ଭାରତ ବନାମ ଶ୍ରୀଲଙ୍କା : ଆସନ୍ତାକାଲି ପ୍ରଥମ ଏକଦିବସୀୟ ମ୍ୟାଚ, ପରିସଂଖ୍ୟାନରୁ ଜାଣନ୍ତୁ କେଉଁ ଦଳର ପଲା ରହିବ ଭାରି

ଭାରତ ଓ ଶ୍ରୀଲଙ୍କା ଦଳ ମଧ୍ୟରେ ଏକଦିବସୀୟ ସିରିଜ ଆରମ୍ଭ ହେବାରେ କେବଳ ଗୋଟିଏ ଦିନ ବାକି ଅଛି। ଏମିତିରେ ପରସ୍ପରକୁ ହରାଇବା ପାଇଁ ଦୁଇ ଦଳ ଅଭ୍ଯାସ କରୁଛନ୍ତି। ଶ୍ରୀଲଙ୍କା ଟୁରରେ ସୀମିତ ଓଭରର ସିରିଜ ଖେଳୁଥିବା ଯୁବ ଦଳର ଅଧିନାୟକ ହେଉଛନ୍ତି ଶିଖର ଧାବନ। ଶ୍ରୀଲଙ୍କା କ୍ରିକେଟରେ ଦିନକିଆ ସିରିଜକୁ ଦେଖି ଦାସୁନ ଶାନାକା ଦଳର ଦାୟିତ୍ଵ ଭାର ସମ୍ଭାଳିଛନ୍ତି। ଦୁଇଦଳ ମଧ୍ୟରେ ଦିନକିଆ ସିରିଜର ପ୍ରଥମ ମୁକାବିଲା ୧୮ ଜୁଲାଇରେ କଲମ୍ବୋ ଓ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଆସନ୍ତୁ ଆମେ ଆପଣଙ୍କୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ପର୍ଯ୍ଯନ୍ତ ଖେଳାଯାଉଥିବା ଏକଦିବସୀୟ ମ୍ଯାଚର ପରିଣାମ ବିଷୟରେ କହିବୁ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେତେବେଳେ କୌଣସି ସିରିଜର ଆୟୋଜନ ହୁଏ ସେତେବେଳେ ଅଧିକାଂଶ ସମୟ ଭାରତୀୟ ଦଳ ଜିତଥାଏ। ଦୁଇଦଳ ମଧ୍ୟରେ ବର୍ତ୍ତମାନ ପର୍ଯ୍ଯନ୍ତ ୧୫୯ଟି ଦିନକିଆ ଖେଲାଯାଇଛି। ଏହି ୧୫୯ଟି ମୁକାବିଲାରେ ୯୧ଟି ମ୍ଯାଚ ଜିତିଛି। ଯେତେବେଳେ ଶ୍ରୀଲଙ୍କା ଦଳ ୫୬ଟି ମ୍ଯାଚରେ ବିଜୟ ହାସିଲ କରିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକ ଟାଇ ରହିଛି ଓ ୧୧ଟି ମୁକାବିଲାର କୌଣସି ପରିଣାମ ମିଳିନାହିଁ।

ଆର ପ୍ରେମଦାସା ମଧ୍ୟ କ୍ରିକେଟ ପଡ଼ିଆରେ ଦିନକିଆରେ ଭାରତର ଜଲବା ରହିବହି। ୧୨ ବର୍ଷ ପୂର୍ବେ ୧୨ ଡିସେମ୍ବର ୨୦୦୯ରେ ଶ୍ରୀଲଙ୍କା ଦଳ ଏହି ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଏକ ଦିନକିଆ ମ୍ୟାଚ ଜିତିଥିଲା​। ସେବେଠାରୁ ଏହି ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି। ଏହି ସମସ୍ତ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ସାମ୍ନାରେ ପରାଜୟ ହେବାକୁ ପଡିଲା। ଅର୍ଥାତ ପ୍ରାୟ ୧୨ ବର୍ଷ ଧରି କଲମ୍ବୋରେ ଚାଲିଥିବା ଦିନକିଆରେ ଭାରତ ଶ୍ରୀଲଙ୍କାକୁ ହରାଇ ନାହିଁ। ଅନ୍ୟପକ୍ଷରେ, ଯଦି ଆମେ ଶ୍ରୀଲଙ୍କାର ପ୍ରଦର୍ଶନକୁ ଦେଖିବା, ତେବେ ଇଂଲଣ୍ଡ ବିପକ୍ଷ ଦିନକିଆ ଏବଂ ଟି-୨୦ ସିରିଜରେ ସେମାନଙ୍କୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିବ। ଘରୋଇ ସିରିଜରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଦିନକିଆ ସିରିଜରେ ଇଂଲଣ୍ଡକୁ ୨-୧ ରେ ପରାସ୍ତ କରିଛି।

ଶ୍ରୀଲଙ୍କା ଟୁରରେ ଯାଇଥିବା ଭାରତୀୟ ଦଳର ଯୁବ ଯୋଶ ଓ ଅନୁଭବ ଅଛି। ଦଳରେ ଯେଉଁଠି ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଶିଖର ଧାବନ, ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କ ପରି ଅନୁଭବି ଖେଳାଳି ଅଛନ୍ତି। ଶ୍ରୀଲଙ୍କାର ଦଳ ପାଇଁ ଗତ ଦିନରେ ସବୁକିଛି ଠିକ ରହିନାହିଁ। ଦଳରେ ଅନୁବନ୍ଧ ବିବାଦରେ ନେଇ ଅଧିନାୟକ ପରିବର୍ତ୍ତନ ଓ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବଡ ସଂଖ୍ୟାରେ ଖେଳାଳିଙ୍କର ସନ୍ୟାସ ପରି ମୁଦ୍ଦା ରହିଛି। ଏମିତି ସ୍ଥିତିରେ ଶ୍ରୀଲଙ୍କାର ଦଳ ଭାରତର ସାମ୍ନା କେଉଁ ସ୍ତରରେ ପ୍ରଦର୍ଶନ କରିବ ଏହା ଦେଖିବାକୁ ହେବ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *