ଛୁଆର ଜବରଦସ୍ତି ଫଟୋ ଉଠାଇବା ଯୋଗୁଁ ରାଗିଗଲା ମାଙ୍କଡ, ତାପରେ ବ୍ୟକ୍ତିଙ୍କ ମୋବାଇଲକୁ ନେଇ କଲା ଏମିତି କିଛି, ଦେଖନ୍ତୁ ଭିଡିଓ

ପ୍ରାୟତଃ ଆପଣମାନେ ଶୁଣିଥିବେ ଯେ ମା ମଣିଷ ହେଉ କିମ୍ବା ଜୀବଜନ୍ତୁ, ମା ସବୁବେଳେ ମା ହିଁ ହୋଇଥାଏ | ଯିଏ କି ନିଜ ପିଲାମାନଙ୍କୁ ସବୁ ସମସ୍ୟାରୁ ଦୁରେଇ ରଖିବା ପାଇଁ ସବୁ ଚେଷ୍ଟା କରିଥାଏ | ଇଣ୍ଟରନେଟରେ ସାମ୍ନାକୁ ଆସିଥିବା ମାଙ୍କଡର ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ଏହା କହିବେ | ଭିଡିଓରେ ଗୋଟିଏ ମାଙ୍କଡ ଜଣେ ବ୍ୟକ୍ତିଙ୍କ ଠାରୁ ନିଜ ପିଲାକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରୁଥିବାର ଦେଖାଯାଉଛି |

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ମାଙ୍କଡ ନିଜ ପିଲାକୁ ନେଇ ବସିଛି | ଠିକ ସେତିକିବେଳେ ଜଣେ ବ୍ୟକ୍ତି ତା ପାଖକୁ ଯାଇ ମୋବାଇଲ ଫୋନରେ ମାଙ୍କଡ ଏବଂ ତାର ଛୁଆର ଫଟୋ ଉଠାଇବାକୁ ଲାଗେ | ବ୍ୟକ୍ତିଜଣକ ତାର ପିଲାର ଫଟୋ ଉଠାଇବା କାମ ମାଙ୍କଡଟିକୁ ଜମାରୁ ଭଲ ଲାଗିଲା ନାହିଁ | ମାଙ୍କଡ ରାଗିଯାଇ ସେହି ବ୍ୟକ୍ତିଙ୍କ ମୋବାଇଲକୁ ଧକ୍କା ମାରି ହଟାଇ ଦିଏ, କିନ୍ତୁ ସେହି ବ୍ୟକ୍ତି ତଥାପି ବାରମ୍ବାର ଫଟୋ ଉଠାଇବା ପାଇଁ ଚେଷ୍ଟା କରିଚାଲିଲେ | ମାଙ୍କଡ ସେହି ବ୍ୟକ୍ତିଙ୍କୁ ନିଜର ରାଗ ଦେଖାଏ ଏବଂ ନିଜ ପିଲାକୁ ନିଜ କୋଳରେ ଲୁଚାଇ ଦିଏ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Raj (Heera lal) (@24_birds_animals)

ଏହି ଭିଡିଓକୁ 24_birds_animals ଇନ୍ସଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି | ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୪ ହଜାରରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି |

ଏହି ଭିଡିଓ ସାମ୍ନାକୁ ଆସିବାପରେ ଲୋକମାନେ ମାଙ୍କଡକୁ ହଇରାଣ କରି ତାର ଜବରଦସ୍ତି ଫଟୋ ଉଠାଇବା ଉପରେ ବ୍ୟକ୍ତି ଉପରେ ବହୁତ ରାଗୁଛନ୍ତି ଏବଂ କମେଣ୍ଟ ସେକ୍ସନରେ ନିଜର ଅସନ୍ତୁଷ୍ଟ ପ୍ରତିକ୍ରିୟା କମେଣ୍ଟ କରୁଛନ୍ତି |

ଜଣେ ୟୁଜର ଲେଖିଛନ୍ତି, ” ଲୋକମାନେ ପଶୁମାନଙ୍କୁ ହଇରାଣ କରିବାର ଅନୁମତି ପାଇବା ଉଚିତ ନୁହେଁ |”

ଅନ୍ୟ ଜଣେ ୟୁଜର ରାଗିଯାଇ ଲେଖିଛନ୍ତି, ” ଆପଣ ଫଟୋ ପାଇଁ ପଶୁମାନଙ୍କୁ ହଇରାଣ କରୁଛନ୍ତି, ଆପଣଙ୍କୁ ଲାଜ ଲାଗିବା କଥା |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.