ଏଥର ଝାଳରୁ ମଧ୍ୟ ଉତ୍ପନ ହେବ ୨୪ ଘଣ୍ଟା ବିଜୁଳି, ଫୋନକୁ ମଧ୍ୟ କରି ପାରିବେ ଚାର୍ଜ

ସଇନ୍ସ କିଭଳି ଭାବେ ଉନ୍ନତି କରୁଛି ତାହାର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଯେତେବେଳେ ଅନୁସନ୍ଧାନକାରୀ ଏକ ଯନ୍ତ୍ର ବାହାର କଲେ ଯେ କୌଣସି ଲୋକ ଏହି ଯନ୍ତ୍ରକୁ ହାତରେ ପିନ୍ଧିକି ଝାଳ ଦ୍ୱାରା ବିଜୁଳି ଉତ୍ପନ କରି ପାରିବେ।

ଗବେଷଣାକାରୀ ଙ୍କ ଦାବି ଯେ ଏହି ଯନ୍ତ୍ରକୁ ଆଙ୍ଗୁଠିରେ ପିନ୍ଧାଯିବ ଓ ଏହି ଯନ୍ତ୍ର ଆଙ୍ଗୁଠିରୁ ବାହାରୁଥିବା ଆଦ୍ରତାକୁ ଧାରଣ କରି ବିଜୁଳିରେ ପରିଣତ କରିଥାଏ। କାରଣ ଆଙ୍ଗୁଠିର ଅଗ୍ର ଭାଗରୁ ଅଧିକ ପରିମାଣରେ ଝାଳ ବାହାରିଥାଏ ଓ ଏହି ଝାଳକୁ ସ୍ମାର୍ଟ ମ୍ୟାଟେରିଆଲ ଦ୍ୱାରା ଏକାଠି କରାଯାଏ ଏବଂ କଣ୍ଡକ୍ଟର ଦ୍ୱାରା ପ୍ରୋସେସ କରାଯାଇଥାଏ।

ଏହି ପ୍ରୋଟଟାଇପ ଡିବାଇଜ ବର୍ତ୍ତମାନ ପାଇଁ ବହୁତ କମ ପାୱାର ଜେନେରେଟ କରିଥାଏ। ଏହି ଯନ୍ତ୍ରକୁ ତିନି ସପ୍ତାହ ପର୍ଯ୍ୟନ୍ତ ପିନ୍ଧିଲା ପରେ ଏକ ସ୍ମାର୍ଟ ଫୋନ ଚାର୍ଜ କରିପାରିଲା ଭଳି ବିଜୁଳି ଉତ୍ପନ କରିଥାଏ। କିନ୍ତୁ ୟୁନିଭରସିଟି ଅଫ କାରଲୀଫନିଆ ଦାବି କରିଛି ଯେ ଭବିଷ୍ୟତରେ ଏହାର କ୍ଷମତ ଅଧିକ କରାଯାଇପାରିବ।

ଉଲ୍ଲେଖନୀୟ ଯେ ଅତ୍ୟଧିକ ଯନ୍ତ୍ର ଆଙ୍ଗୁଠିରେ ପିନ୍ଧି ବିଜୁଳି ଜେନେରେଟ କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଯେମିତିକି ଏକ୍ସରସାଇଜ, ରନିଙ୍ଗ ଓ ଖେଳକୁଦ ର ସାହାରା ନେଇ ଅଧିକରୁ ଅଧିକ ଝାଳ ବାହାର କରିବା ପାଇଁ ପ୍ରୟାସ କରାଯାଇଥାଏ। କିନ୍ତୁ ଏହି ଯନ୍ତ୍ରରେ ଏଭଳି ହୋଇ ନଥାଏ।

ସିନିୟର ପ୍ରଫେସର ଜସେଫ ୱଙ୍ଗ କହିଛନ୍ତି କି ଯଦି ଆପଣ କିଛି ନଅ କରୁଥିଲେ ମଧ୍ୟ ଆପଣଙ୍କ ଆଙ୍ଗୁଠିର ଆଗରୁ ଅତି କମ ମାତ୍ରାରେ ଝାଳ ବାହାରି ଥାଏ, ଏହି ଟେକ୍ନୋଲୋଜି ସାହାଯ୍ୟରେ ଆପଣ କିଛି ପରିଶ୍ରମ ନଅ କରି ମଧ୍ୟ ବିଜୁଳି ଜେନେରେଟ କରି ପାରିବେ। ଏହାର ନିବେଶକୁ ମାକ୍ସିମମ ଏନରଜି ରିଟର୍ଣ୍ଣ କୁହାଯାଏ।

ଏହାର ଏକ ପ୍ରୟୋଗରେ ଆଙ୍ଗୁଠି ଚାର୍ଜର କୁ ଏକ କେମିକାଲ ସେନ୍ସର ଏବଂ ଛୋଟ କମ ପାୱାର ସ୍କ୍ରିନ ସହ କାନେଏକଟ କରାଯାଇଥାଏ। ଏହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ପନ୍ଧିବା ପରେ ଏତେ ମାତ୍ରାରେ ଚାର୍ଜ ହୋଇଯାଏ ଯେ ତାହା ଦ୍ୱାରା ସେନ୍ସର ଓ ସ୍କ୍ରିନ ଚଲାଯାଇ ପାରିବ।

ଏହା ଛଡା ଏହାର ଆଉ ଏକ ପ୍ରୟୋଗ ର ଲୁଣ ପାଣିରେ ସୋଡ଼ିଓମ ଓ ଆୟନ ର ଲେବଲ କୁ ମାପି ପାରୁଥିବା ସେନ୍ସର କୁ ମଧ୍ୟ ଏହି ଡିଭିଜର ଦ୍ୱାରା ସଫଳତା ଭାବେ ଚାର୍ଜ କରାଯାଇ ପାରିବ। ଉଲ୍ଲେଖନୀୟ ଏହା ଯେ ୧୦ ଘଣ୍ଟା ନିଦ୍ରାରେ ଶୋଉଥିବା ସମୟରେ ଏହି ଯନ୍ତ୍ର ୪୦୦ ମିଲୋଜୁଲ ଶକ୍ତି ଉତ୍ପନ କରି ପାରିବ। ଯାହା ଦ୍ୱାରା ଏକ ଇଲକ୍ଟ୍ରୋନିସ ଘଣ୍ଟା କୁ ଚାର୍ଜ କରାଯାଇ ପାରିବ।

ଏହା ଉପରେ ମିଷ୍ଟର ୟିନ କହିଛନ୍ତି କି ଏହା ଉପରେ ଆମକୁ ଏକ ପ୍ରାଟିକାଲ ଯନ୍ତ୍ର ପ୍ରସ୍ତୁତ କରିବାକୁ ପଡିବ। ଆମେ କେବଳ ଏହା ଚାହୁଁ ନାହୁଁ ଯେ ବଜାରରେ ଆଉ ଏକ କୁଲ ପ୍ରଡକ୍ଟ ଆସୁ ଯାହା ଏକ ମିନି ପାୱାର ଜେନେରେଟ କରି ପାରିବ। ଆମେ ଏହି ଉପାୟରେ ଜେନେରେଟ କରୁଥିବା ବିଜୁଳିକୁ ଇଲକ୍ଟ୍ରୋନିସ ଯନ୍ତ୍ରକୁ ଆମେ ଚାର୍ଜ କରିପାରିବା ଏବଂ ଏହାକୁ ଅଧିକ ଉନ୍ନତତର କରି ପାରିବା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *