ଆଶ୍ଚର୍ଯ୍ୟଜନ ଦାବି : ଯେଉଁ ରୋଗୀ ଅଧିକ ସମୟ ପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ରହୁଛନ୍ତି,ସେମାନଙ୍କର ପ୍ରାଇଭେଟ୍ ପାର୍ଟର ଆକାରରେ ହେଉଛି ପରିବର୍ତ୍ତନ

ଦୁନିଆସାରା କରୋନାର ଏମିତି ରୋଗୀ ମିଳୁଛନ୍ତି, ଯେଉଁମାନେ ଭଲ ହେବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଉଛି|ଏହି ଲକ୍ଷଣ କିଛି ସପ୍ତାହ ପର୍ଯ୍ୟନ୍ତ ବା ୬ ମାସ ପର୍ଯ୍ୟନ୍ତ କିଛି ରୋଗୀଙ୍କ ଠାରେ ଦେଖାଯାଉଛି|ଐହି ସ୍ଥିତିକୁ ଲଙ୍ଗ କୋଭିଡ୍ ନାମ ଦିଆଯାଇଛି|

ଦ ସନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୟୁନିଭରସିଟି କଲେଜ ଲଣ୍ଡନ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରେ ଗବେଷକମାନେ ପାଇଛନ୍ତି ଯେ ଲଙ୍ଗ କୋଭିଡ ରୋଗୀଙ୍କ ଦିମାକ,ଫୁସଫୁସ୍ ଓ ତ୍ୱଚା ସହିତ ୧୦ ଅଙ୍ଗ ପ୍ରଣାଳୀରେ ପରିବର୍ତ୍ତନ ହେଉଛି|

ଏହା ବ୍ୟତୀତ ଗବେଷକ ମାନେ ପାଇଛନ୍ତି ଯେ ଲଙ୍ଗ କୋଭିଡ ରୋଗୀଙ୍କ ପାଖରେ ଯୈନ ରୋଗ,କୁଣ୍ଡିଆ, ପିରିୟଡ଼ ସାଇକେଲରେ ପରିବର୍ତ୍ତନ,ମୁତ୍ରାଶୟରେ ନିୟନ୍ତ୍ରଣ ହରାଇବା,ଦାଦ ଓ ଦସ୍ତ ଭଳି ସମସ୍ୟା ଦେଖାଦେଇଛି|

ଗବେଷକଙ୍କ କହିବା କଥା ଯେ କିଛି ଲଙ୍ଗ କୋଭିଡ ରୋଗୀଙ୍କ ଲିଙ୍ଗ ଆକାରରେ ପରିବର୍ତ୍ତନ,ଜମ୍ହାଇ ନେବାର ଅସାମର୍ଥ୍ୟତା,କାନ୍ଦିବାରେ ଅସମର୍ଥତା,ଦିମାକ କୋହରା,ଭ୍ରମ ବା କମ୍ପକମ୍ପିର ଆକ୍ରମତା ଓ ଆଗୁଆ ମେନୋପୋଜ ଭଳି ଲକ୍ଷଣ ଦେଖାଯାଉଛି|ରୋଗୀଙ୍କ ଠାରେ ଏହି ଲକ୍ଷଣ ଗବେଷକଙ୍କୁ ଆଶ୍ଚର୍ଯ୍ୟ କରିଛି|

ଅଧ୍ୟୟନ ନେସନାଲ ସ୍କ୍ରିନିଙ୍ଗ ପ୍ରୋଗ୍ରାମ ଚଳାଇବାକୁ ଉପଦେଶ ଦେଇଛି|ଏହାର ସହାୟତାରେ ଏହା ଜଣାଯାଇପାରିବ ଯେ କେତେ ଲୋକ ଲଙ୍ଗ କୋଭିଡରେ ସଂଘର୍ଷରତ ଓ ତାଙ୍କ ଠାରେ କ’ଣ କ’ଣ ଲକ୍ଷଣ ଦେଖାଯାଉଛି|ଏଥିରେ ଏହାମଧ୍ୟ ଜଣାପଡିବ ଯେ ତାଙ୍କୁ କିଭଳି ଚିକିତ୍ସା ଦରକାର ଓ କେଉଁ ଔଷଧରେ ଭଲ ହୋଇପାରିବ|

ୟୁନିଭରସିଟି କଲେଜ ଲଣ୍ଡନର ଗବେଷକ ଦାବି କରିଛନ୍ତି ଯେ ଲଙ୍ଗ କୋଭିଡର ୨୦୦ରୁ ଉର୍ଦ୍ଧ୍ବ ଲକ୍ଷଣକୁ ନେଇ କ୍ଲିନିକାଲ ଗାଇଡଲାଇନ୍ ବନାଯାଉ ଫଳରେ କରୋନା ସହ ଲଢ଼ୁଥିବା ରୋଗୀଙ୍କ ଅନ୍ୟ ଯାଞ୍ଚ ମଧ୍ୟ ହୋଇପାରିବ|ଏହି ଯାଞ୍ଚ କେଵଳ ହୃଦୟ ଓ ଫୁସଫୁସର ନହେଉ|

ଏହି ଗବେଷଣା ସହ ଜଡ଼ିତ ସିନିୟର ଆର୍ଥର ଏଥେନା ଅକରାମୀ କହିଛନ୍ତି ଯେ ଇଂଲଣ୍ଡରେ ଅଧିକାଂଶ ପୋଷ୍ଟ କ୍ଲିନିକ୍ସରେ କେବଳ ଫୁସଫୁସ ସମ୍ବନ୍ଧୀୟ ଯାଞ୍ଚ ଓ ଚିକିତ୍ସା ହେଉଛି|ଏହି କଥା ସତ୍ୟ ଯେ ବହୁତ ଲୋକଙ୍କୁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଆସୁଛି ଓ ବହୁତ ଲୋକଙ୍କୁ ଅନ୍ୟ ସମ୍ବନ୍ଧୀୟ ସମସ୍ୟା ଆସୁଛି ଯାହା ଉପରେ ଧ୍ୟାନ ଦେବା ବହୁତ ଜରୁରୀ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *