ଗାର୍ଲଫ୍ରେଣ୍ଡ ବିଷୟରେ ସତ ଜାଣିବାପରେ ଯୁବକଙ୍କର ଉଡିଗଲା ହୋସ, ବୟଫ୍ରେଣ୍ଡ ଏମିତି ବାହାର କଲା ସବୁ ମିଛ

ଦମ୍ପତି ମଧ୍ୟରେ ଝ-ଗ-ଡା ହେବା ସାଧାରଣ କଥା ଅଟେ, କିନ୍ତୁ ଜଣେ ଯୁବକ ରିଲେସନସିପ ପୋର୍ଟାଲରେ ଯେଉଁ କାହାଣୀ ସେୟାର କଲେ ତାହା ଆଶ୍ଚର୍ଯ୍ୟଜନକ ଅଟେ | ଆମେରିକାର ୪୧ ବର୍ଷୀୟ ଏହି ବ୍ୟକ୍ତି ରିଲେସନସିପରେ ବହୁତ ବିରକ୍ତ ହେବାପରେ ଏକ୍ସପର୍ଟଙ୍କଠାରୁ ସାହାଯ୍ୟ ମାଗିଛନ୍ତି |

ନିଜର ନାମ ପ୍ରକାଶ ନ କରି ବ୍ୟକ୍ତିଜଣକ ଲେଖିଛନ୍ତି, ‘ମୋର ଛାଡପତ୍ରକୁ ଦୁଇବର୍ଷ ହୋଇଗଲାଣି | ପ୍ରାୟ ଦୁଇ ମାସ ପୂର୍ବେ ମୁଁ ଜଣେ ୩୫ ବର୍ଷୀୟ ମହିଳାଙ୍କ ସହିତ ଦେଖାକଲି | ଆମେ ଖୁବଶିଘ୍ର ପରସ୍ପର ନିକଟତର ହୋଇଗଲୁ | ଆମେ ସବୁ କାମ ଏକାବେଳେ କରୁଥିଲୁ | ଆମ ସେକ୍ସ ଲାଇଫ ମଧ୍ୟ ବହୁତ ଚମତ୍କାର ଥିଲା | ସେହି ମହିଳା ମଧ୍ୟ ସମ୍ପର୍କରୁ ବାହାରି ଆସିଥିଲେ ଏବଂ ଆମେ ଦୁହେଁ ଗୋଟିଏ ନୂତନ ଆରମ୍ଭ କରିବାପାଇଁ ପ୍ରସ୍ତୁତ ଥିଲୁ |’

ମହାମାରୀ ସମୟରେ ଯେତେବେଳେ ଦୁନିଆ ଅସୁବିଧାରେ ଥିଲା, ସେତେବେଳେ ଆମକୁ ପରସ୍ପର ସହିତ ରହି ଶାନ୍ତି ଲାଗୁଥିଲା | ଏତେ ଦୁଃଖ ମଧ୍ୟରେ ଆମେ ପରସ୍ପର ସହିତ ଏକାଠି ରହି ନିଜକୁ ଭାଗ୍ୟଶାଳୀ କହୁଥିଲୁ | ଆମେ ପରସ୍ପର ପ୍ରତି ସଚ୍ଚୋଟ ଥିଲୁ | ଆମେ ସେକ୍ସଠାରୁ ନେଇ ପୂର୍ବ ସମ୍ପର୍କ ବିଷୟରେ ଖୋଲାଖୋଲି କଥା ହେଉଥିଲୁ | ଆମେ ଲଗାତାର ନିଜର ସମ୍ପର୍କ ଭଲ କରି ଚାଲିଥିଲୁ |

ଶେଷରେ ଆମେ ପରସ୍ପର ସହିତ ରହିବାକୁ ନିଷ୍ପତ୍ତି ନେଲୁ | ଆମେ ନିଜ ଭବିଷ୍ୟତ ପାଇଁ ଯୋଜନା ତିଆରି କରୁଥିଲୁ ଏବଂ ବିବାହ,ପିଲା ଏବଂ କାମ ବିଷୟରେ କଥା ହେଉଥିଲୁ | ମୋ ପାଇଁ ଏସବୁ ଗୋଟିଏ ସୁନ୍ଦର କାହାଣୀ ଭଳି ଥିଲା, କିନ୍ତୁ ଅଚାନକ ମତେ ଏମିତି କିଛି ଅନୁଭବ ହେଲା, ଯାହା ବିଷୟରେ ମୁଁ କେବେ କଳ୍ପନା ମଧ୍ୟ କରିନଥିଲି | ମୁଁ ଜାଣିବାକୁ ପାଇଲି ଯେ ମୋ ଗାର୍ଲଫ୍ରେଣ୍ଡର ବହୁତ ଜଣ ସେ-କ୍ସ ବୟଫ୍ରେଣ୍ଡ ଅଛନ୍ତି | ଯେଉଁମାନଙ୍କ ସହିତ ସେ ବର୍ତ୍ତମାନ ମଧ୍ୟ ସମ୍ପର୍କ ରଖିଥିଲେ |

ସେମାନଙ୍କ ମଧ୍ୟରୁ ଜଣେ ମୋ ଗାର୍ଲଫ୍ରେଣ୍ଡକୁ ମହଙ୍ଗା ମହଙ୍ଗା ଗିଫ୍ଟ ପଠାଉଥିଲା | ମୋ ସହ ସମ୍ପର୍କ ରଖିବା ପରେ ମଧ୍ୟ ସେ ତାଙ୍କର ଜଣେ ଏକ୍ସଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଇଛନ୍ତି ଏବଂ ଦୁହେଁ ମିଶି ସେ-କ୍ସ ମଧ୍ୟ କରିଛନ୍ତି | ଯେତେବେଳେ ମୁଁ ଏସବୁ ଜାଣିଲି ସେତେବେଳେ ସେ ମତେ କ୍ଷମା ମାଗି କହିଲେ ଯେ ଏକ୍ସ ବୟଫ୍ରେଣ୍ଡ ସେ-କ୍ସ ପାଇଁ ବହୁତ ଚାପ ପକାଉଥିଲା ଏବଂ ବର୍ତ୍ତମାନ ସେ ତା ସହିତ ଆଉ କୌଣସି ସମ୍ପର୍କ ରଖିବ ନାହିଁ | ମୁଁ ବି ତା କଥାକୁ ବିଶ୍ୱାସ କରି ତାକୁ କ୍ଷମା କରିଦେଲି |

ଦିନେ ସେ ନିଜର ଫୋନ ଘରେ ଛାଡି ଦେଇ ବାହାରକୁ ଜଣେ ସାଙ୍ଗ ସହିତ ଦେଖା କରିବାକୁ ଯାଇଥିଲେ | ତାଙ୍କ ଫୋନରେ ପାସୱାର୍ଡ଼ ମଧ୍ୟ ନଥିଲା | ମୁଁ ଯେତେବେଳେ ତାଙ୍କ ଫୋନ ଚେକ କଲି, ସେତେବେଳେ ଜାଣିବାକୁ ପାଇଲି ଯେ ସେ ବର୍ତ୍ତମାନ ମଧ୍ୟ ସେହି ଏକ୍ସ ବୟଫ୍ରେଣ୍ଡ ସହିତ ସମ୍ପର୍କ ରଖିଛନ୍ତି | ଏମିତିକି ତାର ବୟଫ୍ରେଣ୍ଡ ତାଙ୍କୁ ଛାଡି ତା ପାଖକୁ ଫେରିଯିବାକୁ ମଧ୍ୟ କହିଛି | ମୁଁ ତାଙ୍କ ଫୋନ ତାଙ୍କୁ ଦେବାକୁ ଯାଉଥିଲି | ସେ କହିବା ସ୍ଥାନରେ ଯେତେବେଳେ ମୁଁ ପହଞ୍ଚିଲି, ସେତେବେଳେ ମୁଁ ଦେଖିଲି ଯେ ସେ ସେଠାରେ ନିଜର ସେହି ଏକ୍ସ ସହିତ ଅଛନ୍ତି | ଦୁହେଁ ମତେ ଦେଖୁଥିଲେ |

ଘରକୁ ଫେରିବାପରେ ଆମ ମଧ୍ୟରେ ବହୁତ ଝ-ଗ-ଡା ହେଲା ଏବଂ ସେ ଶେଷରେ ମାନିଲେ ଯେ ତାଙ୍କର ଜଣେ ପୁରୁଷ ସହିତ ରହି ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବାର ଅଭ୍ୟାସ ଅଛି | ସେହି ମହିଳାଙ୍କର ସାଙ୍ଗ ବହୁତ କମ, ତେଣୁ ସେ ଅନ୍ୟ ପୁରୁଷମାନଙ୍କ ସହିତ ବନ୍ଧୁତା ରଖିଥାନ୍ତି | ତେଣୁ ମୁଁ ଏହି କଥାକୁ ଅଧିକ ଧ୍ୟାନ ଦେଲିନାହିଁ |

କିନ୍ତୁ ଗତ କିଛି ସପ୍ତାହ ଧରି ଆମ ମଧ୍ୟରେ ଲଢେଇ ଝଗଡା ବଢ଼ିବାରେ ଲାଗିଲା | ଶେଷରେ ଯେତେବେଳେ ମୁଁ ତାଙ୍କୁ ପଚାରିଲି ଯେ ମୋ ସହିତ ରହିବାରେ ତାଙ୍କର କଣ ଅସୁବିଧା ହେଉଛି | ସେତେବେଳେ ସେ କହିଲେ ଯେ ସେ ଡିପ୍ରେସନ ସହିତ ସଂଘର୍ଷ କରୁଛନ୍ତି | ମୁଁ ତାଙ୍କୁ ବହୁତ ବୁଝେଇଲି ଏବଂ ତାଙ୍କୁ କହିଲି ଯେ ମୁଁ ତାଙ୍କ ସହିତ ସବୁବେଳେ ଅଛି | କିନ୍ତୁ ସେ କିଛି ନ କହି ଚାଲିଗଲେ |

ପୁଣି ଆଉ ଦିନେ ମୋ ଗାର୍ଲଫ୍ରେଣ୍ଡ ନିଜର ଫୋନ ଘରେ ଛାଡି ଚାଲି ଯାଇଥିଲେ | ମୁଁ ଚାହୁଁନଥିଲେ ମଧ୍ୟ ତାଙ୍କ ଫୋନ ଚେକ କଲି ଏବଂ ଜାଣିବାକୁ ପାଇଲି ଯେ ସେ ଅନ୍ୟ କୌଣସି ଏକ୍ସ ବୟଫ୍ରେଣ୍ଡ ସହିତ କଥା ହେଉଥିଲେ | ସେ ନିଜର ଏକ୍ସ ବୟଫ୍ରେଣ୍ଡଙ୍କୁ ଲେଖିଥିଲେ ଯେ ସେ ମୋ ପ୍ରତି ବର୍ତ୍ତମାନ ଆକର୍ଷଣ ଅନୁଭବ କରୁନାହାନ୍ତି, ଯେପରି ସେ ନିଜର ଏକ୍ସ ବୟଫ୍ରେଣ୍ଡ ସହିତ କରନ୍ତି | ସେ ମୋ ସହିତ କେବଳ ଏଥିପାଇଁ ରହିବାକୁ ଚାହାଁନ୍ତି, କାରଣ ତାଙ୍କଠାରେ ମୁଁ ନିଜର ସଚ୍ଚୋଟତା ପ୍ରମାଣିତ କରିବାର ଅଛି |

ଏସବୁ ପଢିବାପରେ ମୁଁ ପୁରା ଭାଙ୍ଗି ପଡିଲି | ମୁଁ ଏହି ମହିଳାଙ୍କ ସହିତ ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିଲି ଏବଂ ସବୁକିଛି ସେୟାର କରୁଥିଲି ଏବଂ ଏହା ବଦଳରେ ମତେ ଏୟା ମିଳିଲା | ବର୍ତ୍ତମାନ ମୁଁ କଣ କରିବି କିଛି ବୁଝିପାରୁନି | ଏ ବିଷୟରେ ଗାର୍ଲଫ୍ରେଣ୍ଡ ସହିତ କଥା ହୋଇ ସଫେଇ ଶୁଣିବାର ଆବଶ୍ୟକତା ଅଛି ନା ଏ ସମ୍ପର୍କକୁ ଶେଷ କରିଦେବା ଉଚିତ |

ବ୍ୟକ୍ତିଙ୍କର ଏହି ପୋଷ୍ଟ ଉପରେ ଜବାବ ଦେଇ ରିଲେସନସିପ ଏକ୍ସପର୍ଟ କହିଛନ୍ତି, ‘ ଗାର୍ଲଫ୍ରେଣ୍ଡ ଫୋନକୁ ଚେକ କରିବା ନିଶ୍ଚିତ ଭାବରେ ଭୁଲ କଥା ଅଟେ, କିନ୍ତୁ ଆପଣ ନିଜର ଏହି ଭୁଲ ମଧ୍ୟ ମାନୁଛନ୍ତି | ତେବେ ଆପଣଙ୍କ ମାମଲାରେ ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ତରଫରୁ ସମ୍ପର୍କକୁ ଭଲ କରିବାପାଇଁ କୌଣସି ଚେଷ୍ଟା କରାଯାଇନାହିଁ | ଯଦି ଆପଣ ଏହି ସମ୍ପର୍କ ଶେଷ କରିବାକୁ ଚାହୁଁନାହାନ୍ତି, ତେବେ ନିଜକୁ ଏହି ପରିସ୍ଥିତି ପାଇଁ ସବୁବେଳେ ପ୍ରସ୍ତୁତ କରି ରଖନ୍ତୁ | ଯଦି ଆପଣ ବ୍ରେକଅପ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସ୍ପଷ୍ଟ ଭାବରେ କହିଦେବା ଉଚିତ ଯେ ଆପଣଙ୍କୁ ଲାଗୁନାହିଁ ଯେ ବର୍ତ୍ତମାନ ଆପଣ ଦୁହିଁଙ୍କ ମଧ୍ୟରେ କିଛି ଭଲ ହୋଇପାରିବ | ମନେରଖିବେ ଯେ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଭରସା ରହିବା ବହୁତ ଜରୁରୀ ଅଟେ |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *