ମହାମାରୀ ସହିତ ଲଢେଇ : କରୋନାରୁ ସୁସ୍ଥ ହୋଇ ସାରିଥିବା ଲୋକମାନେ ଟୀକାର ଗୋଟିଏ ଡୋଜ ନେବେ ନା ଦୁଇଟି ଡୋଜ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

କରୋନା ସଂକ୍ରମଣଠାରୁ ବଞ୍ଚି ରହିବାପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁ ଲୋକଙ୍କୁ ଟିକା ନେବାପାଇଁ ନିବେଦନ କରୁଛନ୍ତି | ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସଂକ୍ରମଣରୁ ୯୦ ଦିନ ପରେ ଟୀକାକରଣ କରିବାକୁ ପରାମର୍ଶ ଦିଆଯାଇଛି | ବିଶେଷଜ୍ଞମାନେ କହିଛନ୍ତି ଯେ ସଂକ୍ରମଣରୁ ସୁସ୍ଥ ହେବା ପରେ ଶରୀରରେ ତିଆରି ହୋଇଥିବା ଆଣ୍ଟିବଡି ପରବର୍ତ୍ତୀ ସଂକ୍ରମଣରୁ ରକ୍ଷା କରିପାରିବ, ଏପରି ପରିସ୍ଥିତିରେ ଏହି ଲୋକଙ୍କୁ ତିନିମାସ ପରେ ଟିକା ନେବା ଉଚିତ |

କିଛି ଅଧ୍ୟୟନରେ କୁହାଯାଉଛି ଯେ ଯେଉଁ ଲୋକମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି, ସେମାନଙ୍କ ପାଇଁ ଟୀକାର ଗୋଟିଏ ଡୋଜ ହିଁ ଯଥେଷ୍ଟ, ଏଥିରୁ ହିଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ପ୍ରତିରୋଧକ ଆଣ୍ଟିବଡି ବିକଶିତ ହୋଇଥାଏ | ଏହି ସୂଚନା ମଧ୍ୟରେ ଲୋକଙ୍କ ମନରେ ବର୍ତ୍ତମାନ ମଧ୍ୟ ଏକ ପ୍ରଶ୍ନ ରହିଆସିଛି କି କରୋନାରୁ ସୁସ୍ଥ ହୋଇ ସାରିଥିବା ଲୋକମାନେ ଟୀକାର ମାତ୍ର ଗୋଟିଏ ଡୋଜ ନେବା ଉଚିତ କି ଦୁଇଟି ଡୋଜ ନେବା ଆବଶ୍ୟକ ?

କିଛି ଅଧ୍ୟୟନରେ କୁହାଯାଉଛି ଯେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନାର ମ୍ୟୁଟେଟେଡ଼ ଭାରିଆଣ୍ଟ ସହିତ ମୁକାବିଲା କରିବାପାଇଁ ଟୀକାର ଦୁଇଟିଯାକ ଡୋଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ସେତେବେଳେ ଯାଇ ଶରୀରରେ ସମ୍ପୂର୍ଣ୍ଣ ପ୍ରତିରକ୍ଷା ବିକାଶ ହୋଇପାରିବ | ଆସନ୍ତୁ ଏହି ବିଷୟରେ ବିଶେଷଜ୍ଞଙ୍କଠାରୁ ବୁଝିବା ଯେ ଥରେ କରୋନାକୁ ପରାସ୍ତ କରିଥିବା ଲୋକମାନଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ କି ଦୁଇଟି ଡୋଜର ଆବଶ୍ୟକତା ରହିଛି ?

ଟୀକାର ଗୋଟିଏ ଡୋଜ ନେବାପରର ପ୍ରଭାବ :-

ଅନେକ ଅଧ୍ୟୟନରେ କୁହାଯାଉଛି ଯେ କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକମାନଙ୍କ ଶରୀରରେ ତିଆରି ହୋଇଥିବା ଆଣ୍ଟିବଡ଼ି ସୁରକ୍ଷାତ୍ମକ ଦୃଷ୍ଟିରୁ ବହୁତ ପ୍ରଭାବଶାଳୀ ହୋଇପାରେ | ଯଦି ନିଶ୍ଚିତ ସମୟ ପରେ ଏପରି ଲୋକମାନଙ୍କୁ ଟୀକାର ଡୋଜ ଦିଆଯାଏ, ତେବେ ଗୋଟିଏ ଡୋଜ ପରେ ମଧ୍ୟ ଶରୀରରେ ମଜବୁତ ପ୍ରତିରକ୍ଷା ବିକଶିତ ହୋଇପାରେ | ଆଉ କିଛି ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକମାନଙ୍କଠାରେ ଟୀକାର ସିଙ୍ଗଲ ଡୋଜ ପରେ ତିଆରି ହୋଇଥିବା ଆଣ୍ଟିବଡ଼ି ଅନ୍ୟ ଲୋକମାନଙ୍କଠାରେ ଦୁଇଟି ଡୋଜ ପରେ ତିଆରି ହୋଇଥିବା ଆଣ୍ଟିବଡ଼ି ସହିତ ସମାନ ହୋଇପାରେ |

ଦ୍ୱିତୀୟ ଡୋଜ ଆବଶ୍ୟକ କି ନାହିଁ ?

ତେବେ କିଛି ଅଧ୍ୟୟନରେ ଏହା ମଧ୍ୟ କୁହାଯାଉଛି ଯେ କରୋନା ଭାଇରସର ନୂତନ ମ୍ୟୁଟେଟେଡ଼ ଭାରିଆଣ୍ଟ ଯେପରିକି ଡେଲଟା ଏବଂ ଲମ୍ବଡା, ଇତ୍ୟାଦି ପ୍ରତିରକ୍ଷା ପ୍ରଣାଳୀକୁ ସହଜରେ ଚକମା ଦେଇପାରେ | ଏଥିରୁ ବଞ୍ଚିବାପାଇଁ କରୋନାର ଉଭୟ ଡୋଜ ପରେ ତିଆରି ଆଣ୍ଟିବଡ଼ିକୁ ହିଁ ପ୍ରଭାବଶାଳୀ କୁହାଯାଇପାରେ | ବର୍ତ୍ତମାନ ଭାରତର ଟୀକାକରଣ ପ୍ରୋଟୋକଲରେ ସମସ୍ତ ଲୋକଙ୍କୁ ଟିକାର ଉଭୟ ଡୋଜ ନେବାକୁ ପରାମର୍ଶ ଦେଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *