ଶେଷ ଓଭରରେ ଦରକାର ଥିଲା ୩୫ ରନ, ବ୍ୟାଟ୍ସମ୍ୟାନ ଲଗାତାର ୬ଟି ଛକା ମାରି ଶେଷ କରିଦେଲେ ମ୍ଯାଚ

କ୍ରିକେଟ ପଡିଆରେ ଭାରତୀୟ ଦଳର ପୂର୍ବ କ୍ରିକେଟର ଯୁବରାଜ ସିଂ(Yuvraj Singh)ଙ୍କ ୬ଟି ଛକା କେହି ଭୁଲିପାରିବେ ନାହିଁ। ସେ ୨୦୦୭ ମସିହାରେ ହୋଇଥିବା ଟି-୨୦ ବିଶ୍ଵକପ(T20 World Cup)ରେ ଇଂଲଣ୍ଡ ବିରୁଦ୍ଧରେ ଏକ କାରନାମା କରିଥିଲେ। ଯୁବରାଜଙ୍କ ବ୍ଯତୀତ ଅନେକ କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଏହି କାମ କରିସାରିଛନ୍ତି। ବର୍ତ୍ତମାନ ନିକଟରେ ଏମିତି ଏକ ଖେଳାଳି ଗୋଟିଏ ଓଭରରେ ୬ଟି ଛକା ପିଟିଛନ୍ତି।

ଏୟାରଲାଣ୍ଡର ଖେଳାଳିଙ୍କର ବଡ କାରନାମା:-

ବର୍ତ୍ତମାନ ଏୟାରଲାଣ୍ଡର ଜଣେ ଖେଳାଳି ଲୋକାଲ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଓଭରରେ ୬ଟି ଛକା ପିଟିଛନ୍ତି। ଏହି ବ୍ୟାଟ୍ସମ୍ୟାନଙ୍କ ନାମ ଜନ ଗ୍ଳାସ। ଆଶ୍ଚର୍ଯ୍ୟକର କଥା ହେଉଛିକି ଗ୍ଳାସଙ୍କର ବୟସ ୨୧ ବର୍ଷ ଅଟେ। ଲଗାନ ବେଲି ଷ୍ଟିଲ୍ସ ଟି-୨୦ ଟ୍ରଫିର ଫାଇନାଲ ମୁକାବିଲାରେ ନର୍ଦେନ ଆୟାରିଶ କ୍ଲବ ବାଲିମେନାକୁ କ୍ରେଗାଘୋ ବିରୁଦ୍ଧରେ ଶେଷ ଓଭରରେ ୩୫ ରନର ଆବଶ୍ୟକ ଥିଲା। ସେତେବେଳେ ଗ୍ଳାସ ଲଗାତାର ୬ଟି ଛକା ପିଟି ନିଜର ଦଳକୁ ୬ଟି ଛକା ମାରି ଚମ୍ପିୟାନ କରିଥିଲେ।

ଏକଲା ପିଟିଲେ ୮୭ ରନ:-

ସେସ ଓଭରରେ ୬ଟି ଛକା ମାରି ଜନ ଗ୍ଳାସ ଏହି ମ୍ଯାଚରେ ନଟଆଉଟ ୮୭ରନର ଇନିଙ୍ଗ୍ସ ଖେଳିଥିଲେ। ଏହି ମ୍ଯାଚରେ ପ୍ରଥମେ ବ୍ୟାଟିଂ କରି କ୍ରେଗାଘୋଙ୍କ ଦଳ ୭ଟି ୱିକେଟ ହରାଇ ୧୪୭ ରନ କରିଥିଲେ। ଉତ୍ତରରେ ବାଲିମେନା ମଧ୍ୟ ୭ଟି ୱିକେଟ ହରାଇ ୧୪୮ ରନ କରିଥିଲେ। ବାଲିମେନାଙ୍କୁ ଶେଷ ଓଭରରେ ୩୫ ରନ ଦରକାର ଥିଲା, ସେତେବେଳେ ଗ୍ଳାସ ୬ଟି ଛକା ମାରି ମ୍ଯାଚ ଶେଷ କରିଦେଲେ। ଏହି ମ୍ଯାଚକୁ ଜିତିବା ପରେ ବାଲିମେନାଙ୍କ ଦଳ ଯଶ୍ନ ମଣାଇଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ଗ୍ଳାସଙ୍କ ବଡ ଭାଇ ମଧ୍ୟ କରିଲେ କମାଲ:-

ଏହି ମ୍ଯାଚରେ ଜନ ୬ଟି ଛକା ମାରି ପ୍ରଥମରୁ ତାଙ୍କର ବଡ ଭାଇ ସେମ ଗ୍ଳାସ ମଧ୍ୟ ଏକ ବଡ କମାଲ କରିଥିଲେ। ସେମ ନିଜର ବୋଲିଂ ସାହାଯ୍ୟରେ ହ୍ୟାଟ୍ରିକ ମାରିଥିଲେ। ଏହି ମ୍ଯାଚରେ ସେ କେବଳ ୫ରନ ଦେଇ ୩ଟି ୱିକେଟ ନେଇଥିଲେ। ଏହି ମ୍ଯାଚରେ ଦୁଇ ଭାଇଙ୍କର କମାଲ ଦଳକୁ ବିଜେତା କରାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *