ବ୍ଲାକ ଫଙ୍ଗସ ପରେ ଚିନ୍ତା ବଢ଼ାଉଛି ଆଭାସ୍କୁଲାର ନେକ୍ରୋସିସ, ପଙ୍ଗୁ ହେଉଛନ୍ତି ଲୋକେ, ଜାଣନ୍ତୁ କଣ ରହିଛି ଏହାର ଲକ୍ଷଣ…

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ସମୟରେ କରୋନା ଜନିତ ମୃ-ତ୍ୟୁସଂଖ୍ୟା ସ୍ତିର ହେବାର ନାଁ ନେଉନି ଏବଂ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ପାଖରେ ଏହାର ପରବର୍ତ୍ତୀ ସମୟରେ ଉପୁଜୁଥିବା ଜଟିଳତାକୁ ନେଇ ଚିନ୍ତା କରୁଛି ସ୍ୱାସ୍ଥ୍ୟ ବିଭାଗ। ପ୍ରଥମେ ମ୍ୟୁକରମାଇକୋଶିଷ କିମ୍ବା କଳା କବକ ସାମ୍ନାକୁ ଆସିଥିବା ସମୟରେ ଏବେ ଚିନ୍ତା ବଢ଼ାଉଛି (Avascular necrosis-AVN) ଅଥବା ବୋନ ଡେଥ ରୋଗ।

ଏହି ବୋନ ଡେଥ ରୋଗ ଦ୍ୱାରା ଶରୀରରେ ପ୍ରଭାବିତ ହେଉଥିବା କୌଣସି ହାଡ଼ର କୋଷ ଗୁଡିକରେ ର-କ୍ତ ପ୍ରବାହ ହେବା ବନ୍ଦ କରିଦିଏ। ଯାହାଦ୍ବାରା, ହାଡ଼ରେ ଥିବା ନେକ୍ରୋସିସ ବୃଦ୍ଧି ପାଇଥାଏ। ଯାହାଫଳରେ ହାଡ଼କୁ ଧୀରେ ଧୀରେ ତରଳାଇବା ଆରମ୍ଭ କରିଦେଇଥାଏ। ଆଉ ପ୍ରାଥମିକ ଅବସ୍ଥାରେ ଏହି ରୋଗର କୌଣସି ଲକ୍ଷଣ ଦେଖା ଯାଇନଥାଏ। କିନ୍ତୁ, ପରେ ହାଡ଼ରେ ଭୀ-ଷଣ ପୀ-ଡ଼ା ବାହାରିଥାଏ। ସାଧାରଣତଃ ଭାବରେ ଅତ୍ୟଧିକ ଧୂ-ମ୍ରପା-ନ କରୁଥିବା ଲୋକଙ୍କ ପାଖରେ ଏହି ରୋଗ ଦେଖାଯାଇଥାଏ। ବର୍ତ୍ତମାନ ଏହି ରୋଗ କରୋନାରୁ ସୁସ୍ଥ ହୋଇଥିବା ସୁସ୍ଥ ଲୋକଙ୍କ ପାଖରେ ଦେଖା ଦେଉଛି।

ମହାରାଷ୍ଟ୍ର ଅଞ୍ଚଳରେ କିଛି କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ଜଙ୍ଘର ହାଡ଼ରେ ଯ-ନ୍ତ୍ର-ଣା ଆରମ୍ଭ ହୋଇଥିଲା। ଯେତେବେଳେ ତାଙ୍କର MRI ଟେଷ୍ଟ କରାଯାଇଥିଲା,ସେତେବେଳେ ତାଙ୍କର ବୋନ ଡେଥର ମା-ମ-ଲା ସାମ୍ନାକୁ ଆସିଥିଲା। ମହାରାଷ୍ଟ୍ରରେ ଏହିପରି ୩ଟି ମା-ମ-ଲା ଦେଖିବାକୁ ମିଳିଛି। ଆଉ ସମସ୍ତଙ୍କର ବୟସ ୪୦ ବର୍ଷରୁ କମ। ଦେଶରେ ବୋନ ଡେଥର କେ-ସ ଆହୁରି ବଢିବ ବୋଲି ଚିକିତ୍ସକମାନେ ସୂଚନା ଦେଇଛନ୍ତି। କରୋନା ଚିକିତ୍ସା ସମୟରେ ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟେରଏଡ ବିବାହର କରାଯାଇଥାଏ। ଆଉ ଏହା ଏହି ରୋଗ ହେବାର ମୂଳ କାରଣ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *