କେବଳ ୨୪ ଘଣ୍ଟାରେ ବୁକ ହେଲା ଏକ ଲକ୍ଷ Ola Scooter , ମାତ୍ର ଏତିକି ଟଙ୍କା ଦେଇ ଏହିପରି ଭାବରେ ବୁକିଂ କରନ୍ତୁ

Ola Scooter ବଜାରକୁ ଆସିବା ମାତ୍ରେ ସେ ଧମାକା ଦେଖେଇସାରିଲାଣି। ଯଦିଓ ଏହି ସ୍କୁଟିର ବଜାରରେ ଲଞ୍ଚ ହୋଇନାହିଁ କିନ୍ତୁ ଲୋକମାନେ ବୁକିଙ୍ଗ କରିବା ଆରମ୍ଭ କରିସାରିଲେଣି। ଆପଣ ମଧ୍ୟ ଜାଣନ୍ତୁ କେମିତି ଓ କେତେ ମୂଲ୍ୟରେ ବୁକିଙ୍ଗ କରିବେ।

Ola ର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ଟୁଇଟ କରିକି ସୂଚନା ଦେଇଛନ୍ତି କି Ola scooter ପାଇଁ ୨୪ ଘଣ୍ଟାରୁ ମଧ୍ୟ କମ ସମୟରେ ଏକ ଲକ୍ଷରୁ ଅଧିକ scooter ବୁକିଙ୍ଗ ହୋଇସାରିଛି। ସେ ଲୋକଙ୍କୁ ଶୀଘ୍ର ଶୀଘ୍ର ବୁକିଙ୍ଗ କରିବା ପାଇଁ ଅପିଲ କରିଛନ୍ତି।

Ola Scooter ର କମ୍ପାନୀ ୱେବ ସାଇଟ ମାଧ୍ୟମରେ କେବଳ ୪୯୯ ଟଙ୍କା ଦେଇ ବୁକିଙ୍ଗ କରିପାରିବେ। ଏହି ଆମଉଁଣ୍ଟ ସମ୍ପୂର୍ଣ୍ଣ ରୂପେ ଫେରସ୍ତ ଯୋଗ୍ୟ। ଯେଉଁ ଲୋକମାନେ ଜଲ୍ଦି ଜଲ୍ଦି ବୁକିଙ୍ଗ କରିବେ ତାଙ୍କୁ କିଛି ଅତିରିକ୍ତ ପ୍ରୟୋରୀଟି ଡେଲିଭରି ସମୟରେ ମିଳିବ।

କମ୍ପାନୀ ୱେବସାଇଟ olaelectric.com ରେ ପହଞ୍ଚି ‘Reserve for 499’ ରେ କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଦେବାକୁ ହେବ ଓ ପରେ otp ଦ୍ୱାରା loge in କରିବାକୁ ପଡିବ। ଏହାପରେ ଆପଣଙ୍କ ନାମ ଓ ମେଲ ଆଇଡି ଦେବକୁ ପଡିବ।

Ola scooter ବୁକିଙ୍ଗ କରିବା ପାଇଁ ଆପଣଙ୍କୁ debit card ନାଚେତ credit card ଦ୍ୱାରା ପେମେଣ୍ଟ ଦେବାକୁ ପଡିବ। ଏଥିସହ ଆପଣ UPI ID ଦେଇ ଗୁଗୁଲ ପେ କିମ୍ବା ଫୋନ ପେ ଦ୍ୱାରା ପେମେଣ୍ଟ କରିପାରିବେ।

CNBC TV18 ଖବର ଅନୁସାରେ ola scooter ଜୁଲାଇ ମାସରେ ହିଁ ଲଞ୍ଚ କରିବ। କମ୍ପାନୀ ଏହାକୁ ଚାରି ପ୍ରକାର ରଙ୍ଗରେ ମାର୍କେଟକୁ ଆଣିବ।

Ola scooter କମ୍ପାନୀ ତାମିଲନାଡୁ ରେ ଥିବା Futurefactory ରେ ପ୍ରସ୍ତୁତ କରାଯିବ। କମ୍ପାନୀର ଏହି factory ଦୁନିଆର ସବୁଠୁ ବଡ ଇଲେକ୍ଟ୍ରିକ 2wheeler factory ଅଟେ। ଏହା ପ୍ରତିବର୍ଷ 1 କୋଟି 2wheeler ପ୍ରସ୍ତୁତ କରିବାର ସାମର୍ଥ୍ୟ ରହିଛି। ପ୍ରଥମ ଚରଣରେ ଏହି କାରଖାନରୁ ପ୍ରତି ମାସରେ ୨୦ ଲକ୍ଷ ଇଲେକ୍ଟ୍ରିକ ସ୍କୁଟର ଉତ୍ପନ କରାଯିବ। ଓଲା ର ଦାବି ଯେ ola scooter କେବଳ ୧୮ ମିନିଟରେ ୫୦ ପ୍ରତିଶତ ଚାର୍ଜ ହୋଇଯିବ, ଯାହା ୭୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ସେହିଭଳି ସମ୍ପୂର୍ଣ୍ଣ ଚାର୍ଜ କରିବା ପରେ ଏହା ୧୫୦ କିମି ପର୍ଯ୍ୟନ୍ତ ଭ୍ରମଣ କରିପାରିବ।

ଏ ପର୍ଯ୍ୟନ୍ତ ମାର୍କେଟରେ ଯେତେ ଗାଡି ଅଛି, ଗାଡିର ଡିକିରେ କେବଳ ଗୋଟିଏ ହିଁ ହେଲମେଟ ରହିପାରିବ। ସେହିଭଳି ପଛରେ ବସିଥିବା ଲୋକ ପାଇଁ ଏକ ଅଲଗା ହେଲମେଟ ସାଙ୍ଗରେ ନେବାକୁ ପଡିଥାଏ। ola scooter ଏହାକୁ ନେଇ ବଜାର ରେ ଲୋକମାନଙ୍କ ପ୍ରିୟ ହୋଇପାରିଛି। ola scooter ଡ଼ିକିରେ ୨ଟି ହାଫ ହେଲମେଟ ଅତି ସହଜରେ ଭର୍ତି ହୋଇଯିବ।

Leave a Reply

Your email address will not be published. Required fields are marked *