ଆସିଲା ୩ ଚକିଆ କାର : ୧୦ ହଜାରରେ ବୁକ କରି ପାଆନ୍ତୁ ସବୁଠୁ ଶସ୍ତା ଇଲେକ୍ଟ୍ରିକ କାର , ୪୦ ପଇସାରେ ୧ କି.ମି ପର୍ଯ୍ୟନ୍ତ ଗଡିବ

ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହାକି ସାଧାରଣ ଜନତାଙ୍କର ଚିନ୍ତାର ବିଷୟ ପାଲଟିଛି। ଏହି କାରଣ ପାଇଁ ଇଲେକ୍ଟ୍ରିକ ଗାଡି ମାନଙ୍କର ଚାହିଦା ବଢିବାରେ ଲାଗିଛି। ଇଲେକ୍ଟ୍ରିକ ବାଇକ ଓ ଇଲେକ୍ଟ୍ରିକ କାର ର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ଯେଉଁଥିପାଇଁ କମ୍ପାନୀ ଗୁଡ଼ିକ ଇଲେକ୍ଟ୍ରିକ ଗାଡି ଉପରେ ଅଧିକ ମାତ୍ରାରେ ଗୁରୁତ୍ବ ଦେଉଛନ୍ତି। ଏଥି ମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନ ଏମିତି ଏକ ଇଲେକ୍ଟ୍ରିକ କାର ତିଆରି କରିଛି। ଯାହାକୁ ଏହି କମ୍ପାନୀ ବିଶ୍ୱର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ବୋଲି କହିଛି। ଏହି କାରର ବୁକିଂ ମଧ୍ୟ ଆରମ୍ଭ କରିଦେଇଛି। ଏହି କାରରେ ୩ଟି ଚକ ରହିଛି।

Google

ଜାଣନ୍ତୁ ଏହି କାର ସମ୍ପର୍କରେ:-

ମୁମ୍ବାଇ ସ୍ଥିତ ଷ୍ଟ୍ରୋମ ମୋଟର୍ସ ଏହି ଜବରଦସ୍ତ ଇଲେକ୍ଟ୍ରିକ କାରକୁ ପ୍ରସ୍ତୁତ କରିଛି। ଏହି କାରର ନାଁ Strom R3 ରଖାଯାଇଛି। ଏହି କମ୍ପାନୀ ଭାରତରେ ଏହାର ବୁକିଂ ମଧ୍ୟ ଆରମ୍ଭ କରିଦେଇଛି। Strom R3 ର ପ୍ରି-ବୁକିଂ ମୁମ୍ୱାଇ ଓ ଦିଲ୍ଲୀ –ଏନସିଆରରେ ଆପଣଙ୍କୁ ପାଖାପାଖି ୧୦,୦୦୦ ଟଙ୍କା ଦେଇ କରିପାରିବେ। ଏହି ଶସ୍ତା ଓ ଇକୋନୋମିକାଲ କାରରେ ଅନେକ ଫିଚର ରହିଛି।

ଏହି କାରର ଲୁକ ଜବରଦସ୍ତ ରହିଛି। ଏହି କାରରେ ୩ଟି ଚକା ରହିଛି। କିନ୍ତୁ, ଏହି କାରର ଲୁକ ଥ୍ରୀ-ହ୍ୱିଲର ଭଳି ଜମାରୁ ଲାଗୁନାହିଁ। ଏଥିରେ ଏକ ଚକ ପଛରେ ଥିବାବେଳେ ୨ଟି ଚକା ଆଗରେ ରହିଛି। ଯାହା ଏହାକୁ ସ୍ୱତନ୍ତ୍ର ଲୁକ ଦେଉଛି। ଆପଣ ଇଲେକ୍ଟ୍ରିକ କାର Strom R3କୁ ଦେଖିଲେ ଆପଣଙ୍କୁ ନିଜ ତରଫରୁ ଆକର୍ଷିତ କରିବ। ଏହି ୩ ଚକିଆ ବିଶିଷ୍ଟ ଏହି କାର ବିଶ୍ୱର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ବୋଲି କୁହାଯାଉଛି।

Google

କମ୍ପାନୀର ଦାବି ଅନୁଯାୟୀ , ଏହି କାରକୁ ସେହି ଲୋକଙ୍କ ପାଇଁ ତିଆରି କରାଯାଇଛି, ଯେଉଁମାନେ ସହର ମଧ୍ୟରେ ପ୍ରତିଦିନ ୧୦ କିଲୋମିଟରରୁ ୨୦ କିଲୋମିଟର ମଧ୍ୟରେ ଟ୍ରାଭେଲ କରିଥାନ୍ତି। ଏଥି ସହିତ କମ୍ପାନୀର ଦାବି ଅନୁସାରେ, ଏହି କାର କିଲୋମିଟର ପିଛା ପାଖାପାଖି ୪୦ ପଇସା ଖର୍ଚ୍ଚ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *