କୁକୁର ବାହାଘର : କୁକୁର ନିଜ ବାହାଘରରେ କଲା ଫଟୋସୁଟ୍,ଲୋକେ କହିଲେ – ବାସ ଶେଷରେ ଏହା ବି ଦେଖିବାକୁ ବାକି ଥିଲା,ଦେଖନ୍ତୁ ଭିଡ଼ିଓ

ଆପଣ ତ ବହୁତ ବିବାହ ଦେଖିଥିବେ ଓ ଭିଡିଓ ଫଟୋସୁଟ ମଧ୍ୟ ଦେଖିଥିବେ କିନ୍ତୁ ଏକ ଅଲଗା ବିବାହର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କୁ ମଧ୍ୟ ଧଡକନ ଫିଲ୍ମର ଗୀତ” ଦୁହ୍ଲେ କା ସହରା ସୁହାନା ଲଗତା ହେ” ମନେ ପଡିଯିବ|ଆଶ୍ଚର୍ଯ୍ୟର କଥା ଏହା ଯେ ଏହା ମଣିଷର ନାହିଁ କୁକୁରର ବିବାହର ଫଟୋସୁଟ ହେଉଛି|

ପ୍ରକୃତରେ @୨୪ ବାର୍ଡ୍ସ ଆନିମଲ୍ସ ୟୁଜର ନାଁରେ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଭିଡିଓ ଛାଡିଛନ୍ତି, ଯେଉଁଥିରେ ଦେଖାଯାଇଛି ଯେ କୁକୁର ଯୋଡିର ବିବାହ କରାଯାଇଛି|ଆପଣ ଦେଖିପାରିବେ ଯେ ମାଇ କୁକୁର ଏକ ଟିକା ଲଗାଇଛି,ମୁଣ୍ଡରେ ପଗଡି ରଖାଯାଇଛି ଓ ବାଳର ବେଣୀ ଓ ତା ଉପରେ ଝୁମକା ଟଙ୍ଗା ଯାଇଛି|ଏହି କନ୍ୟା ସହ ଗୋଟିଏ ଅଣ୍ଡିରା କୁକୁର ବର ହୋଇ ଠିଆ ହୋଇଛି|ଦୁହିଁଙ୍କ ଗଳାରେ ବରଣମାଳା ପଡ଼ିଛି|ବୋଧହୁଏ ଏହାକୁ ଦେଖିକି ଆପଣଙ୍କୁ ରାଜକୁମାର ରାଓ ଓ ଜାହ୍ନବୀ କପୁରର ଫିଲ୍ମ ରୁହୀର ସେହି ଦୃଶ୍ୟ ମନେପଡିଯିବ, ଯେଉଁଥିରେ ରାଜକୁମାର ରାଓର ବିବାହ ଗୋଟିଏ ମାଇ କୁକୁର ସହ କରାଯାଏ|ଯଦିଓ ଏହା କୈାଣସି ଡାହାଣୀ ଠାରୁ ପିଛା ଛଡ଼ାଇବାକୁ ମଣିଷ ଓ କୁକୁର ନୁହେଁ କେବଳ କୁକୁରର ବିବାହ କରାଯାଉଛି|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Raj (Heera lal) (@24_birds_animals)

କୁକୁରର ଏହି ଜାକଜମକ ବିବାହ ଫଟୋସୁଟକୁ ଦେଖି ଲୋକମାନେ ନିଜକୁ କମେଣ୍ଟ କରିବାକୁ ପଛାଉ ନାହାନ୍ତି|ଏପର୍ଯ୍ୟନ୍ତ ଏହାକୁ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି ଓ ଜମେଇକି ଟିପ୍ପଣୀ ଦେଉଛନ୍ତି|ଏହାକୁ ଦେଖି ଜଣେ ୟୁଜର ଲେଖିଛନ୍ତି ବାସ୍ ଏହା ଦେଖିବାକୁ ବାକି ଥିଲା|ଆଉଜଣେ ୟୁଜର କହିଛନ୍ତି ଯେ କ୍ୟୁଟ କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି ତାକୁ ଟର୍ଚର କରାଯାଉଛି|ଭିଡିଓର କମେଣ୍ଟ ସେକ୍ସନରେ କିଛି ଲୋକ ନିଜର ବନ୍ଧୁକୁ ଚିଡେଇବାକୁ ଟ୍ୟାଗ କରୁଛନ୍ତି|ଆଉଜଣେ ୟୁଜର କହିଛନ୍ତି ଯେ ଆଣ୍ଟିମାନେ କହୁଥିବେ ଯୋଡି ଠିକରେ ମିଳାଇ ନଥିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *