ଭାରତରେ କରୋନା ମହାମାରୀର ମୋଟ କେତୋଟି ଲହର ଆସିପାରେ ? ଜାଣନ୍ତୁ ବିଶେଷଜ୍ଞ ମାନଙ୍କ ଠାରୁ…

କରୋନା ବିପଦ ବର୍ତ୍ତମାନ ମଧ୍ୟ ଜାରି ରହିଛି | ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂତନ ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି | ଏପରି ପରିସ୍ଥିତିରେ ଚିନ୍ତା କରିବା ସ୍ୱାଭାବିକ ଅଟେ | ତେବେ କରୋନା ବିରୋଧରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୭୬ ଲକ୍ଷରୁ ଅଧିକ ଟିକା ଦିଆଯାଇଛି ଏବଂ ଦେଶରେ କରୋନାରୁ ସୁସ୍ଥ ହେବାର ହାର ମଧ୍ୟ ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ତିନି କୋଟି ଏକ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି | କିନ୍ତୁ ଏହାମଧ୍ୟରେ ମହାମାରୀର ତୃତୀୟ ଲହରର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି |

ଏପରି ପରିସ୍ଥିତିରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ ପ୍ରକୃତରେ କେତୋଟି ଲହର ଆସିପାରେ ? ତେବେ ଯେତେ ବି ଲହର ଆସୁ ନା କାହିଁକି ଯଦି ଲୋକମାନେ ସତର୍କତା ଅବଲମ୍ବନ କରିବେ, ତେବେ ସମସ୍ତେ ନିଶ୍ଚିତ ଭାବରେ କରୋନା ଠାରୁ ବଞ୍ଚିବେ | ଏଥିପାଇଁ ଏକ ମାସ୍କ ପିନ୍ଧିବା, ନିରାପଦ ଶାରୀରିକ ଦୂରତା ଆପଣାଇବା ଏବଂ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ |

କରୋନାର ମୋଟ କେତୋଟି ଲହର ଆସିପାରେ ?

ଡ.ଏ.କେ. ଭାରସନି କହିଛନ୍ତି ଯେ, “ଲହର ଆସିବା କୌଣସି ନିଶ୍ଚିତ ନୁହେଁ, ଏହା ଆମ ଉପରେ ନିର୍ଭର କରିଥାଏ | ଯେତେବେଳେ ଅନଲକ ହୋଇଯାଏ, ସେତେବେଳେ ଲୋକମାନେ କରୋନାକୁ ଭୁଲିଯାଆନ୍ତି ଏବଂ ପୁଣିଥରେ ଭିଡ଼ କରି ଏକାଠି ହେବା ଆରମ୍ଭ କରନ୍ତି ଏବଂ ଏହି କାରଣରୁ ମାମଲା ପୁଣି ବଢିଯାଏ | ଯଦି ଏହି ଚକ୍ର ଚାଲିରହିବ, ତେବେ ପ୍ରତ୍ୟେକ ଥର ଏହାକୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଲହରର ନାମ ଦିଆଯାଏ |”

ସେ ଆଗକୁ କହିଛନ୍ତି, “କିନ୍ତୁ ଆମେ ଏହି ଲହରକୁ ଅଟକାଇ ପାରିବା, ଯଦି ଆମେ ନିୟମ ପାଳନ କରିବା କିମ୍ବା ହାର୍ଡ ଇମ୍ୟୁନିଟି ଆସିଯାଏ | ହାର୍ଡ ଇମ୍ୟୁନିଟି ସେତେବେଳେ ଆସେ, ଯେତେବେଳେ ୭୦ ପରସେଣ୍ଟ ଲୋକଙ୍କ ମଧ୍ୟରେ ଆଣ୍ଟିବଡ଼ି ତିଆରି ହୁଏ ଏବଂ ଏହା ଟୀକା ଦ୍ୱାରା ହିଁ ଆସିବ | ତେଣୁ ଟିକା ନିଶ୍ଚିତ ଭାବରେ ନିଅନ୍ତୁ |”

ସେ ଆଗକୁ ଆହୁରି କହିଛନ୍ତି ଯେ ” ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବହୁତ ବଡ଼ କାର୍ଯ୍ୟକ୍ରମ କିମ୍ବା ସମାରୋହ ଆୟୋଜନ କରନ୍ତୁ ନାହିଁ | ଯଦି କୌଣସି କାର୍ଯ୍ୟକ୍ରମ କରିବାର ଅଛି, ତେବେ ବହୁତ କମ ଲୋକଙ୍କୁ ଡାକନ୍ତୁ | ଯଦି ଆପଣଙ୍କୁ ବାହାରକୁ ଯିବାକୁ ପଡିବ ଏବଂ ଲାଗୁଛି ଯେ ଅଧିକ ଲୋକ ଯାଉଛନ୍ତି, ସେଠାରେ ଭିଡ଼ ଥାଇପାରେ, ତେବେ ଯାଆନ୍ତୁ ନାହିଁ | ଯଦି ଆପଣ ଯାଉଛନ୍ତି ତେବେ କରୋନା ପରୀକ୍ଷା କରିନିଅନ୍ତୁ, ଯଦି ଟିକା ପୂର୍ବରୁ ନେଇ ସାରିଛନ୍ତି ତେବେ ଏହା ଆହୁରି ଭଲ ଅଟେ | ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ କୋଭିଡର ନିୟମାବଳୀକୁ ପାଳନ କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ସୁରକ୍ଷିତ ଭାବେ ଦୂରତାକୁ ବଜାୟ ରଖନ୍ତୁ | ମୋଟ ଉପରେ କହିବାକୁ ଗଲେ ବର୍ତ୍ତମାନ ଏହିପରି ଅବସ୍ଥାରେ ବାହାରକୁ ଯିବା ନିରାପଦ ନୁହେଁ | ଭାଇରସ ଶେଷ ହୋଇନାହିଁ, ବର୍ତ୍ତମାନ କେବଳ ତାର ଗତି ଧୀର ହୋଇଯାଇଛି |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *