୨୦ ହଜାରରୁ କମ ଟଙ୍କାରେ ମିଳୁଛି ଏହି ୪ଟି ଲାପଟପ୍ , ଶୀଘ୍ର ଉଠାନ୍ତୁ ଏହାର ଲାଭ

ଫ୍ଲିପିକାର୍ଡ ଏବଂ ଆମାଜନରୁ କିଣିପାରିବେ ଲାପଟପ :-

ଫ୍ଲିପିକାର୍ଡ ଏବଂ ଆମାଜନ ଭଳି ୱେବସାଇଟରୁ ଆପଣ ୨୦ ହଜାର ଟଙ୍କାରୁ କମରେ ମଧ୍ୟ ଲାପଟପ କିଣିପାରିବେ | ୨୦ ହଜାରରୁ କମ ଟଙ୍କାରେ ଆପଣଙ୍କୁ ଆଇବଲ, ଅଭିଟା , ଆରଡ଼ିପି ଏବଂ ଲାଭା ଭଳି କମ୍ପାନୀମାନଙ୍କର ଭଲ ଲାପଟପ ମିଳିପାରିବ | ଏଥିରେ ଆପଣଙ୍କୁ ବଡ଼ ସ୍କ୍ରିନ, ୱିଣ୍ଡୋଜ 10 ଏବଂ 4 ଜିବି ରାମର ସପୋର୍ଟ ଦିଆଯାଇଛି |

ଆଇବଲ କମ୍ପବୁକ ପେଣ୍ଟିୟମ କ୍ୱାଡ କୋର :-

ଆଇବଲ କମ୍ପାନୀର ଆଇବଲ କମ୍ପବୁକ ପେଣ୍ଟିୟମ କ୍ୱାଡ କୋର ଲାପଟପ କମ ଦାମରେ ମିଳୁଛି | ଲାପଟପରେ 4 GB ରାମ ଅଛି | 14 ଇଞ୍ଚର ସ୍କ୍ରିନ ମଧ୍ୟ ଦିଆଯାଇଛି | କମ୍ପାନୀ ଏହା ସହିତ ୱିଣ୍ଡୋଜ 10 ଦେଉଛି | ଏହି ଲାପଟପ ମାତ୍ର ୧.୩୦ କିଲୋଗ୍ରାମର ଅଟେ, ଯାହାକୁ ଆପଣ ସହଜରେ ନେବାଆଣିବା କରିପାରିବେ | ଏଥିରେ 14 ଇଞ୍ଚର Full HD LED ବ୍ୟାକଲିଟ ଆଇପିଏସ ଡିସପ୍ଲେ ଦିଆଯାଇଛି | ଦାମ ବିଷୟରେ କହିବାକୁ ଗଲେ, ଫ୍ଲିପିକାର୍ଡରେ ଆପଣଙ୍କୁ ଏହି ଲାପଟପ ମାତ୍ର ୧୩,୯୯୦ ଟଙ୍କାରେ ମିଳିଯିବ |

ଅଭିଟା କସମସ 2 ଇନ 1 :-

ଫ୍ଲିପକାର୍ଟରେ ଅଭିଟା କସମସ 2 ଇନ 1 ମିଳୁଛି | ଏଥିରେ 4 GB ରାମ ଏବଂ 64 GB ଷ୍ଟୋରେଜ ମିଳୁଛି | ଏଥିରେ 11.6 ଇଞ୍ଚ ସ୍କ୍ରିନ ଦିଆଯାଇଛି | ଏହି ଲାପଟପରେ ବିଶେଷ କଥା ହେଉଛି ଯେ ଏହାର କୀବୋର୍ଡ ଅଲଗା ହୋଇଯାଇଥାଏ | ତା’ପରେ ଆପଣ ଏହାକୁ ଟାବଲେଟ ଭାବରେ ମଧ୍ୟ ବ୍ୟବହାର କରିପାରିବେ | ଆପଣ ଏହାକୁ ୧୭,୯୯୦ ଟଙ୍କାରେ କିଣିପାରିବେ |

ଆରଡ଼ିପି ଥିନବୁକ 1010 :-

ଆମାଜନରେ ଆପଣ ଆରଡ଼ିପି ଥିନବୁକ 1010 କୁ କିଣି ପାରିବେ | ଏଥିରେ 4 GB ରାମ ଏବଂ 64 GB ଇଣ୍ଟରନେଲ ଷ୍ଟୋରେଜ ଅଛି | ବିଶେଷ କଥା ହେଉଛି ଯେ ଏଥିରେ 1 ଟିବି ଷ୍ଟୋରେଜ ମଧ୍ୟ ମିଳିଥାଏ | ଏହାର 14.1 ଇଞ୍ଚ HD ସ୍କ୍ରିନ ରହିଛି | ଏହି ଲାପଟପରେ ୱିଣ୍ଡୋଜ 10 ପ୍ରୋ ଅପରେଟିଂ ସିଷ୍ଟମ ମଧ୍ୟ ଦିଆଯାଇଛି | ଏଥିରେ ୱେବକ୍ୟାମ, ମାଇକ ଏବଂ ଟାଇପ ସି ସପୋର୍ଟ ଦିଆଯାଇଛି | ଆପଣ ଏହାକୁ ୧୯,୬୨୧ ଟଙ୍କାରେ କିଣି ପାରିବେ |

ଲାଭା ହିଲିୟମ :-

ଲାଭାର ଏହି ଲାପଟପ ଆପଣଙ୍କୁ ଫ୍ଲିପକାର୍ଟରେ ମିଳିଯିବ | ଏହା 2 GB ରାମ ଏବଂ 32 GB ଷ୍ଟୋରେଜ ସହିତ ଆସିବ | ଏହାର ସ୍କ୍ରିନ 12.5 ଇଞ୍ଚ ହେବ | ଏଥିରେ ପ୍ରି-ଇନଷ୍ଟଲ ୱିଣ୍ଡୋଜ 10OS ଦିଆଯାଇଛି | ଲାପଟପରେ ଏକ ବର୍ଷ ପାଇଁ ୱାରେଣ୍ଟି ଏବଂ ବ୍ୟାଟେରୀରେ ୬ ମାସର ୱାରେଣ୍ଟି ଦିଆଯାଇଛି | ଏହି ଲାପଟପକୁ ଆପଣ ମାତ୍ର ୧୨,୯୯୯ ଟଙ୍କାରେ କିଣିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *