ବୈଜ୍ଞାନିକମାନଙ୍କ ଚମତ୍କାର ! ଆଙ୍ଗୁଠି ଦ୍ୱାରା ଚାର୍ଜ କରିପାରିବେ ଫୋନ, ଆଉ ଦରକାର ନାଇ ଚାର୍ଜ

କୋଟି କୋଟି ଲୋକ ଟଚ ସ୍କ୍ରିନ ଫୋନ ବ୍ୟବହାର କରିଥାନ୍ତି | ଟଚ କରିବାମାତ୍ରେ ହିଁ ଫୋନର ଲକ ଖୋଲିଯାଏ | କିନ୍ତୁ ଯଦି ଆମେ କହିବୁ ଯେ ଟଚ କରିବାମାତ୍ରେ ହିଁ ଆପଣଙ୍କ ଫୋନ ଚାର୍ଜ ହେବାକୁ ଲାଗିବ, ତେବେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ, କିନ୍ତୁ ଏହା ସତ ଅଟେ | ବୈଜ୍ଞାନିକମାନେ ଏମିତି ଡିଭାଇସ ତିଆରି କରିଛନ୍ତି, ଯାହାକୁ ଆଙ୍ଗୁଠିରେ ପିନ୍ଧିବାପରେ ଆପଣଙ୍କ ମୋବାଇଲ ଚାର୍ଜ ହୋଇପାରିବ | ଖାସ କଥା ଏହା ଯେ ଝାଳରୁ ବିଦ୍ୟୁତ ତିଆରି ହେବ | ଏହି ଡିଭାଇସ ଆମେରିକାର କାଲିଫର୍ନିଆରେ ତିଆରି ହୋଇଛି | ଆସନ୍ତୁ ଜାଣିବା ଏହି ଡିଭାଇସ ବିଷୟରେ କିଛି ଖାସ କଥା …

କାଲିଫର୍ନିଆରେ ତିଆରି ହୋଇଛି ଏହି ଡିଭାଇସ :-

ଡେଲି ମେଲର ଖବର ଅନୁଯାୟୀ, ଏହି ଡିଭାଇସ ସ୍ୟାନଡିଏଗୋର କାଲିଫର୍ନିଆ ୟୁନିଭରସିଟିର ଟିମ ପ୍ରସ୍ତୁତ କରିଛି | ତାଙ୍କ କହିବାନୁସାରେ, ଶୋଇବା ସମୟରେ ଡିଭାଇସକୁ ପିନ୍ଧିବା ପରେ ଝାଳରୁ ବିଦ୍ୟୁତ ଉତ୍ପାଦନ କରିବ, ଯାହା ଦ୍ୱାରା ମୋବାଇଲ ଫୋନ ଏବଂ ସ୍ମାର୍ଟ ୱାଚକୁ ଚାର୍ଜ କରିହେବ | ତାଙ୍କ ଅନୁଯାୟୀ ୧୦ ଘଣ୍ଟା ପିନ୍ଧିବା ପରେ ଏହା ଏତେ ବିଦ୍ୟୁତ ଉତ୍ପନ୍ନ କରିଦେବ ଯେ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ମାର୍ଟ ୱାଚ ଚାର୍ଜ ହୋଇଯିବ |

ତିନି ସପ୍ତାହ ପର୍ଯ୍ୟନ୍ତ ପିନ୍ଧିଲେ ଚାର୍ଜ ହେବ ସ୍ମାର୍ଟଫୋନ :-

ରିସର୍ଚ୍ଚ କରୁଥିବା ଟିମ କହିଛି, ‘ ଏହି ଡିଭାଇସକୁ ଆଙ୍ଗୁଠିରେ ଆଟାଚ କରାଯାଇପାରେ | ଶୋଇବା ସମୟରେ ଆଙ୍ଗୁଠିଗୁଡିକର ଆର୍ଦ୍ରତାରୁ ବିଦ୍ୟୁତ ଉତ୍ପନ୍ନ ହେବ | ତିନି ସପ୍ତାହ ପର୍ଯ୍ୟନ୍ତ ଲଗାତାର ପିନ୍ଧିବାପରେ ଏହା ସ୍ମାର୍ଟଫୋନକୁ ଚାର୍ଜ କରିପାରିବ | ଏହାର କ୍ଷମତାକୁ ଶୀଘ୍ର ବଢାଇବାପାଇଁ ଆଶା କରାଯାଉଛି |

କିପରି କରିଥାଏ କାମ :-

ଡିଭାଇସଟି ଏକ ପତଳା, ନମନୀୟ ପଟି ଅଟେ, ଯାହାକୁ ପ୍ଲାଷ୍ଟର ପରି ଆଙ୍ଗୁଳି ଚାରିପଟେ ଗୁଡ଼ାଯାଇପାରିବ | କାର୍ବନ ଫୋମ ଇଲେକ୍ଟ୍ରୋଡ୍ସର ଏକ ପ୍ୟାଡିଂ ଝାଳକୁ ଶୋଷିଥାଏ ଏବଂ ଏହାକୁ ବିଦ୍ୟୁତରେ ପରିଣତ କରି ଦେଇଥାଏ | ଇଲେକ୍ଟ୍ରୋଡ … ଏନଜାଇମ ସହିତ ସଜ୍ଜିତ ହୋଇଛି, ଯାହା ବିଦ୍ୟୁତ ଉତ୍ପାଦନ କରିବାପାଇଁ ଝାଳରେ ଲାକ୍ଟେଟ ଏବଂ ଅକ୍ସିଜେନ ମଲିକ୍ୟୁଲସ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ଟ୍ରିଗର କରିଥାଏ | ପିନ୍ଧିବା ଲୋକର ଝାଳ ବାହାରିବା ମାତ୍ରେ କିମ୍ବା ପଟି ଉପରେ ଚାପ ପଡିବା ମାତ୍ରେ ତାକୁ ଦବାଇବା ଦ୍ୱାରା ବିଦ୍ୟୁତ ଉତ୍ପନ୍ନ ହୋଇଯାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *