PM Kisan Tractor Yojana: କୃଷକଙ୍କୁ ମିଳିଲା ବଡ଼ ସୁଯୋଗ, ବହୁତ କମ ମୂଲ୍ୟରେ କିଣନ୍ତୁ ଟ୍ରାକ୍ଟର, ଏହିପରି ଉଠାନ୍ତୁ ଫାଇଦା

କୃଷକମାନଙ୍କୁ ଆକର୍ଷିତ କରିବାପାଇଁ କେନ୍ଦ୍ର ସରକାର ମୋଦି ଅନେକ ଦିଗରେ ଚେଷ୍ଟା କରୁଛନ୍ତି | ଏହି କ୍ରମରେ ସରକାର ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅନୁଯାୟୀ ଚାଷରେ କାମରେ ଆସୁଥିବା ଟ୍ରାକ୍ଟର କିଣିବା ଉପରେ ବହୁତ ବଡ଼ ସବ୍ସିଡି ଦେଉଛନ୍ତି |

ସରକାରଙ୍କ ଏହି ଘୋଷଣା ପରେ ମଧ୍ୟମ କୃଷକମାନେ ସର୍ବାଧିକ ଆରାମ ପାଇପାରିବେ | କାରଣ ଭାରତରେ ମଧ୍ୟମ ଶ୍ରେଣୀର କୃଷକ ଅଧିକ ଅଛନ୍ତି |

ତେବେ ଛୋଟ ଶ୍ରେଣୀର କୃଷକମାନଙ୍କୁ ମଧ୍ୟ ଟ୍ରାକ୍ଟରର ଆବଶ୍ୟକତା ହୋଇଥାଏ | କିନ୍ତୁ ଚାଷଜମି ଛୋଟ ହୋଇଥିବାରୁ ସେମାନେ ପାରମ୍ପରିକ ପଦ୍ଧତିରେ ଚାଷ କରିଥାନ୍ତି କିମ୍ବା ଗାଁରେ କାହାଠାରୁ ଟ୍ରାକ୍ଟର ଉଧାର କିମ୍ବା ଭଡାରେ ନେଇ ଚାଷ କରିଥାନ୍ତି |

କିନ୍ତୁ ମଧ୍ୟମ ଧରଣର କୃଷକମାନଙ୍କ ପାଇଁ ଏହି ଦୁଇଟି ପଦକ୍ଷେପ କାମ କରେ ନାହିଁ କିମ୍ବା ଲାଭ ମିଳେନାହିଁ ବରଂ ପକେଟ ଭାରୀ ପଡ଼ିଯାଏ | ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଏଭଳି ଚାଷୀଙ୍କୁ କମ ମୂଲ୍ୟରେ ଟ୍ରାକ୍ଟର କିଣିବା ପାଇଁ ଏକ ଭଲ ସୁଯୋଗ ଦେଇଛନ୍ତି |

ଅଧା ମୂଲ୍ୟରେ ମିଳିଥାଏ ଟ୍ରାକ୍ଟର :-

କୃଷକମାନଙ୍କୁ ଟ୍ରାକ୍ଟର କିଣିବା ପାଇଁ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି | ଏହି ଯୋଜନାର ସବୁଠାରୁ ବଡ ବୈଶିଷ୍ଟ୍ୟ ଏହା ଯେ ଏହା ଅଧୀନରେ କୃଷକମାନେ ଯେକୌଣସି କମ୍ପାନୀର ଟ୍ରାକ୍ଟର କିଣିପାରିବେ | ବାକି ଅର୍ଥକୁ ସରକାର ସବସିଡି ଭାବରେ ପ୍ରଦାନ କରୁଛନ୍ତି | ଅନେକ ରାଜ୍ୟ ସରକାର କୃଷକଙ୍କୁ ନିଜ ନିଜ ସ୍ତରରେ ଟ୍ରାକ୍ଟର ଉପରେ ୨୦ ରୁ ୫୦ ପ୍ରତିଶତ ସବସିଡି ପ୍ରଦାନ କରିଥାନ୍ତି |

କିପରି ଉଠାଇବେ ଲାଭ :-

କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ଏହି ସ୍କିମ କେବଳ ସେହି କୃଷକମାନଙ୍କ ପାଇଁ ଅଟେ, ଯେଉଁମାନେ ସେମାନଙ୍କର ପ୍ରଥମ ଟ୍ରାକ୍ଟର କିଣିବାକୁ ଯାଉଛନ୍ତି | ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀଙ୍କ ପାଖରେ ଆଧାର କାର୍ଡ, ଜମି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଏବଂ ପାସପୋର୍ଟ ଆକାରର ଫଟୋ ଥିବା ଦରକାର | ଏହି ଯୋଜନାର ଲାଭ ଉଠାଇବା ପାଇଁ କୃଷକମାନେ ଯେକୌଣସି ନିକଟସ୍ଥ CSC ସେଣ୍ଟରକୁ ଯାଇ ଅନଲାଇନରେ ଆବେଦନ କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *