ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁର ରହସ୍ୟ ଘନଉଛି: କଣ ପାଇଁ ହୋଇଥିଲା ମୃ-ତ୍ୟୁର ୪ ଦିନ ପୂର୍ବରୁ ଏଗ୍ରିମେଣ୍ଟ?

ଏସିଏଫ ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁପଛର ରହସ୍ୟ କ’ଣ? ସେ କିପରି ଭାବରେ ନିଆଁରେ ପୋଡ଼ିହୋଇ ପ୍ରା-ଣ ହରାଇଲେ? ଏହା ଏକ ଆକ-ସ୍ମିକ ଦୁର୍ଘ-ଟଣା ନା ଏହାପଛରେ କିଛି ଷଡ଼-ଯନ୍ତ୍ର ଅଛି? କିଛିଦିନ ଧରି ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁର ଘ-ଟ-ଣାକୁ କେନ୍ଦ୍ରକରି ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମା-ରୁଛି, ସୌମ୍ୟରଞ୍ଜନଙ୍କ ମାଆ ଓ ପରିବାରର ଲୋକ ସୋମବାର ଦିନ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁର ୪ଦିନ ପୂର୍ବରୁ ସମସ୍ତ ସମ୍ପତ୍ତି ହସ୍ତାନ୍ତରକୁ ନେଇ ଏଗ୍ରିମେଣ୍ଟ ବା ଚୁ-କ୍ତିନା-ମା ହୋଇଥିଲା ବୋଲି ପା‌ରଳାଖେମୁଣ୍ଡି ପୋ-ଲିସର ତ-ଦ-ନ୍ତକାରୀ ଦଳକୁ କହିଛନ୍ତି। ଏଥିସହିତ ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର, ବାହାଘର ପରେ ତାଙ୍କର ବୋହୂ ବଲାଙ୍ଗୀରରେ ଏକ ବ୍ୟାଚଲର ପାର୍ଟି ମଧ୍ୟ ଦେଇଥିବାର ଏକ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି

ସୋମବାର ଦିନ ପାରଳାଖେମୁଣ୍ତି ଥା-ନାର ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ୬ ଜଣିଆ ଦଳ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ବର ଜିଲ୍ଲାର ଖଇରା ଥା-ନା ଅନ୍ତର୍ଗତ ବେଗୁନିଆ ଗାଁକୁ ଯାଇ ପରିବାର ଲୋକଙ୍କର ବ-ୟା-ନକୁ ରେ-କ-ର୍ଡ କରିଥିଲେ। ସେଠାରେ ପରିବାର ଓ ସମ୍ପର୍କୀୟଙ୍କୁ ସମ୍ପୂର୍ଣ ଘ-ଟ-ଣା ବିଷୟରେ ୪ ଘଣ୍ଟାରୁ ଅଧିକ ସମୟ ଧରି ପଚ-ରାଉ-ଚରା ଚାଲିଥିଲା।

Google

ସୌମ୍ୟରଞ୍ଜନଙ୍କ ମାମୁଁ ଶୀତିକଣ୍ଠ ପଣ୍ଡା ତ-ଦ-ନ୍ତକାରୀ ଦଳ ସମ୍ମୁଖରେ ଯାହା ସବୁ ମନ୍ତବ୍ୟ ରଖିଥିଲେ ତାହା ଅତ୍ୟନ୍ତ ସଙ୍ଗୀନ ଥିଲା ଓ ଚାଞ୍ଚଲ୍ୟକର ଥିଲା। ମୃ-ତ୍ୟୁର ମାତ୍ର ୪ ଦିନ ପୂର୍ବରୁ ଜୁଲାଇ ୯ ତାରିଖରେ ସେମାନଙ୍କ ମଧ୍ୟରେ ଏକ ଆ-ଇ-ନଗତ ଚୁ-କ୍ତିନା-ମାକୁ ନେଇ ପ୍ରଶ୍ନ କରିଥିଲେ ଶୀତିକଣ୍ଠ। ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁପରେ ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ବିଦ୍ୟାଭାରତୀ ନେବେ ବୋଲି ଏହି ଚୁ-କ୍ତିନା-ମାରେ ଲେଖା ହୋଇଛି। ସ୍ଵାଭାବିକ ଭାବରେ ସ୍ଵାମୀଙ୍କର ମୃ-ତ୍ୟୁ ପରେ ସ୍ତ୍ରୀ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାଏ। ଏ ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏଭଳି ଚୁ-କ୍ତିନା-ମା କାହିଁକି କରାଯାଇଥିଲା, ଏହାର ତ-ଦ-ନ୍ତ ନିଶ୍ଚୟ ଜରୁରୀ ଅଟେ। ଏହାଛଡ଼ା ସୌମ୍ୟରଞ୍ଜନଙ୍କର ଏକ ହାତ ଲିଖିତ ଡାଏରୀ ମିଳିଛି, ଯେଉଁଥିରେ ୧୨ ତାରିଖ ରୁ ୧୫ ତାରିଖ ମୋ ପାଇଁ କାଳରାତ୍ରୀ ବୋଲି ସୌମ୍ଯରଞ୍ଜନ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଘ-ଟ-ଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବର୍ତ୍ତମାନ ପର୍ଯ୍ଯନ୍ତ ଡିଏଫଓଙ୍କୁ ତ-ଦ-ନ୍ତ ପରିସରକୁ ନଆଣିବା ଏବଂ ତାଙ୍କତ ଫୋନ କଲର ରେ-କ-ର୍ଡକୁ ଯାଞ୍ଚ‌ ନକରିବାକୁ ନେଇ ପରିବାର ଲୋକ ତ-ଦ-ନ୍ତକାରୀ ଦଳ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଥିଲେ। ଡିଏଫଓ, ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଅଲଗା ଅଲଗା ଏବଂ ଏକାଠି ବସାଇ ଜେରା କଲେ ସବୁ ସତ ସାମ୍ନାକୁ ଆସିବ ବୋଲି ଶୀତିକଣ୍ଠ ଆଉ ଠାରେ କହିଥିଲେ। ୪ ଘଣ୍ଟାର ଜେରା ବେଳେ ତ-ଦ-ନ୍ତକାରୀ ଦଳ ଅନେକ ତଥ୍ୟ ସଂଗ୍ରହ କରିଥିଲା। ତେବେ ପୋଲିସ ଏହି ବିଷୟରେ କିଛି କହିବାକୁ ମନା କରିଛି।

ବାପଘରେ ବିଦ୍ୟାଭାରତୀଙ୍କୁ ଜେରା, ସୌମ୍ୟରଞ୍ଜନଙ୍କର ମୋବାଇଲ ଜ-ବତ:-

ତଦନ୍ତକାରୀ ଦଳ ସୋମବାର ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥା-ନା ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀ ପଣ୍ଡାଙ୍କଘରେ ପହଞ୍ଚିଥିଲେ ଓ ସେଠାରେ ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ। ବିବାହ ପୂର୍ବରୁ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର ପାର୍ଟିରେ କ’ଣସବୁ ଘଟିଥିଲା, ସରକାରୀ କ୍ବାର୍ଟର୍ସରୁ ମିଳିଥିବା ଡାଏରୀର ସତ୍ୟତା, ଉଭୟଙ୍କର ବୈବାହିକ ଜୀବନ, ତାଙ୍କ ପରିବାର ସହ ଡିଏଫଓଙ୍କର ସମ୍ପର୍କ, ଚର୍ଚ୍ଚା ହେଉଥିବା ଚୁକ୍ତିଭିତ୍ତିକ ବାହାଘର ପଛର ସତ୍ୟତା ଓ ଘ-ଟଣା ଦିନ ରାତିରେ କ’ଣ କ’ଣ ସବୁ ଘଟିଥିଲା, ଏହି ସମ୍ପର୍କରେ ତ-ଦ-ନ୍ତକାରୀ ଦଳ ବିଦ୍ୟାଭାରତୀଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚାରିଥିବାର ଜଣାପଡ଼ିଛି। ସୌମ୍ୟରଞ୍ଜନଙ୍କର ମୃ-ତ୍ୟୁପରେ ବିଦ୍ୟାଭାରତୀ ତାଙ୍କ ସ୍ବାମୀଙ୍କର ମୋବାଇଲ ଫୋନକୁ ନେଇ ଆସିଥିଲେ। ତଦନ୍ତକାରୀ ଦଳ ଉଭୟଙ୍କ ମୋବାଇଲକୁ ଜ-ବତ କରିଥିଲା ଓ ଅଧିକ ତ-ଦନ୍ତ ପାଇଁ ସାଇବର ବିଶେଷଜ୍ଞଙ୍କ ସହାୟତା ନେଇପାରେ। ସୋମବାର ଦିନ ଜେରା ଅସମାପ୍ତ ରହିଥିଲା, ଆଜି ପୁଣିଥରେ ବିଦ୍ୟାଭାରତୀ ଓ ତାଙ୍କର ପରିବାର ଲୋକଙ୍କୁ ପୃଥକ ପୃଥକ ଭାବରେ ଜେରା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଘ-ଟ-ଣା ସଂପର୍କରେ ବିଦ୍ୟାଭାରତୀଙ୍କର ପରିବାରଙ୍କୁ ପଚରାଯିବାରୁ ସେମାନେ ଗଣମାଧ୍ୟମକୁ କିଛି କହିବେ ନାହିଁ, ଯାହା ବି କିଛି କହିବେ ତାହା ପୋ-ଲି-ସକୁ ଜଣାଇବେ ବୋଲି ସେମାନେ କହିଥିଲେ।

Leave a Reply

Your email address will not be published. Required fields are marked *