ଗଛ ତଳେ ସେଲ୍ଫି ନେଉଥଲେ ୩ ଜଣ ଭାଇ-ଭଉଣୀ, ସେତିକିବେଳେ ମାରିଲା ବିଜୁଳୀ, ଆଉ କ୍ୟାମେରାରେ ରେକର୍ଡ ହୋଇଗଲା ଏହି ଭୟାନକ ଦୃଶ୍ୟ

ବର୍ଷା ଋତୁ ଆରମ୍ଭ ହୋଇଗଲା। ଏମିତିରେ କିଛି ସ୍ଥାନରେ ବିଜୁଳୀ ପଡିବାର ଖବର ସାମ୍ନାକୁ ଆସୁଅଛି। ବର୍ଷା ଋତୁରେ ବିଜୁଳୀ ମାରିବା ସାଧାରଣ କଥା। କିନ୍ତୁ ଯଦି କେହି ଏହି ବିଜୁଳୀ ସଂସ୍ପର୍ଶରେ ଆସିଯାନ୍ତି ତେବେ ପରିଣାମ ବହୁତ ଖରାପ ହୋଇପାରେ। ଅନେକଥର ଲୋକଙ୍କୁ ଏହି ଚେତାବନୀ ଦିଆଯାଏକି ବର୍ଷା ଋତୁରେ ସେମାନେ ଗଛ ତଳେ ଛିଡା ହୁଅନ୍ତୁ ନାହିଁ। ଗଛ ଉପରେ ବିଜୁଳୀ ମାରିବାର ସବୁଠୁ ଅଧିକ ସମ୍ଭାବନା ଅଛି। କିନ୍ତୁ ଏହା ସତ୍ବେ ବହୁତ ଲୋକଙ୍କ ଦ୍ଵାରା ଏମିତି ଭୁଲ ହୋଇଯାଏ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭୈରା; ହେଉଥିବା ଏହି ଭିଡିଓର ଫୋଟକୁ ନେଇନିଅନ୍ତୁ। ଏହି ଫୋଟରେ ତିନି ଭାଇ-ଭଉଣୀ ଗଛ ତଳେ ଛିଡା ହୋଇ ସେଲ୍ଫି ନେଉଥିଲେ, ସେତିକିବେଳେ ତାଙ୍କ ଉପରେ ବିଜୁଳୀ ମରିଦିଏ। ବିଜୁଳୀ ମାରିବା ପରେ ସେମାନେ ଭୟଙ୍କର ଭାବରେ ଜଳିଯାନ୍ତି। ଏହି ସମ୍ପୂର୍ଣ ଦୃଶ୍ୟ ରେକର୍ଡ ହୋଇଯାଏ। ବିଜୁଳୀ ସେଲ୍ଫି କ୍ଲିକ କରିବା ସମୟରେ ମରିଥାଏ। ଯିଏବି ଏହି ଭୟାନକ ଦୃଶ୍ୟ ଦେଖିଲେ ସେ ଡରିଗଲେ।

ଯେଉଁ ତିନି ଭାଇ ଭଉଣୀଙ୍କ ଉପରେ ବିଜୁଳୀ ମାରେ ସେମାନଙ୍କର ନାମ ରାହେଲ, ଇସୋବେଲ, ଏଣ୍ଡ୍ର୍ଯୁ ଜବ୍ସନ ଅଟେ। ଏହି ତିନିଜଣ ସାଇକେଲ ଚଲାଉଥିଲେ। ସେହି ସମୟରେ ବର୍ଷା ଆରମ୍ଭ ହେବାକୁ ଲାଗିଲା। ଏମିତିରେ ସେମାନେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ହ୍ୟାମ୍ପଟନ କୋର୍ଟ ପ୍ୟାଲେସ ନିକଟରେ ମୋଲ୍ସି ଲକରେ ଏକ ଗଛ ତଳେ ଛିଡା ହୋଇଥିଲେ। ଏହି ସମୟରେ ସେମାନେ ଏକ ସେଲ୍ଫି ନେବାକୁ ଚାହିଁଲେ। ତିନିଜଣ ସେଲ୍ଫି ପାଇଁ ପୋଜ ଦେଇ ଛିଡା ହୋଇଥିଲେ, କିନ୍ତୁ ଯେମିତି ସେମାନେ ସେଲ୍ଫି କ୍ଲିକ କରିଲେ ଆକାଶମାର୍ଗରୁ ବିଜୁଳୀ ଗଛରେ ଆସି ପଡିଲା। ଆକାଶରୁ ଖସିଥିବା ବିଜୁଳୀର ଏହି ବୋଲ୍ଡ କ୍ୟାମେରାରେ ରେକର୍ଡ ହୋଇଗଲା।

ବିଜୁଳୀ ମାରିବା ପରେ ତିନିଜଣ ସାମାନ୍ୟ ଜଳିଯାନ୍ତି। ଏହା ପରେ ପାରାମେଡିକ୍ସ ସେଠାରେ ପହଞ୍ଚି ସେମାନଙ୍କୁ ଉଠାନ୍ତି। ଓ ଏହି ତିନି ଭାଇ ଭଉଣୀଙ୍କୁ ତୁଟିଙ୍ଗର ସେଣ୍ଟ ଜର୍ଜ ହସ୍ପିଟାଲ ପଠାଇଦେଲେ। ସେଠାରେ ଚିକିତ୍ସା କରିବା ପରେ ସେମାନଙ୍କୁ ଛାଡି ଦିଆଗଲା।

୨୩ ବର୍ଷୀୟ ଇସୋବେଲ ଏହି ଦୁର୍ଘଟଣା ବିଷୟରେ କୁହନ୍ତିକି ‘ଜେତବେଳେ ବିଜୁଳୀ ମାରିଲା ଠିକ ସେହି ସମୟରେ ଫୋଟ କ୍ଲିକ ହୋଇଛି, ସେତେବେଳେ ସନ୍ଧ୍ଯା ପାଖାପାଖି ୫ ଟା ହୋଇଥିଲା। ଆମେ ବର୍ଷାରେ ଏକ ସେଡ଼ ସେଲ୍ଫି ନେବାକୁ ଚାହୁଁଥିଲୁ। କିନ୍ତୁ ସେତିକିବେଳେ ବିଜୁଳୀ ପଡିଲା ଓ ମୁଁ ତଳେ ପଡିଗଲି। ମୋତେ ସେତେବେଳେ ତୀବ୍ର ଶବ୍ଦ ବ୍ଯତୀତ ଆଉ କିଛି ଶୁଭିଲା ନାହିଁ। ଘଟଣାରେ ମୋର ଡାହାଣ ହାତ ଆହତ ହେଲା, ସେଥିପାଇଁ ମୁଁ ହଲି ପାରିଲି ନାହିଁ। ଏହି ଘଟଣାରେ ମୋର ଭାଇ ଭଉଣୀ ଜଳିଗଲେ।

ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଯିଏବି ଏହି ଫୋଟକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କୁ ବିଶ୍ଵାସ ହେଲା ନାହିଁକି ଏମିତି କିଛି ହୋଇପାରିବ ବୋଲି। ସେଲ୍ଫି ଓ ବିଜୁଳୀ ମାରିବାର ଟାଇମିଙ୍ଗ ପାଖାପାଖି ସମାନ ଥିଲା। ଯେଉଁଥିପାଇଁ ଏହି ଭୟାନକ ଦୃଶ୍ୟ କ୍ୟାମେରାରେ ରେକର୍ଡିଂ ହୋଇଗଲା।

ଏହି ସପୁର୍ଣ ଘଟଣାରେ ଆପଣଙ୍କର ରାୟ କଣ ଆମକୁ କମେଣ୍ଟ ଲେଖି ନିଶ୍ଚୟ ଜଣାନ୍ତୁ। ଏହା ସହିତ ଏହି ଘଟଣାକୁ ଯେତେ ପାରୁଛନ୍ତି ସେୟାର କରନ୍ତୁ। ଏହିପରି ବାକି ଲୋକ ବର୍ଷାରେ ଗଛ ତଳେ ଛିଡା ହେବା ପୂର୍ବରୁ ୧୦ଥର ଚିନ୍ତା କରିବେ। ଆପଣ ମଧ୍ୟ କେବେବି ଏମିତି ଭୁଲ କରନ୍ତୁ ନାହିଁ। ଥରେ ବର୍ଷାର ଓଦା ହୋଇଯିବ ତୋ ଠିକ ଅଛି କିନ୍ତୁ ଗଛ ତଳେ ଯଦି ବିଜୁଳୀ ମାରେ ତେବେ ବହୁତ ଅସୁବିଧା ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *