ବୃଦ୍ଧ ସମୟରେ ଉଠାନ୍ତୁ ଫାଇଦା,ଏବେ ମାସିକ ୪୨ ଟଙ୍କା ଜମା କରନ୍ତୁ ଆଉ ସରକାର ମାସକୁ ଦେବେ ୫୦୦୦ ଟଙ୍କା ପେନସନ

ସରକାରୀ ନିବେଶକ ସ୍କିମ ଅଟଳ ପେନସନ ଯୋଜନାରେ ନିବେଶକଙ୍କ ସଂଖ୍ୟା ବଢି 2.88 କୋଟି ରେ ପହଞ୍ଚିଛି। ଏହି ଅନୁମାନ ଜୁନ 30, 2021 ପର୍ଯ୍ୟନ୍ତ ଅଟେ। ବିଗତ ଏକବର୍ଷ ମଧ୍ୟରେ ଅଟଳ ପେନସନ ଯୋଜନା ଅନ୍ତର୍ଗତ ଅଂଶଧାରକଙ୍କ ସଂଖ୍ୟା 33.95 ପ୍ରତିଶତ ବଢ଼ିଛି। ଏକବର୍ଷ ପୂର୍ବରୁ ଜୁନ 30,2020 ସମୟରେ ଏହା 2.15 କୋଟି ଥିଲା।

ବିଗତ ଏକବର୍ଷରୁ ପାଖାପାଖି 75 ଲକ୍ଷ ଲୋକ ଏହି ଯୋଜନାରେ ନିବେଶ କରିବା ଆରମ୍ଭ କରିଥିଲେ। ମୋଦି ସରକାର ଏହି ଯୋଜନାକୁ ମେ ମାସ 2015 ରେ ଆରମ୍ଭ କରିଥିଲେ। ପାଞ୍ଚବର୍ଷରେ ମୋଟ 2.88 କୋଟି ଲୋକ ଏହି ଯୋଜନାର ଅଂଶୀଦାର ହୋଇସାରିଛନ୍ତି।

ବୃଦ୍ଧ ସମୟରେ ଆର୍ଥିକ ରୂପରେ କାହା ଉପରେ ନିର୍ଭର ନହେବାକୁ ପଡ଼ିବ ସେଥିପାଇଁ ଏହି ଯୋଜନାର ଆରମ୍ଭ କରାଯାଇଥିଲା। ଅଟଳ ପେନସନ ଯୋଜନାର ଲାଭ ନେବାପାଇଁ ମାସିକ ନିର୍ଧାରିତ ରାଶି ଏଥିରେ ନିବେଶ କରିବାକୁ ହେବ। 5000 ଟଙ୍କା ମାସିକ ପେନସନ ରାଶି ପାଇବାକୁ ହେଲେ ଆପଣଙ୍କୁ 42 ଟଙ୍କାରୁ 210 ଟଙ୍କା ପର୍ଯ୍ୟନ୍ତ ପେନସନ ଦେବାକୁ ହେବ।

ସ୍କିମରେ ସାମିଲ ହେବାପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼, ଆକ୍ଟିଭ ମୋବାଇଲ ନମ୍ବର୍ ରହିଥିବା ଜରୁରୀ ଅଟେ। ଆପଣ ମଧ୍ୟ ଏଥିରେ ଜଡ଼ିତ ହୋଇପାରିବେ। ପ୍ରାଇଭେଟ ଚାକିରିଆ ଓ ନିଜର କାରବାର କରୁଥିବା ବ୍ୟକ୍ତି ମଧ୍ୟ ଏହାର ଲାଭ ଉଠାଇ ପାରିବେ।

ଭାରତ ସରକାର ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ନ୍ୟୁନତମ ପେନସନ ଗ୍ୟାରେଣ୍ଟି ଦେଇଥାନ୍ତି। ଯଦି ଆପଣଙ୍କ ବୟସ 18 ରୁ 40 ବର୍ଷ ବୟସ ଅଟେ ତାହେଲେ ଆପଣ ଏଥିରେ ଆବେଦନ କରିପାରିବେ। 60 ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ ରାଶି ଆପଣଙ୍କୁ ଦେବାକୁ ହେବ ଓ 60 ବର୍ଷ ପରେ ଆପଣଙ୍କୁ ଏହି ରାଶି ପେନସନ ରୂପରେ ମିଳିବ।

ଯୋଜନା ମୁତାବିକ, 1,000 ଟଙ୍କା ରୁ 5,000 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଏହି ଯୋଜନାରେ ମିଳିବ। ଯଦି କୌଣସି 18 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ଭାଗ ନେବାକୁ ଚାହାଁନ୍ତି ଓ 60 ବର୍ଷରେ 5000 ଟଙ୍କା ମାସିକ ପାଇବାକୁ ଚାହାଁନ୍ତି ତାହେଲେ ତାଙ୍କୁ ମାସିକ 210 ଟଙ୍କା ଦେବାକୁ ପଡ଼ିବ।

ନିବେଶ କରୁଥିବା ସମୟରେ ଯଦି ଉପଭୋକ୍ତାଙ୍କ ମୃତ୍ୟୁ ହୋଇଯାଏ ତାହେଲେ ନୋମିନିକୁ ସେହି ରାଶି ଦିଆଯିବ ଓ ଯଦି 60 ବର୍ଷ ପୂର୍ବରୁ ଉପଭୋକ୍ତା ନିଜର ରାଶିକୁ ପାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ କିଛି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ଅଟଳ ପେନସନ ଯୋଜନା କଣ? :-

ମୋଦି ସରକାରଙ୍କ ଅଟଳ ପେନସନ ଯୋଜନା 2015 ମସିହାରୁ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ରିଟାୟାରମେଣ୍ଟ ଖର୍ଚ୍ଚ କରିବା ପାଇଁ ନିୟମିତ ଆୟ ମିଳିବାରେ ସହାୟକ ହୋଇଥାଏ। 18 ରୁ 40 ବର୍ଷ ଭିତରେ ବ୍ୟକ୍ତି ଏହାର ଲାଭ ଉଠାଇପାରିବେ। ଏଥିରେ କମ ସେ କମ 20 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ନିବେଶ କରିବାକୁ ହେବ।

କେମିତି ଖୋଲିବେ ଖାତା:-

ଅଟଳ ପେନସନ ଯୋଜନାରେ ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ ରହିଥିବା ଆବଶ୍ୟକ। ଆପଣ ବ୍ୟାଙ୍କରେ ଖାତା ଖୋଲି ଏହି ସ୍କିମରେ ଜଡ଼ିତ ହୋଇପାରିବେ। ଟଙ୍କା ଜମା କରିବା ପାଇଁ ମାସିକ ତ୍ରିମାସିକ ଓ ଛଅ ମାସିକ ସୁବିଧା ମିଳିଥାଏ। ଏହି ଯୋଜନାରେ ବ୍ୟାଙ୍କ ରୁ ତୟ ରାଶି ଅଟୋମାଟିକ କଟିଯିବ।

ଅଟଳ ପେନସନରେ ଖାତା ଖୋଲିବା ପାଇଁ ବୃଦ୍ଧ ସମୟରେ ପେନସନ ତ ପାଇବେ, ଏଥିରେ ନିବେଶ କରି ଆପଣ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ବଞ୍ଚାଇପାରିବେ। ଏଥିରେ ଆପଣଙ୍କୁ ଆୟକର ଛାଡ଼ 80C ଅନ୍ତର୍ଗତରେ ମିଳିବ। ସ୍କିମ ବିଷୟରେ ଡିଜିଟାଲି ଜାଣିବା ପାଇଁ ଆପଣଙ୍କୁ http://www.dif.mp.gov.in/FI_Plan_MP/APY/APYSchemeHindi.pdf ଯିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *