ଜାଣନ୍ତୁ କିଏ ଶିବମ ଦୁବେଙ୍କ ସ୍ତ୍ରୀ ଅଞ୍ଜୁମ ଖାନ, ଯିଏ ବିବାହ କରିବା ପରେ ଖେଳିଗଲା ଉତ୍ତେଜନା

ଭାରତୀୟ କ୍ରିକେଟର ଶିବମ ଦୁବେ ନିକଟରେ ଅଞ୍ଜୁମ ଖାନଙ୍କ ସହିତ ବିବାହ କରିଛନ୍ତି | ଶିବମ ଦୁବେ ଏବଂ ଅଞ୍ଜୁମ ଖାନ ପରସ୍ପରକୁ ଅନେକ ସମୟ ଧରି ଜାଣିଥିଲେ ଏବଂ ଅନେକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ | ସେହିପରି ଜୁଲାଇ ୧୬ ତାରିଖରେ ୨୦୨୧ ମସିହାରେ ଏମାନେ ଏକ ବ୍ୟକ୍ତିଗତ ସମାରୋହରେ ପରସ୍ପରର ହାତ ଧରିଥିଲେ | ଶିବମ ଦୁବେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ନିଜର ବିବାହ ବିଷୟରେ ସୂଚନା ଦେଇଥିଲେ ଏବଂ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ | ଯାହା ପରେ ସେମାନେ ଟ୍ରୋଲ ହୋଇଥିଲେ | ବାସ୍ତବରେ, ସେମାନେ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ଏବଂ ଅନେକ ଲୋକ ଏହି ଜିନିଷକୁ ପସନ୍ଦ କରୁନାହାନ୍ତି |

ଅଞ୍ଜୁମ ଖାନ କିଏ ଏବଂ କିପରି ତାଙ୍କର ଲଭ ଷ୍ଟୋରି ଆରମ୍ଭ ହେଲା, ଏ ବିଷୟରେ ବହୁତ କମ ଲୋକ ଜାଣିଥିବେ | ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟର ଶିବମ ଦୁବେଙ୍କ ସ୍ତ୍ରୀ ଅଞ୍ଜୁମ ଖାନଙ୍କ ବିଷୟରେ |

କିଏ ଏହି ଅଞ୍ଜୁମ ଖାନ :-

ଅଞ୍ଜୁମ ଖାନଙ୍କ ପରିବାର ୟୁପିରେ ରୁହନ୍ତି | ସେ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଫାଇନ ଆର୍ଟରେ ଗ୍ରାଜୁଏସନ କରିଛନ୍ତି | ଅଞ୍ଜୁମ ଖାନ ଅଭିନୟ ଏବଂ ମଡେଲିଂକୁ ଭଲ ପାଆନ୍ତି | ସେ ମୁମ୍ବାଇକୁ ଆସି ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି | ଏହା ବ୍ୟତୀତ ସେ ମ୍ୟୁଜିକ ଆଲବମରେ ମଧ୍ୟ କାମ କରିଛନ୍ତି |

ଅଞ୍ଜୁମ ଖାନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି | ବହୁତ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି | ଶିବମ ଦୁବେ ଏବଂ ଅଞ୍ଜୁମ ଖାନ ଅନେକ ସମୟ ଧରି ପରସ୍ପରକୁ ଜାଣିଥିଲେ |

ବହୁ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ସେମାନେ ବିବାହ କରିବାକୁ ସ୍ଥିର କଲେ | ଏହି ମାସର ୧୬ ତାରିଖ ଦିନ ସେମାନେ ନିଜ ପରିବାରର ଉପସ୍ଥିତିରେ ବିବାହ କରିଥିଲେ |

ଏମାନଙ୍କ ବିବାହ ମୁସଲମାନ ଧର୍ମ ଅନୁସାରେ ହୋଇଛି | ବିବାହର ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ସେମାନେ ମୁସଲମାନ ଧର୍ମ ଅନୁଯାୟୀ ବିବାହ କରିଛନ୍ତି |

ଲୋକମାନେ କଲେ ଟ୍ରୋଲ :-

ବିବାହର ଫଟୋରେ ଶିବମ ଦୁଆ ମାଗୁଥିବାର ଦେଖାଯାଉଛନ୍ତି | ଏହି ଫଟୋ ବହୁତ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯାହା ପରେ ଲୋକମାନେ ଏହି ଦମ୍ପତିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି | ଅନେକ ଲୋକ ଶିବମଙ୍କ ଦୁଆ ମାଗିବା ଉପରେ ବି-ରୋ-ଧ କରିଥିଲେ ଏବଂ ତାଙ୍କୁ ଏହା ମଧ୍ୟ କହି ଦେଇଛନ୍ତି ଯେ ସେ ବିବାହ କରିଛନ୍ତି ନା ନିକାହ ? ଯେତେବେଳେ କି ଆଉ କିଛି ଲୋକ ଶିବମଙ୍କୁ ସାଂସଦ ନୁସରଜ ଜାହାନଙ୍କୁ ମନେ ପକାଇଥିଲେ |

ଉଲ୍ଲେଖନୀୟ କଥା ହେଉଛି ଯେ ଶିବମ ଦୁବେ ଭାରତ ତରଫରୁ କିଛି ମ୍ୟାଚ ଖେଳିଛନ୍ତି | ତେବେ ଭଲ ପ୍ରଦର୍ଶନ ଅଭାବରୁ ସେ ଟିମରେ ନିଜର ସ୍ଥାନକୁ ରଖି ପାରିନଥିଲେ | ତାଙ୍କ ତରଫରୁ ଗତ ବର୍ଷ ଫେବୃଆରୀ ମାସ ଶେଷରେ ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳାଯାଇଥିଲା | ଯେଉଁଥିରେ ସେ କିଛି ଖାସ କରିପାରି ନଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *