ଭାରତ ବିପକ୍ଷରେ ସିରିଜ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଲା ବଡ଼ ଝଟକା। ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ଟିମ ଇଣ୍ଡିଆ କିଛିଦିନ ପାଇଁ ବର୍ତ୍ତମାନ ଶିଖର ଧାୱନଙ୍କ ଅଧିନାୟକତାରେ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ଜୁଲାଇ 18 ତାରିଖରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ସିରିଜ ଆରମ୍ଭ ହେବାପୂର୍ବରୁ ଶ୍ରୀଲଙ୍କା ଦଳରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି।

ଏହି ଷ୍ଟାର ଖେଳାଳି ହେଲେ ବାହାର:-

ପୂର୍ବ ଅଧିନାୟକ ଓ ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ କୁସଲ ପେରେରା ଆହତ କାରଣରୁ ଭାରତ ବିପକ୍ଷରେ ଜୁଲାଇ 18 ତାରିଖରେ ହେବାକୁ ଥିବା ସିରିଜରେ ଖେଳି ପାରିବେନାହିଁ। ପେରେରା ଇଂଲଣ୍ଡ ଯାଇଥିବା ଶ୍ରୀଲଙ୍କା ଦଳର ଅଧିନାୟକ ଥିଲା। ଏହାପରେ କିଛି ବିବାଦ କାରଣରୁ ଦାସୁନ ଶନାକାଙ୍କୁ ଦଳର ଅଧିନାୟକ ବନାଯାଇଥିଲା।

ଇଏସପିଏନ କ୍ରିକଇନ୍ଫୋ ମୁତାବିକ, କୁସଲ ପେରେରା ଭାରତ ବିପକ୍ଷରେ ସିରିଜରୁ ବାହାରିବା ନିଶ୍ଚୟ ଅଟେ। ତାଙ୍କୁ କାନ୍ଧରେ ଆହତ ଲାଗିଛି। ଟିମ ଆହତ ବିଷୟରେ ସମ୍ପୂର୍ଣ୍ଣ ଭାବରେ ମତାମତ ଦେଇନାହିଁ। ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦ ଦିଆଯାଇ ନାହିଁ ବରଂ ଟିମ ଡ଼କ୍ଟରଙ୍କ କହିବା ମୁତାବିକ, ତାଙ୍କୁ ଛଅ ସପ୍ତାହ ବିଶ୍ରାମ ଦିଆଯିବ।

ଶ୍ରୀଲଙ୍କା ସହିତ ଲଢ଼ିବାକୁ ପ୍ରସ୍ତୁତ ଭାରତୀୟ ଦଳ:-

ଶିଖର ଧାୱନଙ୍କ ଅଧିନୟକତାରେ ଏକ ଯୁବା ଟିମ ଶ୍ରୀଲଙ୍କାର ସାମ୍ନା କରିବାକୁ ଯାଉଛି। ଯେଉଁଠାରେ ବିରାଟଙ୍କ ଅଧିନାୟକତାରେ ସିନିୟର ଦଳ ଇଂଲଣ୍ଡର ସାମନା କରିବ ସେପଟେ ଶ୍ରୀଲଙ୍କାରେ ଆଉ ଏକ ଦଳ ଦେଖାଦେବ। ଏହି ସିରିଜ ଜୁଲାଇ 13 ତାରିଖରୁ ଆରମ୍ଭ ହେବାର ଥିଲା କିନ୍ତୁ ଏହାକୁ କରୋନା ଭାଇରସ କାରଣରୁ ଜୁଲାଇ 18 ତାରିଖରୁ ଆରମ୍ଭ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *