ମହିଳାଙ୍କ ଅଫର : ଦୁଇ ଦିନ ପାଇଁ ପ୍ରେମିକ ହୁଅନ୍ତୁ ଏବଂ ୭୨ ହଜାର ଟଙ୍କା ପାଆନ୍ତୁ

ଭଡାରେ ଅନେକ ଜିନିଷ ମିଳିଥାଏ। କିନ୍ତୁ ନିୟୁ ୟର୍କ ଜଣେ ମହିଳା ନିଜର ଶାଶୁ ପାଇଁ ଏପରି ଏକ ବିଜ୍ଞାପନ ବାହାର କଲେ ଯାହା ଏବେ ସୋସିଆଲ ମିଡ଼ିଆର ରେଡିସ ସାଇଟରେ ଭାଇରାଲ ହେଉଛି। ଏହି ବିଜ୍ଞାପନ ରେ ମହିଳା ଜଣକ ଦାବି କରିଛନ୍ତି ଯେ ତାଙ୍କ ଶାଶୁ ପାଇଁ ଜଣେ ପ୍ରେମିକ ଦରକାର। ଦୁଇ ଦିନ ପାଇଁ ତାଙ୍କ ସହ ରହିଥିବା ଲୋକକୁ ୭୨ ହଜାର ମିଳିବ।

ନିୟୁ ୟର୍କର ହର୍ଡସନ ମହିଳାଙ୍କ ଦ୍ୱାରା ବିଜ୍ଞାପନ କରାଯାଇଛି ଯେ ସେ ତାଙ୍କର ୫୧ ବର୍ଷୀୟ ଶାଶୁଙ୍କ ପାଇଁ ଏକ ସାଥି ଖୋଜୁଛନ୍ତି, ଯିଏକି ତାଙ୍କୁ ବାହାହେବ ଓ ରାତ୍ରି ଭୋଜନରେ ସାମିଲ ହେବ। ଦୁଇ ଦିନ ପାଇଁ ତାଙ୍କ ଶାଶୁ ସହ ରହିବେ ତେବେ ତାଙ୍କୁ ଏକ ହଜାର ଡଲାର ମାନେ ୭୨ ହଜାର ମିଳିବ।

ବାସ୍ତବରେ ଏହି ମହିଳାଙ୍କୁ ଏକ ବାହାଘର ଭଳି ସମାରୋହରେ ସାମିଲ ହେବାକୁ ଅଛି ଓ ନିଜ ଶାଶୁଙ୍କୁ ମଧ୍ୟ ନେବାକୁ ଚାହୁଁଛନ୍ତି। ସେ ଏହା ଚାହୁଁଛନ୍ତି କି ତାଙ୍କର ଶାଶୁ ଏହି ୱେଡିଙ୍ଗ ପାର୍ଟିରେ ସାମିଲ ହୁଅନ୍ତୁ ଓ ସୁନ୍ଦର କପଡ଼ା ରେ ଏକ କପଲ ଭଳି ନଜର କୁ ଆସନ୍ତୁ।

ବିଜ୍ଞାପନ ରେ ଲେଖା ଯାଇଛି ଯେ ‘ ମୁଁ ଅଗଷ୍ଟ ମାସରେ ହଡ଼ସନ ରେ ଏକ ବାହାଘର ପାଇଁ ଶୁକ୍ରବାର ସନ୍ଧ୍ୟା ସମୟରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ନିଜର ଶାଶୁ ପାଇଁ ଏକ ପ୍ରେମିକ ଖୋଜୁଛି। ସେହି ବ୍ୟକ୍ତିଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଶାଶୁଙ୍କ ସହ ରହିବାର ଅଛି ଓ ତାଙ୍କର ଧ୍ୟାନ ରଖିବାର ଅଛି।’

ଏହି ବିଜ୍ଞାପନ ରେ ଆହୁରି ମଧ୍ୟ ଲେଖା ଯାଇଛି ଯେ ‘ଶାଶୁ ଧଳା ରଙ୍ଗର କପଡ଼ା ରେ ନଜରକୁ ଆସିବେ ଓ ବ୍ୟକ୍ତି ଜଣଙ୍କ ତାଙ୍କ ସହ ଏକ ପ୍ରେମିକ ଭଳି ନାଟକ କରିବାକୁ ପଡିବ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି କଲେ ସେହି ବ୍ୟକ୍ତିଙ୍କୁ ଏକ ହଜାର ଡଲାର ମିଳିବ।

ଏହି ଅବସରରେ ତାଙ୍କୁ ଏଭଳି ବ୍ୟକ୍ତି ଦରକାର, ଯାହାଙ୍କର ବୟସ ୪୦-୬୦ ବର୍ଷ ମଧ୍ୟରେ ହୋଇଥିବ। ସେ ଭଲ ନୃତ୍ୟକାର ହେବା ସହ ଜଣେ ମିଠା ମିଠା କଥା କହି ପାରୁଥିବା ବ୍ୟକ୍ତି ଦରକାର।

ରେଡିସ ସାଇଟରେ ଏହି ବିଜ୍ଞାପନ ସେୟାର କଲା ପରେ ୟୁଜର ମାନେ ଏହା ଉପରେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଏହା ଅତି ସୁନ୍ଦର ବୋଲି କହିଛନ୍ତି। ସେହିଭଳି ଅନ୍ୟ ଜଣେ ୟୁଜର ଜଣେ ବ୍ୟକ୍ତିଙ୍କ ସୁପାରିଶ କରିଛନ୍ତି।

ଜଣେ ମହିଳା କହିଛନ୍ତି କି, ‘ମୁଁ ଯେତେବେଳେ ଏହି ବିଜ୍ଞାପନ ପଢ଼ିଲି ପ୍ରଥମେ ମୁଁ ମୋର ପତିଙ୍କ ବିଷୟରେ ଭାବିଲି’। ସେହିଭଳି ତୃତୀୟ ୟୁଜର ଲେଖିଛନ୍ତି କି ଏହା କଠିନ ଅଟେ କିନ୍ତୁ ବେଳେବେଳ ଏହା ଠିକ ଅଟେ। ଏହା ଏକ ଭଲ ଡିଲ ବା କାରବାର ଅଟେ। ଭୋଜନ ଓ ଯାତ୍ରା ମିଳିବା ସହ ଟଙ୍କା ମଧ୍ୟ ମିଳିବ। ଏହାଠାରୁ ଅଧିକ କଣ ହୋଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *