ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ,କଣ ରହିବ ଖୋଲା ଓ କଣ ରହିବ ବନ୍ଦ ? ଜାଣନ୍ତୁ

ରାଜ୍ୟ ସରକାରଙ୍କର କରୋନା ପାଇଁ ଏକ ବଡ ପଦକ୍ଷେପ। ସାରା ରାଜ୍ୟରେ ଜାରି ରହିଥିବା ଆଂଶିକ ଲକଡାଉନକୁ ବର୍ତ୍ତମାନ ଅଗଷ୍ଟ ମାସ ୧ ତାରିଖ ପର୍ଯ୍ଯନ୍ତ ବୃଦ୍ଧି କରିଦିଆଯାଇଛି। ମେ ମାସ ୧୬ ତାରିଖ ଦିନ ସକାଳେ ଏହି ଆଂଶିକ ଲକଡାଉନ ଶେଷ ହେବାର ଥିଲା। ଯାହାକୁ ସରକାର ଅଗଷ୍ଟ ୧ ତାରିଖ ପର୍ଯ୍ଯନ୍ତ ବୃଦ୍ଧି କରିଦେଇଛନ୍ତି। ତେବେ ଅନେକ ସେବାରୁ କଟକଣା ହଟାଯାଇଛି। ଯାହା ଜନ-ଜୀବନକୁ ସାମାନ୍ଯ ଆଶ୍ୱସ୍ତି ପ୍ରଦାନ କରିଛି। ପୂର୍ବଭଳି କ୍ୟାଟାଗୋରୀ ‘ଏ’ ରେ ୨୦ଟି ଓ ‘ବି’ ରେ ୧୦ଟି ଜିଲ୍ଲାକୁ ରଖାଯାଇଛି। ତେବେ ଆସନ୍ତୁ ନଜର ପକାଇବା ଏହି ଆଂଶିକ ଲକଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ।

କ୍ୟାଟାଗୋରି ‘ଏ’ରେ ଥିବା ଜିଲ୍ଲାଗୁଡିକରେ ସକାଳ ୬ ରୁ ରାତି ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ। ଏହାପରେ ରାତିରେ ନାଇଟ କର୍ଫ୍ୟୁ ଲାଗୁ ହେବ। କ୍ୟାଟାଗୋରୀ ‘ବି’ରେ ଥିବା ଜିଲ୍ଲାଗୁଡିକରେ ସକାଳ ୬ ରୁ ସନ୍ଧ୍ୟା ୫ଟା ପର୍ଯ୍ଯନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ। ତେବେ କ୍ୟାଟାଗୋରୀ ‘ବି’ରେ ଥିବା ଜିଲ୍ଲାଗୁଡିକରେ ପୂର୍ବଭଳି ସପ୍ତାହନ୍ତ ସଟଡାଉନ ଲାଗୁ ରହି। ଓ ପୂର୍ବପରି ନାଇଟକର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।

ଆଂଶିକ ଲକଡାଉନ ସମୟରେ ସମସ୍ତ ରାଜ୍ୟରେ ବସ ଚଳାଚଳ କରିବ। କେବଳ ପୁରୀରେ ରଥଯାତ୍ରା ପାଇଁ ଜୁଲାଇ ୨୫ ତାରିଖ ପରେ ବସ ଚଳାଚଳ ଆରମ୍ଭ କରିବ। ପୂର୍ବଭଳି ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ। ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ ମଧ୍ୟ ପୂର୍ବପ୍ପାରୀ ଖୋଲା ରହିବ। ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀଙ୍କୁ ନେଇ ଚାଲିପାରିବ। ଗଣମାଧ୍ୟମ ଅଫିସ, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ, ବିଜୁଳି ଯୋଗାଣ ସେବା, ଆଦି ଖୋଲା ରହିବ। ମେଡିସିନ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ, ହସ୍ପିଟାଲ, ସ୍ପା ମଧ୍ୟ ଖୋଲା ରହିବ। ରାସ୍ତା କଡରେ ଥିବା ଗ୍ୟାରେଜ, ଉଠା ଦୋକାନ ମଧ୍ୟ ନିଜ ଦୋକାନ ଖୋଲି ପାରିବେ। ରାସ୍ତାକଡରେ ଖାଇବା ଦୋକାନ ମଧ୍ୟ ଖୋଲା ରହିବ କିନ୍ତୁ ସେଠାରେ କେହି ଠିଆ ହୋଇ ଖାଇପାରିବେ ନାହିଁ। କେବଳ ପାର୍ସଲ ବ୍ୟବସ୍ଥା କରାଯିବ। ବିୟୁଟିପାର୍ଲର ମଧ୍ୟ ଖୋଲା ରହିବ। ସେହିପରି ବାହାରେ ଫିଲ୍ମ ସୁଟିଂ, ଆଉଟ ଡୋର ସ୍ପୋର୍ଟ୍ସକୁ ଅନୁମତି ଦିଆଯାଇଛି। ସେହିପରି ମାଛ, ମାଂସ ଅଣ୍ଡା, ଦୋକାନ ଆଦି ଖୋଲା ରହିବ। କିନ୍ତୁ ସମସ୍ତ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଓ କରୋନାର ନିୟମକୁ କଡାକଡି ଭାବରେ ପାଳନ କରାଯିବ।

ସମସ୍ତ ପାର୍କ, ହଲ, ସପିଂ ମଲ, ବାର ଆଦି ପୂର୍ବଭଳି ବନ୍ଦ ରହିବ। କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ ଆଦି ପୂର୍ବଭଳି ବନ୍ଦ ରହିବ। ସମସ୍ତ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବ। ଅନ୍ତଃରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିବ। ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ପୂର୍ବପରି କଟକଣା ଜାରିରହିବ। କେବଳ ପାର୍ସଲ ନେଇପାରିବେ। କେହି ବସି ଖାଇପାରିବେ ନାହିଁ।

Leave a Reply

Your email address will not be published.