ବଡ ଖବର : ରାଜରାସ୍ତାରେ ବସ ଚଳାଇବା ସମୟରେ ଶୋଇପଡ଼ିଲା ଡ୍ରାଇଭର, ଦୁ-ର୍ଘ-ଟ-ଣା-ରେ ୩୧ ଜଣଙ୍କ ମୃ-ତ୍ୟୁ, ୬୦ରୁ ଅଧିକ ଲୋକ ଆହତ

ପାକିସ୍ତାନରେ ପଞ୍ଜାବ ସୀମାର ଏକ ନେସନାଲ ହାଇୱେରେ ସୋମବାର ଦିନ ଏକ ଯାତ୍ରୀମାନଙ୍କ ଦ୍ୱାରା ଭର୍ତ୍ତି ହୋଇଥିବା ବସର ଆକ୍ସିଡେଣ୍ଟ ହୋଇଯାଇଛି | ଏହି ଦୁ-ର୍ଘ-ଟ-ଣା-ରେ ଅତି କମରେ ୩୧ଜଣ ଲୋକଙ୍କର ମୃ-ତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଅଧିକାରୀମାନେ କହିଛନ୍ତି ଯେ ବସ ସିଆଲକୋଟରୁ ରାଜନପୁର ଯାଉଥିଲା, ଠିକ ସେତିକିବେଳେ ତାହା ଡେରା ଗଜି ଖାନ ଜିଲ୍ଲାର ଟାଉନସା ବାଇପାସ ପାଖରେ ଇଣ୍ଡସ ହାଇୱେରେ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଗଲା |

ଇଦ ପାଳନ କରିବାକୁ ଘରକୁ ଯାଉଥିଲେ ଲୋକେ :-

ଡେରା ଗଜି ଖାନ ଜିଲ୍ଲା ଲାହୋରଠାରୁ ପ୍ରାୟ ୪୩୦ କିଲୋମିଟର ଦୂରରେ ଅବସ୍ଥିତ | ବସରେ ସ୍ଥିର ଲିମିଟ ଠାରୁ ଅଧିକ ଲୋକ ବସିଥିଲେ, ଯେଉଁମାନେ କି ଇଦ-ଅଲ-ଅଜହା ପାଳନ କରିବାପାଇଁ ନିଜ ଘରକୁ ଯାଉଥିଲେ | ଆହତମାନଙ୍କୁ ଏକ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ହସ୍ପିଟାଲର ଚିକିତ୍ସାକର୍ମୀମାନେ କହିଛନ୍ତି ଯେ ୧୮ଜଣ ଲୋକଙ୍କର ହସ୍ପିଟାଲ ପହଞ୍ଚିବା ପୂର୍ବରୁ ମୃ-ତ୍ୟୁ ହୋଇ ସାରିଥିଲା | ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଵାଦ ଚୌଧୁରୀ ନିଶ୍ଚିତ କରି ସାର୍ବଜନିକ ବାହନ ଚଲାକମାନଙ୍କଠାରେ ସାବଧାନତାର ସହିତ ବାହନ ଚଳାଇବା ପାଇଁ ନିବେଦନ କରିଛନ୍ତି |

ବସ ଚଳାଇବା ସମୟରେ ଶୋଇ ପଡିଥିଲା ଡ୍ରାଇଭର :-

ସେହିପରି, ଜିଲ୍ଲା ଜରୁରୀକାଳୀନ ଉଦ୍ଧାର ଅଧିକାରୀ ଡାକ୍ତର ନୟର ଆଲାମ କହିଛନ୍ତି ଯେ ବସ୍‌ରେ ୭୫ ଜଣ ଯାତ୍ରୀ ଥିଲେ | ଏହି ଦୁ-ର୍ଘ-ଟ-ଣା-ରେ ଉଭୟ ପ୍ରକାରର ୩୧ ଜଣଙ୍କର ମୃ-ତ୍ୟୁ ହୋଇଯାଇଛି ଏବଂ ୬୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ଟିଚିଙ୍ଗ ହସ୍ପିଟାଲକୁ ପଠାଯାଇଛି | ଜଣେ ପୋଲିସ ଅଧିକାରୀ ଜଣେ ଆହତ ଯାତ୍ରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ବସ ଡ୍ରାଇଭରକୁ ନିଦ ଲାଗିଥିଲା ଏବଂ ଏହି ସମୟ ମଧ୍ୟରେ ସେ ଗାଡି ଉପରେ ନିୟନ୍ତ୍ରଣ ହରାଇଦେଲା, ଯାହାଦ୍ୱାରା ଏହି ଦୁ-ର୍ଘ-ଟ-ଣା ହେଲା |

ପାକିସ୍ତାନ ପଞ୍ଜାବର ସିଏମ କଲେ ଦୁଃଖ ପ୍ରକାଶ :-

ପାକିସ୍ତାନର ଅଂଶବିଶେଷ ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି, କିନ୍ତୁ ପୀଡିତଙ୍କ ପାଇଁ କୌଣସି କ୍ଷତିପୂରଣ ଘୋଷଣା କରି ନାହାଁନ୍ତି | ଏହା ବ୍ୟତୀତ ଗୃହମନ୍ତ୍ରୀ ଶେଖ ରାସିଦ, ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ବିଶେଷ ପରାମର୍ଶଦାତା ଫିରଦୋସ ଆଶିକ ଆୱାନ ଏବଂ ରାଷ୍ଟ୍ରୀୟ ବିଧାନସଭାରେ ବିରୋଧୀ ଦଳର ନେତା ଶାହବାଜ ସରିଫ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.