T-20 ବିଶ୍ୱକପ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଜୋରଦାର ଲଢେଇ,ଜାଣନ୍ତୁ କିଏ କେଉଁ ଗ୍ରୁପରେ ଅଛନ୍ତି ?

ଆଇସିସି t-20 ବିଶ୍ୱକପ ପାଇଁ ଗ୍ରୁପ ଘୋଷଣା କରିସାରିଛି। ଶୁକ୍ରବାର ଦିନ ଓମାନ ଠାରେ ଗ୍ରୁପ ନିର୍ଧାରଣ କରାଯାଇଥିଲା। ସବୁଠାରୁ ରୋମାଞ୍ଚକର କଥା ଏହା ହେଉଛି କି, ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି। ଉଭୟ ସୁପର-12 ଗ୍ରୁପ-2 ରେ ରହିଛନ୍ତି। ଉଭୟ ଦଳ ପରସ୍ପର ସହିତ 2019 ବିଶ୍ୱକପରେ ଭେଟିଥିଲେ ଯେଉଁଥିରେ ଭାରତ ବାଜି ମାରିଥିଲା।

କରୋନା ମହାମାରୀ କାରଣରୁ ଏହି ବିଶ୍ୱକପ ଭାରତ ବଦଳରେ ୟୁଏଇ ଓ ଓମାନରେ ଖେଳାଯିବ। ଓମାନ ରେ ହୋଇଥିବା ସମାରୋହରେ ଆଇସିସି ଅଧିକାରୀଙ୍କ ସହିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟଶାହ ଭାଗ ନେଇଥିଲେ। t-20 ବିଶ୍ୱକପ ମ୍ୟାଚ ସେଡ୍ୟୁଲ ଆଗାମୀ ସପ୍ତାହରେ ଜାରି ହେବାର ସମ୍ଭାବନା ରହିଛି।

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏଥିରେ 8 ଜଣ କ୍ୱାଲିଫାଏ ଦଳ ଭାଗ ନେବେ, ଯାହାକି ଓମାନ ଓ ୟୁଏଇରେ ଖେଳାଯିବ। ଏମାନଙ୍କ ମଧ୍ୟରୁ ଚାରୋଟି ଦଳ ସୁପର-12 ରେ ପହଞ୍ଚିବେ। ପ୍ରାରମ୍ଭିକ 8 ଟିମରେ ବାଂଲାଦେଶ, ଶ୍ରୀଲଙ୍କା, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ ଓ ପାପୁଆ ନ୍ୟୁଗିନି ସାମିଲ ରହିଛି। ଟୁର୍ଣାମେଣ୍ଟର ଫାଇନାଲ ନଭେମ୍ବର 14 ତାରିଖରେ ଖେଳାଯିବ।

ବିଗତ t-20 ବିଶ୍ୱକପରେ ୱେଷ୍ଟଇଣ୍ଡିଜ ଇଂଲଣ୍ଡକୁ ହରାଇ ଚମ୍ପିୟାନ ହୋଇଥିଲା। ଭାରତ ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ 7 ଉଇକେଟରେ ପରାଜିତ ହୋଇଥିଲା।

ସୁପର-12

ଗ୍ରୁପ-1 : ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ,

ଗ୍ରୁପ-2 : ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ,

ରାଉଣ୍ଡ-1

ଗ୍ରୁପ-ଏ:- ଶ୍ରୀଲଙ୍କା, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିବିଆ

ଗ୍ରୁପ-ବି:- ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁଗିନୀ,ଓମାନ।

ଆଇସିସି t-20 ବିଶ୍ୱକପ 2021 ଭେନ୍ୟୁ:-

– ଦୁବାଇ ଇଣ୍ଟରନାଶନାଲ ଟିମ

– ଶେଖ ଜୟଦ ଷ୍ଟାଡିୟମ, ଆବୁଧାବି

– ଶରଜହ ଷ୍ଟାଡିୟମ

– ଓମାନ କ୍ରିକେଟ ଏକାଡେମୀ ଷ୍ଟାଡିୟମ

ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ଗ୍ରୁପ-2 ନମ୍ବର୍ ରେ ରଖାଯାଇଥିବା ବେଳେ ଗ୍ରୁପ-1 ନମ୍ବରରେ ଗତଥର t-20 ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି।

8ଟି ଦଳ ପ୍ରଥମ ସ୍ତର ମ୍ୟାଚ ଖେଳିବେ। ଏଥିରେ ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦଳ ରହିଛନ୍ତି। ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ,ନାମିବିଆ ଗ୍ରୁପ-ଏ ରେ ଥିବାବେଳେ। ସେପଟେ ଶ୍ରୀଲଙ୍କା ସହିତ ଓମାନ, ପିଏନଜି ଓ ସ୍କଟଲ୍ୟାଣ୍ଡ ରହିଛି।

ଆଇସିସିର କାର୍ଯ୍ୟବାହକ ମୁଖ୍ୟ କାର୍ଯ୍ୟକାରୀଜ୍ୟୋଫ ଆଲରଡ଼ିସ ବିଜ୍ଞପ୍ତିରେ କହିଥିଲେ କି, କୋଭିଡ଼-19 ଦ୍ୱାରା ଉତ୍ପନ୍ନ ହେଉଥିବା ବାଧାକୁ ଦେଖି ଆମେ କଟ-ଅଫ ତାରିଖ ଯେତେ ସମ୍ଭବ ସେତିକି ଟୁର୍ଣ୍ଣାମେଣ୍ଟ ପାଖାପାଖି ରଖିଛୁ।

ସେ କହିଥିଲେ, ଏଥିରେ କୌଣସି ଆଶଙ୍କା ନାହିଁ ଯେ,ତିନିମାସ ଭିତରେ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ସେତେବେଳେ ଆମକୁ ବହୁତ ପ୍ରତିସ୍ପରଧୀ ମ୍ୟାଚ ଦେଖିବାକୁ ମିଳିବ। ଆଲରଡ଼ିସ ବିସିସିଆଇର ଶୀର୍ଷ ଅଧିକାରୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟଶାହଙ୍କ ସହରରେ ପହଞ୍ଚିବା ପରେ ମାସ୍କଟ ଓମାନ ରେଡ୍ର ବାହାର କରିଥିଲେ।

ଗାଙ୍ଗୁଲି କହିଥିଲେ କି, ଆଇସିସି ପୁରୁଷ t-20 ବିଶ୍ୱକପର ଆୟୋଜନର ଘୋଷଣା ଓମାନକୁ ବିଶ୍ୱ କ୍ରିକେଟରେ ଆଣିବାର ନଜର ଦେଖାଯାଇଥିଲା। ଏଥିରେ ବହୁତ ଯୁବାଙ୍କୁ ଏହି ଖେଳରେ ଆଗ୍ରହ ନେବାକୁ ବାଧ୍ୟ କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *