ଆରେ ଇଏ କଣ : ବୁଲି ଯିବା ପାଇଁ ଗାଡିରେ ବସିଲେ ମହିଳା, ଡ୍ରାଇଭର ଯେମିତି ଷ୍ଟାର୍ଟ କଲା କାର, ଲୋକ ଗାଡିକୁ ଦେଖି ଚକିତ ହୋଇଗଲେ,ଦେଖନ୍ତୁ ଭିଡିଓ

କ’ଣ ଆପଣ କେବେ ଏକ କାରକୁ ବଳଦଗାଡ଼ିରେ ପରିଣତ ହେବାର ଦେଖିଛନ୍ତି କି? ଆପଣ ନିଶ୍ଚିତ ଭାବରେ ଭାବୁଥିବେଯେ, ଏକ କାର କିପରି ବଳଦଗାଡ଼ିରେ ପରିଣତ ହୋଇପାରିବ। ଆଜ୍ଞା ହଁ, ଏହା ସମ୍ପୂର୍ଣ୍ଣ ସମ୍ଭବ ଅଟେ। ଯଦି ଆପଣ ବିଶ୍ୱାସ କରୁନାହାଁନ୍ତି ତେବେ ଏହି ଭିଡିଓ ଦେଖିବା ପରେ ଆପଣ ନିଜେ ଏହାକୁ ବିଶ୍ୱାସ କରିବେ। କାରଣ ଆମ ଦେଶରେ ଜୁଗାଡ ସହିତ କିଛି ବି କରାଯାଇପାରିବେ। ଏହି ଭାଇରାଲ ଭିଡିଓରେ, ଆପଣ ଏକ କାରକୁ ବଳଦ ଗାଡିରେ ପରିଣତ ହେବାର ଦେଖିବେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡିଓକୁ ଆଇପିଏସ ଅଧିକାରୀ ରୁପିନ ଶର୍ମା ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତିଯେ, ଏହା କ’ଣ? ଭିଡିଓଟି ଅତ୍ୟନ୍ତ ମଜାଳିଆ ଅଟେ, ଯାହାକୁ ଦେଖିବା ପରେ ଆପଣ ହସିବା ବନ୍ଦ କରି ପାରିବେ ନାହିଁ। ଏହି ଭିଡିଓରେ ଆପଣ ଦେଖିପାରିବେଯେ, ଏକ କାର ପାର୍କିଂରେ ଛିଡା ହୋଇଛି ଏବଂ ଦୁଇଜଣ ମହିଳା ଯାଇ ସେଥିରେ ବସି ଯାଆନ୍ତି, କିନ୍ତୁ, କାରର ଆଗ ଭାଗକୁ ଦେଖିବା ମାତ୍ରେ ଆପଣ ଦେଖିବେଯେ, ଇଞ୍ଜିନ ବଦଳରେ ଦୁଇଟି ଷଣ୍ଢ ବନ୍ଧା ହୋଇଛି। ଏବଂ କାରର ଡ୍ରାଇଭର ଏହାକୁ ଏକ ବଳଦଗଡ଼ି ପରି ଚଳାଉଛନ୍ତି।

ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ଲୋକମାନେ ଭିଡିଓରେ ବହୁତ ମଜାଳିଆ କମେଣ୍ଟ ଦେଉଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ଶହ ଶହ ଥର ଦେଖାଯାଇଛି। ଜଣେ ୟୁଜରଙ୍କ ଉପରେ କମେଣ୍ଟ ଦେଇ ଦେଶୀ ଜୁଗାଡ ବଳଦଗାଡି କାର ଲେଖିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ପେଟ୍ରୋଲ ଦର ବୃଦ୍ଧି ପରେ ଏହି ମଡେଲ ଲଞ୍ଚ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *