ରାଜ୍ୟରେ ଆସନ୍ତା ୨୬ରୁ ଖୋଲିବ ଦଶମ ଓ ଯୁକ୍ତ ୨ ଶ୍ରେଣୀ

ରାଜ୍ୟରେ ହ୍ରାସ ପାଇଲା କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।ଆସନ୍ତା ୨୬ ତାରିଖ ସୋମବାରଠାରୁ ଦଶମ ଓ ଯୁକ୍ତ ୨ ଶ୍ରେଣୀ ଖୋଲିବ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସୋମବାର ଠାରୁ ଖୋଲିବ ବୋଲି ଘୋଷଣା କରିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବା ପରେ ଧିରେ ଧିରେ କଟକଣା କୋହଳ ହେବାରେ ଲାଗିଛି। ରାଜ୍ୟରେ ଦୋକାନ ବଜାର ଖୋଳିବା ସହିତ ଗତିବିଧି ମଧ୍ୟ ଆରମ୍ଭ ହେଲାଣି। ଜୁଲାଇ ୧୬ ତାରିଖରେ ନୂତନ ଆଂଶିକ ଗାଇଡଲାଇନ ଜାରି କରିବା ପରେ ଶନିବାର ଦିନ ରାଜ୍ୟ ସରକାର ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଓ ଯୁକ୍ତ ୨ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ। ରାଜ୍ୟର ଯେଉଁ ସ୍କୁଲ ମାନଙ୍କରେ ମାଟ୍ରିକ ପରୀକ୍ଷା ସେଣ୍ଟର ହୋଇଛି, ସେହିଠାରେ ମାଟ୍ରିକ ପରୀକ୍ଷା ଶେଷ ହେଲାପରେ ଖୋଳାଯିବ। ସ୍କୁଲ ଖୋଲିବା ସମୟ ସକାଳ ୧୦ଟାରୁ ଦିନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ।

ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟକୁ ଆସିବା ଛାତ୍ରଛାତ୍ରୀଙ୍କର ଇଛାଧିନ ରହିବ। ପିଲାମାନେ ଅଭିଭାବକ ସହ ଆଲୋଚନା କରି ଏହି ସମ୍ପର୍କରେ ନିଷ୍ପତ୍ତି ନେବେ। ଦଶମ ଓ ଦ୍ଵାଦଶ ସହିତ ଅନ୍ୟ ଶ୍ରେଣୀର ପିଲାମାନେ ପୂର୍ବଭଳି ଅନଲାଇନ ମାଧ୍ୟମରେ ପାଠ ପଢିପାରିବେ। ଜିଲ୍ଲାପାଳ ନିଜ ଅଞ୍ଚଳର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବାର ଅନୁମତି ଦେବେ। ବିଦ୍ୟାଳୟରେ କୌଣସି ଛୁଟି ଓ ମଧ୍ୟାହ୍ନ ଭୋଜନ ରହିବ ନାହିଁ। ରବିବାର ଦିନ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *