ଦିନଥିଲା ରାସ୍ତା ଉପରେ ଝାଡୁ କରୁଥିଲେ ଏହି ମହିଳା ଜଣକ, ଆଉ ଆଜି ହୋଇଗଲେ RAS ଅଫିସର, ପଢନ୍ତୁ ତାଙ୍କ କାହାଣୀ

ଯୋଧପୁରର ଆଶା କଣ୍ଡାରା ଏମିତି କିଛି କରି ତାହା କରି ଦେଖାଇଛନ୍ତି, ଯାହା କେହି କଳ୍ପନା ମଧ୍ୟ କରିନଥିବେ | ଆଶା କଣ୍ଡାରା ଜଣେ ସଫେଇକର୍ମୀ ଭାବରେ କାମ କରୁଥିଲେ ଏବଂ ଆଜି ଜଣେ ଅଫିସର ହୋଇଯାଇଛନ୍ତି | ସଫେଇକର୍ମୀ ଆଶା କଣ୍ଡାରା ଦିନରାତି ପରିଶ୍ରମ କରି ଆଜି ଏହି ସଫଳତା ହାସଲ କରିଛନ୍ତି | ଆଶା କଣ୍ଡାରାଙ୍କ ଜୀବନ ଲକ୍ଷ ଲକ୍ଷ ଯୁବପିଢ଼ିପାଇଁ ଉଦାହରଣ ଅଟେ | ଯେଉଁମାନେ କି ଜୀବନରେ କିଛି ହାସଲ କରିବାକୁ ଚାହାନ୍ତି |

ପାସର ସବୁଠାରୁ ବଡ଼ ପରୀକ୍ଷା :-

ଆଶା ରାଜସ୍ଥାନର ସବୁଠାରୁ ବଡ଼ ପ୍ରତିଯୋଗୀ ପରୀକ୍ଷା ଆରଏଏସର ପେପର ଦେଇଥିଲେ | ଯାହାର କିଛି ଦିନ ପୂର୍ବରୁ ଫଳାଫଳ ଆସିଲା | ଆଶା ଭଲ ନମ୍ବର ସହିତ ଏହି ପରୀକ୍ଷା ପାସ କରି ସଫଳତା ପାଇଛନ୍ତି | ତେବେ ଏହି ଯାତ୍ରା କରିବା ଆଶାଙ୍କ ପାଇଁ ସହଜ ନଥିଲା | ଆଶା ବହୁତ ଗରିବ ପରିବାରରୁ ଆସିଛନ୍ତି | ନିଜ ଖର୍ଚ୍ଚ ବହନ କରିବାପାଇଁ ଆଶା ସଫେଇକର୍ମୀ ଭାବରେ କାମ କଲେ | କାମ କରିବା ସହିତ ଆଶା ନିଜ ପାଠପଢାକୁ ଜାରି ରଖିଲେ ଏବଂ ଦିନରାତି ପରିଶ୍ରମ କଲେ |

ଯୋଧପୁର ମ୍ୟୁନିସିପାଲିଟି କର୍ପୋରେସନ ଉତ୍ତରରେ ଜଣେ ସଫେଇକର୍ମୀ ଭାବରେ କାମ କରୁଥିବା ଆଶା ୨୦୧୮ ମସିହାରେ ରାଜସ୍ଥାନ ପ୍ରଶାସନିକ ସେବାର ପରୀକ୍ଷା ଦେଇଥିଲେ ଏବଂ ବର୍ତ୍ତମାନ ସେ ଏହି ପରୀକ୍ଷାରେ ପାସ ମଧ୍ୟ କରିଛନ୍ତି | ନିଜର କଠିନ ପରିଶ୍ରମ ବଳରେ ହିଁ ଆଶା ବର୍ତ୍ତମାନ ରାଜସ୍ଥାନ ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଛନ୍ତି |

ରାଜସ୍ଥାନ ଜନସେବା ଆୟୋଗ ତରଫରୁ ମଙ୍ଗଳବାର ରାତିରେ ହିଁ RAS ପରୀକ୍ଷା -୨୦୧୮ ର ଫଳାଫଳ ଆସିଛି | ଘୋଷିତ RAS ପରୀକ୍ଷା -୨୦୧୮ ଫଳାଫଳରେ ଆଶା ୭୨୮ ତମ ସ୍ଥାନ ହାସଲ କରିଛନ୍ତି ଏବଂ ଗୋଟିଏ ରାତି ମଧ୍ୟରେ ହିଁ ଆଶା କଣ୍ଡାରାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି | ଅନେକ ବର୍ଷ ଧରି ମ୍ୟୁନିସିପାଲିଟି କର୍ପୋରେସନରେ ଅସ୍ଥାୟୀ ସଫେଇକର୍ମୀ ଭାବରେ କାର୍ଯ୍ୟ କରୁଥିବା ଆଶା ବର୍ତ୍ତମାନ ଜଣେ ଅଫିସର ହେବାକୁ ଯାଉଛନ୍ତି |

ଦୁଇଟି ପିଲାର ମା :-

ଆଜି ଆଶା ଯେଉଁଠି ପହଞ୍ଚିଛନ୍ତି, ସେପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ସଂଘର୍ଷ କରିଛନ୍ତି | ତାଙ୍କ ମୁଣ୍ଡରେ ଦୁଇ ପିଲାଙ୍କର ଦାୟିତ୍ୱ ଅଛି | ବାସ୍ତବରେ ଆଶା କଣ୍ଡାରା ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି ନାହିଁ | ଆଶାଙ୍କ ଅନୁଯାୟୀ, ତାଙ୍କ ସ୍ୱାମୀଙ୍କ ସହ ମତଭେଦ ହେତୁ ସେ ୮ ବର୍ଷ ପୂର୍ବେ ଘର ଛାଡି ଦେଇଥିଲେ | ଆଶାଙ୍କ ଉପରକୁ ଦୁଇ ପିଲାଙ୍କୁ ପ୍ରତିପୋଷଣ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଆସିଗଲା | କିନ୍ତୁ ଆଶା ସାହସ ହରାଇ ନାହାନ୍ତି |

ନିଜର ଦାୟିତ୍ୱକୁ ପୂରଣ କରିବା ପାଇଁ ଆଶା ସଫେଇକର୍ମୀ କାମ ଆରମ୍ଭ କରିଥିଲେ | ଯାହାଫଳରେ ସେ କିଛି ଟଙ୍କା ରୋଜଗାର କରି ପରିବାରର ଖର୍ଚ୍ଚ ଉଠାଇପାରିବେ | ତେବେ, ନିଜ ଦାୟିତ୍ୱ ଗ୍ରହଣ କରିବା ସହିତ ଆଶା ପାଠପଢାକୁ ମଧ୍ୟ ଜାରି ରଖିଥିଲେ | ଦିନରେ ସଫା କରିବା ପରେ ଆଶା ଘରକୁ ଆସି ପାଠ ପଢିବାରେ ଲାଗି ଯାଉଥିଲେ |

ଆଶା କଣ୍ଡାରା ନିଜର ଏହି ଯାତ୍ରା ବିଷୟରେ କହିବାବେଳେ କହିଛନ୍ତି ଯେ ସେ ମ୍ୟୁନିସିପାଲିଟି କର୍ପୋରେସନରେ କାମ କରିବା ସମୟରେ ସ୍କୁଟିରେ ଯାଉଥିଲେ | ଯେଉଁଠାରେ ଡ୍ୟୁଟି ଥାଏ, ସେଠାରେ ଝାଡୁ ବାହାର କରି ସଫା କରୁଥିଲେ | କିନ୍ତୁ ମ୍ୟୁନିସିପାଲିଟି କର୍ପୋରେସନରେ ବସିଥିବା ଅଧିକାରୀମାନଙ୍କୁ ଦେଖି ତାଙ୍କ ମନରେ ମଧ୍ୟ ଜଣେ ଅଧିକାରୀ ହେବାର ଉତ୍ସାହ ଉଠିଥିଲା | ସେହି ଦିନଠାରୁ ଆଶା ଏହି ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ | ଗ୍ରାଜୁଏସନ ପରେ ଆଶା RAS ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ନିଜର ସମ୍ପୂର୍ଣ୍ଣ ଧ୍ୟାନ ସଫଳତା ହେବା ଉପରେ ଲଗାଇଲେ | ଶେଷରେ ଆଶାଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *