ଯେତେବେଳେ ଟୀକା ନେବାପାଇଁ ପହଞ୍ଚିଲା ଡାଇନେସର, ସେତେବେଳେ ହେଲା ଏମିତି କିଛି, ଦେଖନ୍ତୁ ମଜାଳିଆ ଭିଡିଓ

ସାରା ଦୁନିଆରେ କରୋନା ଭାଇରସର ଆତଙ୍କ ବର୍ତ୍ତମାନ ମଧ୍ୟ ଲଗାତାର ଜାରି ରହିଛି | ତେବେ, ଏହି ଭାଇରସଠାରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ଟୀକା ଦିଆଯାଉଛି | କିଛି ଲୋକମାନଙ୍କଠାରେ ଟୀକାକୁ ନେଇ ମଧ୍ୟ ଭୟ ରହିଛି | ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ଟୀକା ନେଉଛନ୍ତି | କେବଳ ଏତିକି ନୁହେଁ , ଟୀକା ଲଗାଉଥିବାର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି | ଏହି ପରିପ୍ରେକ୍ଷୀରେ ମଲେସିୟାରେ ଗୋଟିଏ ଡାଇନେସର ଟୀକା ସେଣ୍ଟରରେ ଟୀକା ଲଗାଇବାକୁ ପହଞ୍ଚିଲା, ଯାହାକୁ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ |

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓକୁ ଦେଖିବାପରେ ଲୋକମାନେ ଖୁବ ହସୁଛନ୍ତି | ହୋଇପାରେ ଭିଡିଓ ଦେଖିବାପରେ ଆପଣ ମଧ୍ୟ ନିଜର ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ | କାରଣ, ଏହି ଭିଡିଓରେ ଗୋଟିଏ ଡାଇନେସର କରୋନା ଟୀକା ନେବାପାଇଁ ପହଞ୍ଚିଛି | ବର୍ତ୍ତମାନ ଆପଣ ଭାବୁଥିବେ ଯେ ପ୍ରକୃତରେ ଏହା କିପରି ସମ୍ଭବ ହୋଇପାରେ ? ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା କୌଣସି ଅସଲି ଡାଇନେସର ନୁହେଁ ବରଂ କେନି ସିୟା ନାମକ ଜଣେ ବ୍ୟକ୍ତି ଡାଇନେସରର ଗେଟଅପ ପିନ୍ଧି ଟୀକା ନେବାପାଇଁ ପହଞ୍ଚିଥିଲା | ତେବେ ସର୍ବପ୍ରଥମେ ଆପଣ ଏହି ଭିଡିଓକୁ ଦେଖିନିଅନ୍ତୁ |

ଦେଖନ୍ତୁ ମଜାଳିଆ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Kenny Sia (@kennysia)

ଯିଏ ବି ଏହି ବ୍ୟକ୍ତିଙ୍କୁ ଦେଖିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା | କିଛି ଲୋକ ତ ଭିଡିଓ ମଧ୍ୟ ତିଆରି କରିବାକୁ ଲାଗିପଡ଼ିଲେ | ସେହିପରି, ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ kennysia ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୮ ହଜାରରୁ ଅଧିକ ଲୋକ ଦେଖିଲେଣି ଏବଂ ଭିଡିଓରେ ୟୁଜରମାନେ ବହୁତ ମଜାଳିଆ ରିଆକ୍ସନ ମଧ୍ୟ ଦେଉଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *