ଜନ୍ମ ହେଲା ୩ଟି ମୁଣ୍ଡ ଥିବା ଶିଶୁ, ବ୍ରହ୍ମାଙ୍କ ଅବତାର ବିଶ୍ୱାସ କରି ସାରା ଗାଁ ଦର୍ଶନ କରିବାକୁ ଆସିଲେ

ଦୁନିଆରେ ଅଜବ ପ୍ରକାରର ଜନ୍ମ ହେବା ମାମଲା ସାମ୍ନାକୁ ଆସିଥାଏ | ଗର୍ଭରେ କୌଣସି ପ୍ରକାରର ଅଭାବ କାରଣରୁ ପିଲାଟିର ସେପ ଏବଂ ସାଇଜ ବିଗିଡି ଯାଇଥାଏ, ଯେଉଁ କାରଣରୁ ସେ ଅଜବ ଅବସ୍ଥାରେ ଜନ୍ମ ହୋଇଥାଏ | ଲୋକମାନେ ଏହାକୁ ମେଡିକାଲ ଅଭାବ ବଦଳରେ ଭଗବାନଙ୍କ ଉପହାର ମାନିନିଅନ୍ତି | ଜନ୍ମର ଏହି ଅଜବ ପ୍ରକାରର ମାମଲା କେବଳ ପଶୁମାନଙ୍କଠାରେ ଦେଖିବାକୁ ମିଳିନଥାଏ ବରଂ ମଣିଷମାନଙ୍କଠାରେ ମଧ୍ୟ ଏପରି ମାମଲା ଦେଖିବାକୁ ମିଳିଥାଏ | ଭାରତର ଉତ୍ତର ପ୍ରଦେଶରେ ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି |

ଉତ୍ତରପ୍ରଦେଶରେ ରହୁଥିବା ଜଣେ ମହିଳା ନର୍ମାଲ ଡେଲିଭରିରେ ତିନିଟି ମୁଣ୍ଡ ଥିବା ପିଲାକୁ ଜନ୍ମ ଦେଇଛନ୍ତି | ୩ଟି ମୁଣ୍ଡ ଥିବା ପିଲା ଜନ୍ମ ହୋଇଥିବାର ଖବର ସାରା ଗାଁରେ ନିଆଁ ପରି ବ୍ୟାପିଗଲା | ସମସ୍ତେ ପିଲାକୁ ଦର୍ଶନ କରିବାପାଇଁ ତାଙ୍କ ଘରକୁ ଆସିବାକୁ ଲାଗିଲେ | ତେବେ, ଗୋଟିଏ ନଜରରେ ଏହି ପିଲା ଦେଖିବାକୁ ଭୟଙ୍କର ମଧ୍ୟ ଲାଗୁଥିଲା | କିନ୍ତୁ ଲୋକମାନେ ଏହାକୁ ବ୍ରହ୍ମାଙ୍କ ଅବତାର ଭାବି ପୂଜା କରୁଛନ୍ତି | କୁହାଯାଉଛି ଯେ ଏହାର ଜନ୍ମ ଜୁଲାଇ ୧୨ ତାରିଖରେ ହୋଇଥିଲା | ଏହି ପିଲାର ମାଙ୍କ ନାମ ରାଗିଣୀ ଏବଂ ଜନ୍ମ ହେବା ପରଠାରୁ ବହୁତ ଅଜଣା ଲୋକ ତାକୁ ଦର୍ଶନ କରିବାପାଇଁ ପହଁଚୁଛନ୍ତି |

ତିନି ମୁଣ୍ଡ ଥିବା ଏହି ପିଲାର ନର୍ମାଲ ଡେଲିଭରି କରାଗଲା | ଯେତେବେଳେ ଏହି ଶିଶୁ ମା ଗର୍ଭରୁ ବାହାରିଲା, ସେତେବେଳେ ସମସ୍ତେ ଡରିଗଲେ | ତେବେ ବର୍ତ୍ତମାନ ମା ଏବଂ ପିଲା ଦୁହେଁ ସୁସ୍ଥ ଅଛନ୍ତି | ଏହି ପିଲାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ସମସ୍ତେ ପିଲାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି | ଏହି ଶିଶୁର ଦୁଇଟି ଏକ୍ସଟ୍ରା ମୁଣ୍ଡ କାରଣରୁ ତାକୁ ବହୁତ ଡ଼ିସକମ୍ପର୍ଟ ଲାଗୁଥିଲା | ଗାଁରେ ଖଟ ଉପରେ ଶୋଇଥିବା ଶିଶୁ ବିଦେଶୀ ମିଡ଼ିଆମାନଙ୍କର ମଧ୍ୟ ଧ୍ୟାନ ଆକର୍ଷଣ କରିଛି | କୁହାଯାଉଛି ଯେ ପିଲାଟିର ଜନ୍ମ ସରକାରୀ ହସ୍ପିଟାଲରେ ହୋଇଛି, ଯେଉଁଠାରୁ ଡିସଚାର୍ଜ ହୋଇ ବର୍ତ୍ତମାନ ଦୁହେଁ ଘରକୁ ଆସିଛନ୍ତି |

ତେବେ ପିଲାଟିର ମୁଣ୍ଡ ଅପେକ୍ଷା ଲୋକମାନଙ୍କର ଭିଡ଼ କାରଣରୁ ଘର ଲୋକେ ବହୁତ ବିଚଳିତ ହେଉଛନ୍ତି | ମା ଏବଂ ପିଲାକୁ ଆରାମ କରିବାକୁ ଦେଉନାହାନ୍ତି | କିଛି ଲୋକ ତ ତାଙ୍କ ଘରକୁ ପୂଜା ଥାଳି ଧରି ମଧ୍ୟ ଆସୁଛନ୍ତି | ସମସ୍ତେ ପିଲାଟିକୁ ଦର୍ଶନ କରିବାପାଇଁ ସବୁବେଳେ ଭିଡ଼ ଜମାଉଛନ୍ତି | ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହା ବ୍ରହ୍ମାଙ୍କ ଅବତାର ଅଟେ | ଅନେକ ଲୋକ ବହୁତ ଦୂର ଦୂରାନ୍ତରୁ ପିଲାଟିକୁ କେବଳ ଦର୍ଶନ କରିବାକୁ ଆସୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.