ଦେଖନ୍ତୁ ଭିଡ଼ିଓ : ପିଲାର ମୃ-ତ୍ୟୁ-ରେ ମାଆର କ୍ରନ୍ଦନ,ସିଂହର ଦୁଃଖ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ

ମାଆ ତ ମାଆ ହୋଇଥାଏ। ସେ ମାଆ ମନୁଷ୍ୟ ହୋଇଥାଉ କିମ୍ବା ପଶୁ। ନିଜର ଛୁଆକୁ ଅସୁବିଧାରେ ଦେଖିଲେ ଯେତିକି ପଶୁ ମାନଙ୍କ ମାଆ କୁ କଷ୍ଟ ହୋଇଥାଏ ଠିକ ସେହିଭଳି ମନୁଷ୍ୟ ଙ୍କୁ ମଧ୍ୟ କଷ୍ଟ ହୋଇଥାଏ। କେବଳ ମନୁଷ୍ୟ ମାନେ ନୁହେଁ ବରଂ ପଶୁମାନଙ୍କ ର ମଧ୍ୟ ପରିବାର ଓ ପିଲା ଛୁଆଙ୍କ ପାଇଁ ମଧ୍ୟ ସମ୍ବେଦନା ରହିଥାଏ। ଏହି ଦିନ ଗୁଡିକରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ କିପରି ଏକ ସିଂହୀ ନିଜ ପିଲାର ମୃ-ତ ଶରୀରକୁ ଦେଖି କାନ୍ଦିବାକୁ ଲାଗିଲା। ଏହି ଭିଡ଼ିରେ ମାଆର ଦୁଃଖ ଦେଖିକି ଲୋକମାନେ ମଧ୍ୟ ଭାବୁକ ହୋଇଗଲେ।

ଟ୍ୱିଟରରେ ଜଣେ ୟୁଜର ଏହି ଇମୋସନାଲ ଭିଡ଼ିଓକୁ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସିଂହୀ ନିଜ ଛୁଆର ମୃ-ତ୍ୟୁ-ରେ କାନ୍ଦୁଥିବାର ଦେଖିବାକୁ ପାଇବେ। ଏହି ଭିଡ଼ିଓରେ ବୋଧହୁଏ ଆପଣ ସିଂହୀର ଦୁଃଖକୁ ଅନୁଭବ କରିପାରୁନଥିବେ କିନ୍ତୁ ଆପଣ ତାହାର ଆଖିରେ ଲୁହ ଦେଖିବାପରେ ଜାଣିପାରୁଥିବେ ଯେ ସେ କେତେ ତାର ପିଲାକୁ ଝୁରୁଛି ଏବଂ ସେ କେତେ ମାତ୍ରାରେ ଅସ୍ଥିର ଅଛି। ଭିଡ଼ିଓରେ ସିଂହୀ ଜଙ୍ଗଲରୁ ଦୌଡ଼ି ଆସୁଛି। କିଛି ବାଟ ପରେ ସେ ତା’ର ଛୁଆର ମୃ-ତ ଶରୀରକୁ ଦେଖିବାକୁ ପାଉଛି। ଯେତେବେଳେ ସେ ତା’ର ଛୁଆ ଶରୀର ପାଖରେ ପହଞ୍ଚିଲା ସେ ପ୍ରଥମେ ଶୁଙ୍ଘିବାକୁ ଲାଗିଲା ଓ ପରେ ଜୋରରେ ଗର୍ଜନ କଲା। ଏହି ଗର୍ଜନ କାହାକୁ ଡରେଇବା ପାଇଁ ନଥିଲା ବରଂ ଏହି ଗର୍ଜନରେ ମାଆର ଦୁଃଖ ରହିଥିଲା। ସେହି ମାଆ ଯିଏ ନିଜର ଛୁଆର ମୃ-ତ ଶରୀର ଦେଖିକି ଆଖିରେ ଲୁହ ଭରି ଯାଇଛି ଓ କୋହରେ ହୃଦୟ କାନ୍ଦି ଉଠୁଛି।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଦେଖିକି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଲୋକମାନେ ନା କେବଳ ଭିଡ଼ିଓକୁ ସେୟାର କରୁଛନ୍ତି ବରଂ ଏହି ଭିଡ଼ିଓ ଉପରେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି। ଲୋକଙ୍କୁ ସିଂହୀର ଦୁଃଖ ଦେଖିକି ବହୁତ କଷ୍ଟ ଲାଗୁଛି। ଏହି ଭିଡ଼ିଓ ଦେଖିବାପରେ ଆପଣ ମଧ୍ୟ ନିଶ୍ଚିତ ଭାବେ ଭାବୁକ ହୋଇଯିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.