୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା “ତୈମୁର” ନାମକ ଏହି ଛେଳି,ଜାଣନ୍ତୁ ଏହି ଛେଳିର ଖାସିୟତ

ଦ୍-ଉଲ୍-ଅଜାହା(ବକରିଦ୍)କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି|ଇଦ୍ ଦିନ ଦିଆଯିବାକୁ ଥିବା କୁର୍ବାନୀର ମୁଦାନଜର ବଜାରରେ ଛେଳିର ମୂଲ୍ୟ ଆକାଶଛୁଆଁ ହେଉଛି|ଅନଲାଇନ ମାର୍କେଟରେ ମଧ୍ୟ ଛେଳିର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରୀ ହେଉଛି|

ଗୁଜୁରାଟର ସୁରତରେ ଜଣେ ବେପାରୀ ଇଦ ପୂର୍ବରୁ ବଡ ଜ୍ୟାକପଟ୍ ଲଗାଇଛି|ସେ ତୈମୁର ନାମକ ଛେଳିକୁ ୧୧ ଲକ୍ଷ ଟଙ୍କାରେ ବିକିଛି|

ସୁରତ ସହରର ସଗରାମପୁରା ଅଞ୍ଚଳରେ ରହୁଥିବା ଅଶଫାକ ବର୍ଷବର୍ଷ ଧରି ଛେଳି ବ୍ୟାପାର କରିଆସୁଛନ୍ତି|ଏଥର ମଧ୍ୟ ବକରିଦ ପୂର୍ବରୁ ବଡ ସଂଖ୍ୟାରେ ଛେଳି ବିକିବାକୁ ରଖାଯାଇଛି, ଯେଉଁଥିରେ କାଶ୍ମୀର,କାଠିଆୱଡି ଜେଟା,କୋଟା ଓ ଶିରୋଇନ ଛେଳି ସାମିଲ ରହିଛି|

ଛେଳିର ବିଭିନ୍ନ ପ୍ରକାର ମଧ୍ୟରେ ତୈମୁର ନାକର ଛେଳି ବହୁତ ଖାସ୍|ପଞ୍ଜାବ ନସ୍ଲର ଏହି ଛେଳିର ଓଜନ ୧୯୨ କିଗ୍ରା ଅଟେ,ତାର ଉଚ୍ଚତା ୪୬ ଇଞ୍ଚ ଅଟେ|ଦେଖିବାକୁ ତୈମୁର ନାମକ ଛେଳି ବହୁତ ସୁନ୍ଦର ଅଟେ|

ଅଶଫାକ କହିଛନ୍ତି ଯେ ତୈମୁର ନାମକ ଏହି ଛେଳିକୁ ସୁରତର ଏକ ବିଲ୍ଡର ୧୧ ଲକ୍ଷ ଟଙ୍କାରେ କିଣିଛନ୍ତି|ବକରିଦ ଦିନ ତୈମୁରର କୁର୍ବାନୀ ଦିଆଯିବ|ତୈମୁରକୁ ପୁରାପୁରି ଭାବରେ ସଜାଯାଇଛି|

କହିରଖେ ଯେ ଛେଳୀର କୁର୍ବାନୀ ସମୟରେ ଧ୍ୟାନ ରଖିବାକୁ ହୁଏ ଯେ ପ୍ରାଣୀ ଆହତ ହୋଇନଥାଉ ଓ ବେମାର ମଧ୍ୟ ହୋଇନଥାଉ|ଏଥିପାଇଁ ଭଲ ଛେଳିର ଡିମାଣ୍ଡ ଅଧିକ ରହିଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *