କେଏଲ ରାହୁଲଙ୍କ ସହିତ ଇଂଲଣ୍ଡରେ ଅଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ! ରିଲେଶନସିପକୁ ନେଇ ହେଲା ଏହି ବଡ଼ ଖୁଲାସା

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଭାରତ ପାଇଁ କିଛିଦିନ ହେବ ଇଣ୍ଟରନାଶନାଲ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। କେଏଲ ରାହୁଲ ଅଗଷ୍ଟ 4 ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜରେ ଖେଳିବାକୁ ବହୁତ ଇଛୁକ ରହିଛନ୍ତି।

ଚର୍ଚ୍ଚାରେ ରାହୁଲ ଓ ଆଥିଆ:-

କେଏଲ ରାହୁଲ ମୈଦାନ ଭିତରେ ଯେତିକି ଚର୍ଚ୍ଚାରେ ରୁହନ୍ତି ସେତିକି ମୈଦାନ ବାହାରେ ମଧ୍ୟ। ତାଙ୍କର ପ୍ରେମ ଜୀବନ କଥା କହିବାକୁ ଗଲେ ସେ ବଲିଉଡ଼ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କ ସହିତ ରିଲେଶନରେ ରହିଛନ୍ତି। ଖବର ମୁତାବିକ, ଉଭୟ ପରସ୍ପରକୁ ବହୁତ ଲମ୍ବା ସମୟ ହେବ ଡେଟ କରୁଛନ୍ତି।

ରାହୁଲ ଙ୍କ ସହିତ ଇଂଲଣ୍ଡରେ ଅଛନ୍ତି ଆଥିଆ ସେଟ୍ଟୀ:-

ହିନ୍ଦୁସ୍ତାନ ଟାଇମସ ରିପୋର୍ଟ ମୁତାବିକ, ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏହିସମୟରେ କେଏଲ ରାହୁଲଙ୍କ ସହିତ ଇଂଲଣ୍ଡରେ ସମୟ ଅତିବାହିତ କରୁଛନ୍ତି। ରିପୋର୍ଟ ମୁତାବିକ, ଏହି କପଲ ବିଗତ ମାସରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଠାରୁ ଇଂଲଣ୍ଡରେ ରହିଛନ୍ତି।

ରାହୁଲ କହିଲେ ଆଥିଆ ତାଙ୍କର ଗାର୍ଲଫ୍ରେଣ୍ଡ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by KL Rahul👑 (@rahulkl)

ଇଂଲଣ୍ଡ ଯିବାପୂର୍ବରୁ ବିସିସିଆଇ ସହିତ ହୋଇଥିବା ବାର୍ତାଳାପ ସମୟରେ ରାହୁଲ କହିଥିଲେ, ଆଥିଆ ହେଉଛନ୍ତି ତାଙ୍କର ଗାର୍ଲଫ୍ରେଣ୍ଡ। ଏହାସହ ଏୟାରପୋର୍ଟରେ ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କର ପାର୍ଟନରଙ୍କ ନାମ କହିବାକୁ ଥିଲା ଯାହାସହ ସେମାନେ ଇଂଲଣ୍ଡ ଯିବେ। ରିପୋର୍ଟ ମୁତାବିକ, ଆଥିଆ ସାଉଥହାମ୍ପଟନ ଠାରେ ବାୟୋବବଲ ରେ ଥିଲେ।

ପାର୍ଟନରଙ୍କ ରୂପରେ ଆଥିଆଙ୍କ ନାମ:-

ଇଂଲଣ୍ଡ ଯିବାପୂର୍ବରୁ ବିସିସିଆଇର ଲଜିଷ୍ଟିକ ଡ଼ିପାର୍ଟମେଣ୍ଟ ଦ୍ୱାରା ଖେଳାଳିଙ୍କ ସହ ତାଙ୍କ ସହ ଯାତ୍ରା କରୁଥିବା ପାର୍ଟନରଙ୍କ ନାମ ପଚରାଯାଏ। କେଏଲ ରାହୁଲ ପାର୍ଟନର ରୂପରେ ଆଥିଆ ସେଟ୍ଟୀଙ୍କ ନାମ ନେଇଥିଲେ।

ସୁନୀଲ ସେଟ୍ଟୀ ଦେଇଥିଲେ ବୟାନ:-

କେଏଲ ରାହୁଲ ଓ ଆଥିଆ ନିଜର ରିଲେଶନକୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି। ଉଭୟଙ୍କ ରିଲେଶନକୁ ନେଇ ଆଥିଆଙ୍କ ପିତା ସୁନୀଲ ଏହାର ଜବାବ ଦେଇଥିଲେ। ସୁନୀଲ ସେଟ୍ଟୀଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ସେ କହିଥିଲେ, ତାଙ୍କ ପାଖରେ ବର୍ତ୍ତମାନ କୌଣସି ଜବାବ ନାହିଁ।

ଲମ୍ବା ସମୟରୁ ଚାଲିଛି ରିଲେଶନସିପର ଚର୍ଚ୍ଚା:-

ରାହୁଲ ଓ ଆଥିଆଙ୍କ ରିଲେଶନ ସିପର ଖବର ବହୁତ ସମୟ ହେବ ଚର୍ଚ୍ଚାରେ ଚାଲୁଛି। ରାହୁଲ ଓ ଆଥିଆ ସୋସିଆଲ ମିଡ଼ିଆରେ ପରସ୍ପରଙ୍କ ଫୋଟୋରେ କମେଣ୍ଟ ଦେଉଛନ୍ତି। ରାହୁଲ ଏବେବେବେ ସୋସିଆଲ ମିଡିଆରେ ଆଥିଆଙ୍କ ଭାଇ ଆହନ ସେଟ୍ଟୀଙ୍କ ସହିତ ନଜର ଆସୁଛନ୍ତି। ଏମିତିରେ ଉଭୟଙ୍କ ରିଲେଶନକୁ ନେଇ ବହୁତ ଜଲଦି ଏକ ବଡ଼ ଖବର ଆସିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *