ମଧ୍ୟ ପିଏମ କିସାନ ସ୍କିମରେ ରେଜିଷ୍ଟ୍ରେସନ କରିଛନ୍ତି ଆପଣ ଜାଣିନିଅନ୍ତୁ ଏହି ଯୋଜନାର ଲାଭାର୍ଥୀଙ୍କ ମଧ୍ୟରେ ଆପଣଙ୍କ ନାଁ ଅଛି ନା ନାହିଁ|ଏହିଭଳି ପ୍ରକ୍ରିୟାରେ ଚେକ୍ କରନ୍ତୁ|

୧:ନାମ ଚେକ୍ କରିବା ପାଇଁ ପ୍ରଥମେ ଆପଣ ପିଏମ୍ କିସାନର ଆଧିକାରିକ ୱେବସାଇଟ https://pmkisan.gov.in କୁ ଯାଆନ୍ତୁ

୨:ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Corner ଅପ୍ସନ ଦେଖିବାକୁ ମିଳିବ

୩:Farmers Corner ସେକ୍ସନର ଭିତରେ Beneficiaries List ର ଅପ୍ସନରେ କ୍ଲିକ୍ କରନ୍ତୁ

୪:ଏବେ ଆପଣ ଡ୍ରପ୍ ଡାଉନ ଲିଷ୍ଟରେ ରାଜ୍ୟ, ଜିଲ୍ଲା,ଉପଜିଲ୍ଲା,ବ୍ଲକ ଓ ଗାଁକୁ ଚୟନ କରନ୍ତୁ

୫:ଏହା ପରେ ଆପଣ ଗେଟ୍ ରିପୋର୍ଟରେ କ୍ଲିକ୍ କରନ୍ତୁ

୬: ଏହାପରେ ଲାଭାର୍ଥୀଙ୍କ ପୁରା ଲିଷ୍ଟ ସାମ୍ନାରେ ଆସିବ, ଯେଉଁଥିରେ ଆପଣ ନିଜ ନାମ ଚେକ୍ କରନ୍ତୁ

ଏହି ଯୋଜନା ଅନ୍ତର୍ଗତ ୧୩ ଜୁଲାଇ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ୧୨.୩୦ କୋଟି ଲୋକଙ୍କ ଆବେଦନ ଆସିଛି|ଏଥିମଧ୍ୟରୁ ୨.୭୭ କୋଟି କୃଷକଙ୍କ ଆବେଦନ ଭୁଲ ରହିଛି|ଏହି ଭୁଲକୁ ସଂଶୋଧନ କରିବାକୁ ପଡ଼ିବ|ଏହା ବ୍ୟତୀତ ପାଖାପାଖି ୨୭.୫୦ ଲକ୍ଷ କୃଷକଙ୍କ ଟ୍ରାଞ୍ଜାକ୍ସନ ଫେଲ ହୋଇଛି ଓ ୩୧.୩୬ ଲକ୍ଷ କୃଷକଙ୍କ ଆବେଦନ ପ୍ରଥମ ଲେବଲରୁ ରଦ୍ଦ କରାଯାଇଛି|ଉତ୍ତରପ୍ରଦେଶର ୨.୮୪ କୋଟି କୃଷକଙ୍କ ଡାଟାରେ କରେକ୍ସନ କରିବା ବାକି ରହିଛି|ଏହିଭଳି କୃଷକଙ୍କ ସଂଖ୍ୟା ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଏହାଠାରୁ ଅଧିକ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *