ଆସୁଛି ବାତ୍ୟା “ଫେଲିସିଆ” ; ୨୦୦ କିମିରୁ ଅଧିକ ବେଗରେ ପ୍ରଭାବିତ ହେବ ପବନ

ମାଡ଼ି ଆସୁଛି ବାତ୍ୟା ଫେଲିସିଆ। ୨୦୦ କିଲୋମିଟର ବେଗରେ ବହିବ ପବନ। ଆସନ୍ତା ବୁଧବାର ଏହା କରାଳ ରୂପ ଧାରଣ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି। ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି। ଏହା ଆମେରିକା ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ୧୦୩୦ ମାଇଲ ଦୂରରେ ରହିଛି। ଆଉ ଯେଉଁ ସ୍ଥାନରେ ବାତ୍ୟା ହେଉଛି ସେହିଠାରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପବନ ପ୍ରଭାବିତ ହେଉଥିବା ସମୟରେ ଭୂପୃଷ୍ଠରେ ମାଡ଼ ହେବାପରେ ଏହାର ବେଗ ୨୦୦ କିମି ରହିବ।

ସୂଚନା ଅନୁଯାୟୀ, ଏହି ବାତ୍ୟା ପୃଥିବୀ ଭୂପୃଷ୍ଠରେ ମାଡ଼ ହେବା ଆଶଙ୍କା କମ ରହିଛି। ଏହା ସମୁଦ୍ର ମଧ୍ୟରେ ହିଁ ଲିନ୍ନ ହେଇଯିବ। କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ମିଆମି ନ୍ୟାସନାଲ ହରିକେନ ସେଣ୍ଟରରେ ରିପୋର୍ଟ ଅନୁଯାୟୀ, ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରବେଶ କରିବା ବେଳକୁ ଏହା ଦୁର୍ବଳ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି। ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସହିତ ହାଓ୍ୱାଲିଆନ ଦ୍ୱୀପ ଠାରୁ ଦୂରରେ ରହିବ। ରବିବାର ଦିନ ରାତି ଠାରୁ ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ବୁଧବାର ପର୍ଯ୍ୟନ୍ତ ରହିବ।

ଫେଲିସିଆ ବାତ୍ୟା ବୁଧବାର ଦିନ ପର୍ଯ୍ୟନ୍ତ ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଥିବା ହାଓ୍ୱାଇ ଦ୍ୱୀପ ଆଡ଼କୁ ଗତି କରିବ। ଫେଲିସିଆ ହାଓ୍ୱାଇ ଦ୍ୱୀପ ଠାରୁ ବହୁ ଦୂରରେ ଥିବା କାରଣରୁ ଏହା ଦ୍ଵିପ ଉପରେ କିଛି ପ୍ରଭାବ ପକାଇବ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ଏଥିସହିତ ପ୍ରଶାସନ ତରଫରୁ ଭୂପୃଷ୍ଠ ବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକୀୟ ସରଞ୍ଜାମ ସଂରକ୍ଷଣ ରଖିବା ପାଇଁ ସୂଚନା ଦିଆଯାଇଛି।

ଆମେରିକାର ମିଆମି ନ୍ୟାସନାଲ ହରିକେନ ସେଣ୍ଟରର ସୂଚନା ଅନୁଯାୟୀ, ଫେଲିସିଆକୁ କାଟାଗୋରୀ ୪ରେ ରଖାଯାଇଛି। କାରଣ ଏହା କରାଳ ରୂପ ଧାରଣ କରିପାରେ। ଭୂପୃଷ୍ଠରେ ମାଡ ହେବା ଦ୍ୱାରା ଏହାର ବେଗ ଘଣ୍ଟାପ୍ରତି ୧୩୦ ମାଇଲ ବେଗରେ ପବନ ପ୍ରଭାବିତ ହେବାର କ୍ଷମତା ରହିଛି। ତେବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଥିବା ହରିକେନ ସେଣ୍ଟର ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *