ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲା ; ସୌମ୍ୟଙ୍କ ମୃ-ତ୍ୟୁ ମା-ମ-ଲାରେ ମହିଳା ଆଇଆଇସିଙ୍କ ନାଁରେ ସା-ଙ୍ଘାତି-କ ଅଭି-ଯୋଗ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲାରେ ଭିନ୍ନ ଭିନ୍ନ ପ୍ରକାରର ତଥ୍ୟ ସାମନାକୁ ଆସୁଛି। ସୌମ୍ୟ ଙ୍କ ପିତା ଅଭିରାମ ମହାପାତ୍ର କହିଛନ୍ତି ଯେ, ପୋଡ଼ି ହେବାପରେ ମୋ ପୁଅ ମୃ-ତ୍ୟୁ ସହିତ ଲ-ଢେ-ଇ କରୁଥିବା ସମୟରେ ରାସ୍ତାରେ ତା ଆମ୍ବୁଲାନ୍ସ କୁ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ହୁଏତ କିଛି ସମୟ ଆଗରୁ ହସ୍ପିଟାଲରେ ମୋ ପୁଅ ପହଞ୍ଚିଥିଲେ ବଞ୍ଚି ଯାଇଥାନ୍ତା। ଗଜପତି ଜିଲ୍ଳାର ଏକ ଥା-ନାର ଲେଡି ପୋ-ଲି-ସ ଆଇଆଇସି ଅଫିସରଙ୍କ ଇ-ଙ୍ଗିତରେ ଏଭଳି କା-ଣ୍ଡ ଘଟାଯାଇଛି ବୋଲି ସୌମ୍ୟ ଙ୍କ ପିତା ଅଭି-ଯୋଗ କରିଛନ୍ତି।

ଆଜି ସୌମ୍ୟଙ୍କ ପିତା କଟକ ଆସି ପୋ-ଲି-ସ ଡିଜି ଅଭୟଙ୍କୁ ଦା-ବିପ-ତ୍ରରେ ଦେଇଛନ୍ତି। ଅଭିରାମ ଦେଇଥିବା ଦା-ବିପ-ତ୍ର ଅନୁସାରେ, ସଂପୃକ୍ତ ଆଇଆଇସିଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଅଫିସ ସମ୍ମୁଖରେ ଆମ୍ବୁଲାନ୍ସ ଙ୍କୁ ଘଣ୍ଟାଏ କାଳ ଅଟକାଇ ଦିଆଯାଇଥିଲା। ଜଣେ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଯୁବକଙ୍କୁ ମେଡିକାଲ ନେବା ପରିବର୍ତ୍ତନରେ କଣ ପାଇଁ ଘଣ୍ଟାଏ କାଳ ଆମ୍ବୁଲାନ୍ସ କୁ ଅଟକ ରଖାଯାଇଥିଲା, ସେହି ଉପରେ ଅଧିକ ତ-ଦ-ନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦା-ବି କରିଛନ୍ତି।

ଆହୁରି ସେ ମଧ୍ୟ କହିଛନ୍ତି ଯେ, ଏହି ଘ-ଟ-ଣାରେ ସଂପୃକ୍ତ ମହିଳା IIC ସୌମ୍ୟ ଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ସମ୍ପର୍କୀୟ। ଆମ୍ବୁଲାନ୍ସ କୁ କଣ ପାଇଁ ମହିଳା IIC ଅଟକାଇଥିଲେ ସେହି ସମ୍ପର୍କରେ ତାଙ୍କୁ ତ-ଦ-ନ୍ତ ପରିସର ଭୁକ୍ତ କରାଯାଉ। କାରଣ,ମୋ ପୁଅ ବିଳମ୍ବରେ ମେଡ଼ିକାଲରେ ପହଞ୍ଚିଥିଲା ଏବଂ ମୋ ପୁଅ ମୃ-ତ୍ୟୁର ଏହା ଅନ୍ୟ ଏକ କାରଣ।

Google

ସୌମ୍ୟ ଙ୍କୁ ହ-ତ୍ୟା କରିବା ପଛରେ ବୋହୂ,ରୋଷେୟା ଓ ଡିଏଫଓଙ୍କ ହାତ ଅଛି ବୋଲି ଅଭି-ଯୋଗ କରିଛନ୍ତି ଅଭିରାମ। ଡ଼ିଜିପି ଙ୍କୁ ଦିଆଯାଇଥିବା ଦା-ବିପ-ତ୍ରରେ ଉଲ୍ଲେଖ ହୋଇଛି ଯେ, ଘ-ଟ-ଣାର ୩ ଦିନ ପରେ ପୁଅର ସରକାରୀ ବାସଭବନକୁ ଖୋଳିବା ପରେ ସେଠାରେ ଜଣେ ପୋଡ଼ି ହୋଇଥିବା ପରି କିଛି ବି ଦେଖିବାକୁ ମିଳି ନଥିଲା। ବାସଭବନରୁ କୌଣସି ପୋଡା ଗନ୍ଧ ବାହାରୁ ନଥିବା ସହିତ ଜଣେ ପୋଡ଼ି ହୋଇଥିବା ବ୍ୟକ୍ତି ପ୍ରାଣ ବିକଳରେ ଆଖପାଖରେ ଥିବା ଜିନିଷକୁ ଧରିବା ସ୍ଵାଭାବିକ କଥା। କିନ୍ତୁ ଏଭଳି କିଛି ଘ-ଟ-ଣା ଘ-ଟ-ଣା ସ୍ଥଳରେ ଦେଖିବାକୁ ମିଳୁନାହିଁ। ଏପରିକି, କୌଣସି ଜିନିଷ ସହିତ ଘରର କାନ୍ଥରେ ବି ପୋଡ଼ା ଦାଗ ମଧ୍ୟ ଦେଖାଯାଉନାହିଁ। ସେଥିପାଇଁ ତାଙ୍କ ପୁଅ ଘରେ ପୋଡ଼ି ହୋଇ ମ-ରିଥିବା କଥା ସହଜରେ ବିଶ୍ୱାସ କରୁନାହାନ୍ତି ପରିବାର ଲୋକେ। ସୌମ୍ୟ ଙ୍କୁ ଅନ୍ୟ କୌଣସି ସ୍ଥାନରେ ଘ-ଟ-ଣା ଘଟାଇ ପୁଅକୁ ବାସଭବନକୁ ଆଣି ପୋଡ଼ି ହୋଇଥିବାର ଦର୍ଷାଯାଇଛି।

ଅଭି-ଯୁକ୍ତ ଡିଏଫଓ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ। ଆଉ ସେ ତ-ଦ-ନ୍ତ ପକ୍ରିୟାକୁ ଚାପିବାକୁ ଚେଷ୍ଟା କରୁଥିବାର ଆ-ଶଙ୍କା ଅଛି ବୋଲି ଅଭିରାମ ଲେଖିଛନ୍ତି। ତେଣୁ ତଦନ୍ତ ଯେପରି ଭାବରେ ନିରପେକ୍ଷ ହେବ ସେଥିପାଇଁ ଦୃଷ୍ଟି ଦେବାକୁ ସେ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏହି ହ-ତ୍ୟା ଘ-ଟ-ଣାରେ ବୋହୂ ବିଦ୍ୟାଭାରତୀ,ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ଦା-ବି କରିଛନ୍ତି।

ଅଭିରାମ କହିଛନ୍ତି ଯେ, ୨୦୨୦ ମେ ମାସ ୧ ତାରିଖରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିର ACF ଭାବରେ ଯୋଗ ଯୋଗଦେଇଥିଲେ। ଆଉ ଯୋଗ କରିବାର ଠିକ ମାସେ ପରେ ଅର୍ଥାତ ଜୁନ ମାସ ୧ ତାରିଖରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ। ଆଉ ପୁଅର ଜୀବନ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାର ଦେଖି ଆମେ ବହୁତ ଖୁସି ହେଉଥିବା ସମୟରେ ପ୍ରକୃତରେ ଏହା ତାକୁ ମରଣ ମୁହଁ ଆଡ଼କୁ ଠେଲି ଦେଇଥିଲେ। ବୋହୂକୁ ନେଇ ପୁଅ ପାରଳାଖେମୁଣ୍ଡି ଯିବାପରେ ଉଭୟଙ୍କ ମଧ୍ୟରେ ସବୁବେଳେ ଝ-ଗ-ଡ଼ା ହେଉଥିଲା ବୋଲି ପୁଅ ଆମକୁ ଫୋନ ମାଧ୍ୟମରେ ଜଣାଉଥିଲା।

Google

ଆଉ ପରେ DFO ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଘ-ଟ-ଣା ପୁଅ ଆମକୁ ଜଣାଇଥିଲା। ଆଉ DFO ଜାଣିଶୁଣି ମୋ ପୁଅର ନାଇଟ ଡ୍ୟୁଟି ପକାଉଥିଲେ। ପୁଅ ଡ୍ୟୁଟିକୁ ଯିବାପରେ DFO ପୁଅର ବାସଭବନକୁ ଯାଉଥିବା ପୁଅ ବହୁଥର ଜଣାଇଥିଲା। ଏହି ସବୁ ଘ-ଟ-ଣା ପାଇଁ ମୋ ପୁଅ ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ପଡ଼ିଥିଲା। ଆମର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ତେବେ, ଆମକୁ ଉଚିତ ନ୍ୟା-ୟ ପ୍ରଦାନ କରିବେ ବୋଲି ଡିଜି ପ୍ରତି-ଶ୍ରୁ-ତି ଦେଇଛନ୍ତି।

ଅଭିରାମ ଆହୁରି ମଧ୍ୟ କହିଛନ୍ତି ଯେ, ପୁଅ ପୋଡ଼ି ହେବାପରେ ବୋହୂ ସମସ୍ତ ଜିନିଷ ନେଇ ସମ୍ପୃକ୍ତ ମହିଳା ଆଇଆଇସିଙ୍କ ଘରକୁ ପଳାଇ ଯାଇଥିଲା। ଆଉ ପରେ ପୁଅ ମରିଯିବା ପରେ ସେ ନିଜ ବାପା,ମା ସହିତ ତାଙ୍କ ଘରକୁ ପଳାଇ ଯାଇଥିଲେ। ସେଥିପାଇଁ ବୋହୂ ସହିତ ଆମର ଆଉ କିଛି ସମ୍ପର୍କ ନାହିଁ। ପୁଅର ଶୁଦ୍ଧିକ୍ରିୟାରେ ମଧ୍ୟ ବୋହୂକୁ ସାମିଲ କରାଯିବ ନାହିଁ ବୋଲି ଅଭିରାମ ସଫାସଫା ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *